ମୟୂରଭଞ୍ଜରେ ହାତୀ ଆତଙ୍କ, ମୋରଡାରେ ବୁଲୁଛନ୍ତି ୭୦ରୁ ଅଧିକ ଝାଡଖଣ୍ଡୀ ହାତୀ

ମୟୂରଭଞ୍ଜ(କେନ୍ଯୁଜ୍) : ମୟୂରଭଞ୍ଜରେ ହାତୀ ଆତଙ୍କ । ମୋରଡ଼ା ବ୍ଲକରେ ବୁଲୁଛନ୍ତି ୭୦ରୁ ଅଧିକ ଝାଡଖଣ୍ଡୀ ହାତୀ । ପଶ୍ଚିମବଙ୍ଗ ହୋଇ ମୋରଡା ବ୍ଲକକୁ ପ୍ରବେଶ କରିଛନ୍ତି ହାତୀ ପଲ । ଦୁଇ ଭାଗରେ ବିଭକ୍ତ ହୋଇ ଗୋଟିଏ ପଲରେ ୩୦ରୁ ଅଧିକ ବଡ଼ଶୋଳ ହୋଇ ବ୍ରାହ୍ମଣମରା ଯାଇଥିବା ବେଳେ ଅନ୍ୟ ଏକ ପଲରେ ୪୦ରୁ ଅଧିକ ହାତୀ ଭାଲୁଘେରା ଠାରେ ପହଞ୍ଚିଛନ୍ତି । ଏଥିରେ ୧୦ରୁ ଅଧିକ ଦନ୍ତା ହାତୀ ଥିବା ଜଣାପଡ଼ିଛି । ତେବେ ହାତୀ ଆକ୍ରମଣରେ ମୋରଡା ସରାଶୋଳରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି । ତାଙ୍କ ନାଁ ନାରାୟଣ ଟୁଡୁ ।

manଗୁରୁତର ବଅସ୍ଥାରେ ତାଙ୍କୁ ବାରିପଦ ମେଡିକାଲରେ ଭର୍ତ୍ତି କରାଯାଇଛି । ବିଲ ଦେଖିବାକୁ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିଲା । ହାତୀ ପଲ ମୋରଡା ବ୍ଲକରେ ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି । ଧାନ ଫସଲ ନଷ୍ଟ କରୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ହାତୀ ପଲଙ୍କ ରାସ୍ତା ଅବରୋଧ ନକରିବା ପାଇଁ ବନ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯାଉଛି ।

ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ରେଞ୍ଜରେ ହାତୀ ଆତଙ୍କ

xxxxକଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ରେଞ୍ଜରେ ହାତୀ ଆତଙ୍କ । ବିଭିନ୍ନ ସ୍ଥାନରେ ହାତୀ ପଲ ରାସ୍ତା ଉପରକୁ ଚାଲି ଆସିବାରୁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ବନ ବିଭାଗ ପକ୍ଷରୁ ଲଗାଯାଇଥିବା ସୋଲାର ତାର ବାଡ଼ ଭାଙ୍ଗି ରାସ୍ତା ଉପରକୁ ଚାଲିଆସୁଛନ୍ତି ହାତୀ । ହାତୀ ରାସ୍ତା ଉପରେ ଚାଲୁଥିବାରୁ ବନ ବିଭାଗ ପକ୍ଷରୁ ଏଲିଫ୍ୟାଣ୍ଟ ଟ୍ରାକର ସ୍କ୍ଵାର୍ଡ ଜଗି ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.