ଭାବୁଛନ୍ତି କି କିଛି ମିଠା ଖାଇବାକୁ, ତେବେ ଡେରୀ ନ କରି ବନାନ୍ତୁ ସ୍ବାଦିଷ୍ଟ ଗାଜର ବାଦାମ କ୍ଷୀରି

ମିଠାର ନାମ ଶୁଣିଲେ ଭାରତୀୟ ରୋଷେଇର ପାରମ୍ପରିକ ସ୍ବାଦରେ କ୍ଷୀରିର ସ୍ଥାନ ସବୁଠାରୁ ଉପରେ। କାରଣ କ୍ଷୀରିର ସ୍ବାଦ ବହୁତ ସ୍ବତନ୍ତ୍ର।

ସାମଗ୍ରୀ

ଗାଜର – ୩

ବାଦାମ୍ – ୧/୨ କପ୍

ଖଜୁରୀ – ୫

କ୍ଷୀର – ୧/୨ କିଲୋ

କେସର – ଏକ ଚିମୁଟା

କାଜୁ – ୧୦

ଘିଅ – ୧ ଚାମଚ

ପ୍ରଣାଳୀ

ବାଦମକୁ ଅଧଘଣ୍ଟା ପର‌୍ୟ୍ୟନ୍ତ ଗରମ ପାଣିରେ ଭିଜାଇ ରଖନ୍ତୁ। ବାଦମର ଚୋପା ଛଡାଇ ଦିଅନ୍ତୁ। ଗାଜର ଚୋପା ଛଡାଇ ତାକୁ ଛୋଟ ଛୋଟ ପିସରେ କାଟି ଦିଅନ୍ତୁ। ଖଜୁରୀର ମଞ୍ଜି ବାହାର କରିଦିଅନ୍ତୁ। ଏବେ ଗ୍ରାଇଣ୍ଡରରେ ଗାଜର ଏବଂ ଖଜୁରୀ ପକାଇ ଦିଅନ୍ତୁ। ଅଳ୍ପ-ଅଳ୍ପ କ୍ଷୀର ଗରମ କରି ପେଷ୍ଟ ପ୍ରସ୍ତୁତ କରିଦିଅନ୍ତୁ। ଶେଷରେ ବଳକା ରହିଯାଇଥିବା ସବୁ ମିଶ୍ରଣରେ ମିଶାଇ ଦିଅନ୍ତୁ। ଏହି ମିଶ୍ରଣକୁ ଏକ ପାତ୍ରରେ କାଢ଼ି ମଧ୍ୟମ ଆଞ୍ଚରେ ଭଲଭାବେ ମିଶାଇ ଦିଅନ୍ତୁ। କ୍ଷୀର ଯଦି ଗାଢ଼ା ଲାଗେ ତେବେ ସେଥିରେ ଆବଶ୍ୟକଅନୁସାରେ କ୍ଷୀର କିମ୍ବା ପାଣି ମିଶାନ୍ତୁ। ପରିଶେଷରେ କେସର ପକାଇ ମିଶାନ୍ତୁ ଏବଂ ଗ୍ୟାସ ବନ୍ଦ କରିଦିଅନ୍ତୁ। ପ୍ରସ୍ତୁତ ହୋଇଥିବା କ୍ଷୀରିକୁ ସର୍ଭିଂ ବାଉଲରେ କାଢ଼ି ଦିଅନ୍ତୁ। ଏକ ଛୋଟ ପ୍ୟାନରେ ଘିଅ ଗରମ କରନ୍ତୁ ଏବଂ କାଜୁକୁ ଭାଜି ଦିଅନ୍ତୁ। ଏବେ ଏହି କାଜୁକୁ ପ୍ରସ୍ତୁତ ହୋଇଥିବା କ୍ଷୀରିରେ ସର୍ଭ କରିଦିଅନ୍ତୁ।

Pritiparna

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

4 hours ago

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

7 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

7 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

8 hours ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

8 hours ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

8 hours ago