ପିଲାଙ୍କୁ ଏହି ଉପାୟରେ ଜଙ୍କ୍ ଫୁଡରୁ ଦୂରେଇ ରଖନ୍ତୁ

ଭାବନ୍ତୁ, ଯଦି ବଡ଼ମାନଙ୍କୁ ଜଙ୍କ୍ ଫୁଡ୍ ଏତେ ପସନ୍ଦ ଆସେ, ତା’ହେଲେ ଛୋଟ ପିଲାଙ୍କୁ କେତେ ପସନ୍ଦ ଆସୁ ନ ଥିବ। ତେବେ ବଡ଼ମାନେ ତ ଜାଣିଥାଆନ୍ତି ଜଙ୍କ୍ ଫୁଡ୍ ଖାଇଲେ କ’ଣ କ୍ଷତି ହୁଏ। ହେଲେ ଛୋଟ ପିଲାଙ୍କୁ ଏମିତି କ’ଣ ବୁଝାଯାଇପାରିବ ଯେ, ସେମାନେ ତାଙ୍କ ମନପସନ୍ଦର ଖାଇବା ବିଷୟରେ କେବେ ନ କହିବେ। ଏବେ ଆସନ୍ତୁ ଜାଣିବା କେତେକ ଉପାୟ, ଯାହାକୁ ଆପଣାଇ ହୁଏତ ଆପଣଙ୍କ ପିଲା ଜଙ୍କ୍ ଫୁଡ୍ ଖାଇବା ପୂର୍ବରୁ ଥରେ ନିଶ୍ଚୟ ଭାବିବ।

ନିଜେ ହୁଅନ୍ତୁ ରୋଲ୍ ମଡେଲ

ପିଲାମାନେ ନିଜ ବାପା, ମା’ଙ୍କୁ ଦେଖି ବହୁତ କିଛି ଶିଖିଯାଆନ୍ତି। ଏଥିପାଇଁ ଏହା ଜରୁରୀ ଯେ ଆପଣ ନିଜେ ବି ଜଙ୍କ୍ ଫୁଡଠାରୁ ଦୂରେଇ ରୁହନ୍ତି। ଯଦି ଏହା କରିବେ, ତା’ହେଲେ ପିଲାକୁ ମଧ୍ୟ ଜଙ୍କ୍ ଫୁଡର ଅପକାର ବିଷୟରେ କହିପାରିବେ। ନିଜ ପିଲାର ରୋଲ୍ ମଡେଲ ହେବା ଏଠି ନିହାତି ଜରୁରୀ।

ଫଳ, ପନିପରିବା ଖୁଆଇବାର ଅଭ୍ୟାସ

ନିଜ ପିଲାକୁ ଛୋଟବେଳୁ ହିଁ ଫଳ, ପନିପରିବା ଖାଇବାର ଅଭ୍ୟାସ କରାନ୍ତୁ। ଯଦି ଏହି ଅଭ୍ୟାସ ଆଗକୁ ବଢ଼େ, ତା’ହେଲେ ପିଲାର ଦୈନନ୍ଦିନ ଜୀବନରେ କୌଣସି ଖାଦ୍ୟ ସମସ୍ୟା ରହିବନି। ପିଲାକୁ ଖାଦ୍ୟ ଖୁଆଇବା ସମୟରେ ନିହାତି ଭାବେ ସେହି ପନିପରିବାର ଫାଇଦା ବିଷୟରେ କୁହନ୍ତୁ।

ପାଣି ପିଇବାକୁ କୁହନ୍ତୁ

କେବେ କେବେ ପିଲାଙ୍କୁ ଶୋଷ ଲାଗିଲେ, ସେମାନେ ବୁଝନ୍ତି ନାହିଁ। ଆଉ କିଛି ଓଲଟା ସିଧା ଖାଇବାକୁ ମାଗନ୍ତି। ଯଦି ଆପଣଙ୍କ ପିଲା ଖାଦ୍ୟ ଖାଇବା ପରେ ଜଙ୍କ୍ ଫୁଡ୍ ଖୋଜେ, ତା’ହେଲେ ତାକୁ ପାଣି ପିଇବାକୁ ନିଶ୍ଚୟ ଦିଅନ୍ତୁ।

ପିଲାଙ୍କୁ ବ୍ୟସ୍ତ ରଖନ୍ତୁ

ଆପଣ କେବେ ଅନୁଭବ କରିଛନ୍ତି କି ଯଦି ଆପଣଙ୍କ ପାଖରେ କିଛି କାମ କରିବାକୁ ନ ଥାଏ, ତା’ ହେଲେ କିଛି ହାଲୁକା ଖାଦ୍ୟ ଖାଇବାକୁ ମନ ବଳାନ୍ତି। ଏଭଳି ହରକତ ପିଲାଙ୍କ କ୍ଷେତ୍ରରେ ମଧ୍ୟ ହୋଇଥାଏ। ତେଣୁ ପିଲା ପାଖରେ କିଛି କରିବାକୁ ନ ଥିଲେ, ସେହି ସମୟରେ ବିଭିନ୍ନ ଆକ୍ଟିଭିଟିରେ ବ୍ୟସ୍ତ ରଖନ୍ତୁ।

ଏହାସହ ପଢ଼ନ୍ତୁ : ଅଫିସରେ ଏପରି କରନ୍ତୁ କାମ, ହୋଇଯାଆନ୍ତୁ ବସଙ୍କ ଫେଭରାଇଟ୍

ଘରେ ତିଆରି କରନ୍ତୁ ଖାଦ୍ୟ

ବାହାର ଖାଦ୍ୟଠାରୁ ଘରେ ଖାଦ୍ୟ ପ୍ରସ୍ତୁତ କରିବା ବହୁତ ଭଲ। ଯଦି ପିଲାଙ୍କୁ ଖୁଆଇବାକୁ ମନ, ତା’ହେଲେ ଜଙ୍କ୍ ଫୁଡ୍ ଘରେ ହିଁ ବନେଇ ଦିଅନ୍ତୁ। ଏଭଳି ଖାଦ୍ୟ ଆପଣ ଘରେ ପ୍ରସ୍ତୁତ କଲେ, ଶୀଘ୍ର ତ ହୋଇଯିବ, ଏହାସହିତ ପିଲାର ଜଙ୍କ୍ ଫୁଡ୍ ଖାଇବାର ଇଚ୍ଛା ମଧ୍ୟ ପୂରଣ ହୋଇଯିବ।

ଜଙ୍କ୍ ଫୁଡର ଲାଞ୍ଚ ଦିଅନ୍ତୁନି

ନିଜ ପିଲାକୁ କେବେ ଏହା କୁହନ୍ତୁନି ଯେ ଖାଦ୍ୟ ଖାଇଲେ କି ହୋମୱାର୍କ କଲେ, ପିଜା, ବର୍ଗର ଭଳି ଜଙ୍କ୍ ଫୁଡ୍ ମିଳିବ। କାହିଁକି ନା ଏହି ପ୍ରକାର କଥା ପିଲା ଉପରେ ପ୍ରଭାବ ପକାଇବ।

Roshni

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

3 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

11 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

17 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

25 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

28 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

35 mins ago