Categories: ରାଜ୍ୟ

ମୟୂରଭଞ୍ଜରେ ହାତୀ ଆତଙ୍କ, ମୋରଡାରେ ବୁଲୁଛନ୍ତି ୭୦ରୁ ଅଧିକ ଝାଡଖଣ୍ଡୀ ହାତୀ

ମୟୂରଭଞ୍ଜ(କେନ୍ଯୁଜ୍) : ମୟୂରଭଞ୍ଜରେ ହାତୀ ଆତଙ୍କ । ମୋରଡ଼ା ବ୍ଲକରେ ବୁଲୁଛନ୍ତି ୭୦ରୁ ଅଧିକ ଝାଡଖଣ୍ଡୀ ହାତୀ । ପଶ୍ଚିମବଙ୍ଗ ହୋଇ ମୋରଡା ବ୍ଲକକୁ ପ୍ରବେଶ କରିଛନ୍ତି ହାତୀ ପଲ । ଦୁଇ ଭାଗରେ ବିଭକ୍ତ ହୋଇ ଗୋଟିଏ ପଲରେ ୩୦ରୁ ଅଧିକ ବଡ଼ଶୋଳ ହୋଇ ବ୍ରାହ୍ମଣମରା ଯାଇଥିବା ବେଳେ ଅନ୍ୟ ଏକ ପଲରେ ୪୦ରୁ ଅଧିକ ହାତୀ ଭାଲୁଘେରା ଠାରେ ପହଞ୍ଚିଛନ୍ତି । ଏଥିରେ ୧୦ରୁ ଅଧିକ ଦନ୍ତା ହାତୀ ଥିବା ଜଣାପଡ଼ିଛି । ତେବେ ହାତୀ ଆକ୍ରମଣରେ ମୋରଡା ସରାଶୋଳରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି । ତାଙ୍କ ନାଁ ନାରାୟଣ ଟୁଡୁ ।

ଗୁରୁତର ବଅସ୍ଥାରେ ତାଙ୍କୁ ବାରିପଦ ମେଡିକାଲରେ ଭର୍ତ୍ତି କରାଯାଇଛି । ବିଲ ଦେଖିବାକୁ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିଲା । ହାତୀ ପଲ ମୋରଡା ବ୍ଲକରେ ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି । ଧାନ ଫସଲ ନଷ୍ଟ କରୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ହାତୀ ପଲଙ୍କ ରାସ୍ତା ଅବରୋଧ ନକରିବା ପାଇଁ ବନ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯାଉଛି ।

ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ରେଞ୍ଜରେ ହାତୀ ଆତଙ୍କ

କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ରେଞ୍ଜରେ ହାତୀ ଆତଙ୍କ । ବିଭିନ୍ନ ସ୍ଥାନରେ ହାତୀ ପଲ ରାସ୍ତା ଉପରକୁ ଚାଲି ଆସିବାରୁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ବନ ବିଭାଗ ପକ୍ଷରୁ ଲଗାଯାଇଥିବା ସୋଲାର ତାର ବାଡ଼ ଭାଙ୍ଗି ରାସ୍ତା ଉପରକୁ ଚାଲିଆସୁଛନ୍ତି ହାତୀ । ହାତୀ ରାସ୍ତା ଉପରେ ଚାଲୁଥିବାରୁ ବନ ବିଭାଗ ପକ୍ଷରୁ ଏଲିଫ୍ୟାଣ୍ଟ ଟ୍ରାକର ସ୍କ୍ଵାର୍ଡ ଜଗି ରହିଛନ୍ତି ।

KNews Bureau

Recent Posts

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

28 seconds ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

26 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

35 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

2 hours ago