ସବୁଦିନ ସୁସ୍ଥ ରହିବା ପାଇଁ ଚାହୁଁଛନ୍ତି କି ? ପ୍ରତିଦିନ ଖାଆନ୍ତୁ ଏହି ୪ଟି ଜିନିଷ

ବିଭିନ୍ନ ପ୍ରକାରର ରୋଗରୁ ଲଢ଼ିବା ପାଇଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଠିକ୍ ରହିବା ନିହତି ଆବଶ୍ୟକ । ଯଦି ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହିଛି ତେବେ ଆପଣ କୌଣସି ପ୍ରକାରର ରୋଗରେ ଶୀଘ୍ର ଆକ୍ରାନ୍ତ ହେବାର ଆଶଙ୍କା କମ ହୋଇଥାଏ । କାରଣ ଏହି ଶକ୍ତି ଆପଣଙ୍କୁ ବିଭିନ୍ନ ପ୍ରକାରର ରୋଗରୁ ଲଢ଼ିବା ପାଇଁ ସାହାଯ୍ୟ କରିଥାଏ । ଯଦି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଠିକ୍ ନାହିଁ ତେବେ ଭୋକ ନ ଲାଗିବା,ପେଟ ଭାରି ଲାଗିବା,ଛାତି ପୋଡ଼ିବା ଇତ୍ୟାଦି ସମସ୍ୟା ଦେଖା ଦେଇଥାଏ । ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଠିକ୍ କରିବା ପାଇଁ ହେଲେ ଏହି ୪ଟି ଜିନିଷ ଖାଇବା ନିହାତି ଆବଶ୍ୟକ ।

ଆସନ୍ତୁ ଜାଣିବା ସେ ବିଷୟରେ…

୧.କିଓ୍ଵି ପାଟିକୁ ଯେତିକି ସୁଆଦିଆ ଲାଗେ ଶରୀର ପାଇଁ ମଧ୍ୟ ସେତିକି ଲାଭଦାୟକ ହୋଇଥାଏ । ଏଥିରେ ଭିଟାମିନ Cର ପରିମାଣ ଅଧିକ ରହିଥାଏ । ଯାହା ଶରୀରକୁ ସୁସ୍ଥ ରଖିଥାଏ । ପ୍ରତିଦିନ ଗୋଟେ କିଓ୍ଵି ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ବୃଦ୍ଧି ପାଇଥାଏ ।

୨.ଗୁଡ଼ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି । ପେଟର ସମସ୍ୟା ଦୂର କରିବା ପାଇଁ ଗୁଡ଼ କୌଣସି ଔଷଧଠାରୁ କମ ନୂହେଁ । ପ୍ରତିଦିନ ଗୋଟେ ଖଣ୍ଡ ଗୁଡ଼ ଖାଇଲେ ଶରୀରକୁ ଲାଭ ମିଳିବା ସହ ପେଟଜନିତ ସମସ୍ୟା ଦୂର ହୋଇଥାଏ ।

ଏହା ସହ ପଢ଼ନ୍ତୁ : କେବଳ ସ୍ବାଦ ନୁହେଁ, ସ୍ବାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ରସଗୋଲା

୩.ଭିଟାମିନ୍ Cରେ ଭରପୂର ଥିବା ଅଁଳାକୁ ପ୍ରତିଦିନ ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । ଏହା ସହ ଶରୀରରୁ ଅନେକ ପ୍ରକାରର ବିଷାକ୍ତ ପାଦାର୍ଥକୁ କାଢ଼ିବା ପାଇଁ ଅଁଳା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ପ୍ରତିଦିନ ହେଉଥିବା କାଶରୁ ମୁକ୍ତି ପାଇବା ପାଇଁ ଅଁଳା ଖାଇବା ଅତ୍ୟନ୍ତ ଭଲ ।

୪.ସେଓ ଫଳରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ । ଯାହା ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ । ପ୍ରତିଦିନ ସେଓ ଫଳ ଖାଇବା ଶରୀର ପାଇଁ ଲାଭଦାୟକ ହୋଇଥିବା ବେଳେ ମଧ୍ୟାହ୍ନ ସମୟରେ ସେଓ ଫଳ ଖାଇବା ଶରୀର ପାଇଁ ଭଲ ।

Pritiparna

Recent Posts

ବସ୍‌ ଷ୍ଟାଣ୍ଡରେ ହୁତୁ ହୁତୁ ହୋଇ ଜଳିଗଲା ୪ ଟି ବସ୍‌

ରାୟଗଡ଼ା(କେନ୍ୟୁଜ୍‌): ବସ୍‌ ରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ବସ୍‌ଷ୍ଟାଣ୍ଡରେ ଜଳିଗଲା ବସ୍‌ । ରାୟଗଡ଼ା ଜିଲ୍ଲା…

22 mins ago

ଟ୍ରେନରେ କେତେବେଳେ ବ୍ୟବହାର କରାଯାଏ ଏମର୍ଜେନ୍ସି ବ୍ରେକ୍?

ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…

36 mins ago

କୋର୍ଟରୁ ମିଳିଲାନି ଆଶ୍ୱସ୍ତି, କାଲି ତିହାର ଜେଲ୍‌ ଫେରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଝଟ୍‌କା । କୋର୍ଟରୁ ତାଙ୍କୁ ଆଶ୍ୱସ୍ତି ମିଳିନାହିଁ । କୋର୍ଟ ତାଙ୍କ ମଧ୍ୟବର୍ତ୍ତୀକାଳୀନ…

39 mins ago

ଚଳଚଞ୍ଚଳ ରଥ ଖଳା, ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ

ପୁରୀ(କେନ୍ୟୁଜ୍‌): ଦ୍ରୁତ ଗତିରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ଚଳଚଞ୍ଚଳ ରଥ ଖଳା l ତିନି…

46 mins ago

ବାଟ ଛାଡ ଆମ ସାର୍‌ ଆସୁଛନ୍ତି, ଡିଜେ ବଜାଇ ନାଚି ନାଚି ସାରଙ୍କୁ ଘରେ ଛାଡି ଆସିଲେ ଛାତ୍ର

ସୁବର୍ଣ୍ଣପୁର (କେନ୍ୟୁଜ) : ବାଜୁଛି ଡିଜେ ଆଉ ଡିଜେର ତାଳେ ତାଳେ ନୃତ୍ୟ କରୁଛନ୍ତି ଯୁବକମାନେ । ସେପଟେ ସୁସଜ୍ଜିତ…

47 mins ago

ରାଜ୍ୟରେ ଦିନ ୩ଟା ସୁଦ୍ଧା ରାଜ୍ୟରେ ହାରାହାରି ୪୯.୭୭% ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟଗ୍ରହଣ । ଦିନ ୩ଟା…

1 hour ago