ଲାଇଫ୍ ଷ୍ଟାଇଲ୍

ପ୍ରତିଦିନ ଖାଆନ୍ତୁ ଏହି ୩ଟି ଜିନିଷ, ପେଟ ଚର୍ବି କମ୍‌ କରିବାର ସହଜ ଉପାୟ

ଖରାପ ଲାଇଫଷ୍ଟାଇଲ ଏବଂ ଖାଦ୍ୟପେୟ ଯୋଗୁଁ ଆଜିକାଲି ଅଧିକାଂଶ ଯୁବପିଢିଙ୍କର ଅନେକ ସମସ୍ୟା ଦେଖାଯାଉଛି। ଏହା ମଧ୍ୟରେ ପ୍ରମୁଖ ସମସ୍ୟା ଭାବେ ରହିଛି ମୋଟାପଣ। ଆଉ ଓଜନ କମ୍‌ କରିବା ପାଇଁ ଅଧିକାଂଶ ଲୋକ ବ୍ୟାୟାମ କରନ୍ତି, ଜିମ୍‌ ଯାଆନ୍ତି। କିନ୍ତୁ ଏହାର ଫାଇଦା ମିଳେନାହିଁ। ଓଜନ କମ୍‌ କରିବାରେ ପ୍ରମୁଖ ଭାବେ ସହାୟତା କରିଥାଏ ଡାଏଟ୍‌।  ସୁସ୍ଥ ଭାବେ ଓଜନ କମାଇବାକୁ ଡାଏଟ୍‌ରେ ପରିବର୍ତ୍ତନ କରିବା ମଧ୍ୟ ଆବଶ୍ୟକତା ରହିଛି। ଏଥିପାଇଁ ଆପଣଙ୍କୁ ଅଧିକ କ୍ୟାଲୋରୀଯୁକ୍ତ ଓ ତେଲ ଜିନିଷ ସେବନ ବନ୍ଦ କରିବାକୁ ପଡ଼ିବ।  ସୁସ୍ଥ ଡାଏଟକୁ ଆପଣାଇ ଆପଣ ଓଜନ ଏବଂ ପେଟର ଚର୍ବି କମ୍‌ କରିପାରିବେ।

କରୋନା ଯୋଗୁ ଚାଲିଥିବା ଓ୍ଵାର୍କ ଫ୍ରମ୍‌ ହୋମ୍‌ ଯୋଗୁ ମଧ୍ୟ ଲୋକଙ୍କ ଠାରେ ଏବେ ମୋଟାପଣ, ପେଟରେ ଚର୍ବି ଭଳି ସମସ୍ୟା ଦେଖାଦେଉଛି। ଏଣୁ ଏଥିରୁ ମୁକ୍ତି ପାଇବାକୁ ଲୋକମାନେ ଘଣ୍ଟା ଘଣ୍ଟା ଧରି ଝାଳ ବୁହାଇବା ସହ କଷ୍ଟକର ଡାଏଟ୍‌ ଆପଣାଉଛନ୍ତି। ତଥାପି ଓଜନ କମୁନାହିଁ। ଏପରି ୩ଟି ଜିନିଷ ରହିଛି, ଯାହାକୁ ଡାଏଟରେ ସାମିଲ କରିବା ଦ୍ୱାରା ତୁରନ୍ତ ଫାଇଦା ମିଳିଥାଏ।

ପିନଟ୍‌ ବଟର:

ଥଣ୍ଡା ଦିନରେ ଓଜନ କମ୍‌ କରିବା ପାଇଁ ଆପଣ ପିନଟ୍‌ ବଟରକୁ ନିଜ ଡାଏଟରେ ସାମିଲ କରିପାରିବେ। ପିନଟ ବଟରରେ ପ୍ରୋଟିନ ଓ ଫାଇବରର ଭଲ ମାତ୍ରା ରହିଥାଏ। ଯାହାଦ୍ୱାରା ଓଜନ କମ୍‌ ହୋଇଥାଏ। ପିନଟ୍‌ ବଟର ସେବନ କଲେ ହାଡ଼ ମଜଭୁତ୍‌ ହୋଇଥାଏ।

ଗୋଲମରିଚ:

ଗୋଲମରିଚରେ ଔଷଧୀୟ ଗୁଣ ଭରପୂର ମାତ୍ରାରେ ରହିଥାଏ। ଯାହା ମେଟାବୋଲିଜିମ୍‌କୁ ବଢାଇଥାଏ। ଗୋଲମରିଚରେ ଆଇରନ, ପୋଟାସିୟମ, ମ୍ୟାଗନେସିୟମ, ମାଙ୍ଗାନିଜ, ଜିଂକ, କ୍ରୋମିୟମ, ଭିଟାମିନ-ଏ, ସି, ଏବଂ ଅନ୍ୟ ପୋଷକ ତତ୍ତ୍ବ ରହିଥାଏ। ଗୋଲମରିଚ ସେବନ କରିବା ଦ୍ୱାରା ଇମ୍ୟୁନିଟି ମଜବୁତ ହୁଏ ଏବଂ ଓଜନ କମ୍‌ ହୁଏ। ମୋଟାପଣରୁ ରକ୍ଷା ପାଇବା ପାଇଁ ଗୋଲମରିଚ ଆପଣଙ୍କ ପାଇଁ ଲାଭକାରୀ ହୋଇଥାଏ।ଏଥିପାଇଁ ଗୋଟିଏ ପାତ୍ର ରେ ପାଚିଲା ଫଳ ସହ ଏକ ଚାମଚ ଗୋଲମରିଚ ପାଉଡ଼ର ମିଶାଇ ସେବନ କରନ୍ତୁ। ନିୟମିତ ଏହା ସେବନ କରିବା ଦ୍ବାରା ଆପଣଙ୍କର ଓଜନ କମ ହୋଇଥାଏ। ଏହାସହିତ ଆପଣ ସାଲାଡ଼,ଦହି, ଏବଂ ହର୍ବାଲ ଚା ସହିତ ମଧ୍ୟ ଏହାକୁ ମିଶାଇ ସେବନ କରିପାରିବେ।

ଗ୍ରୀନ ମଟର:

ଶୀତଦିନରେ ବଜାରରେ ଗ୍ରୀନ ମଟର ବେଶୀ ମିଳିଥାଏ। ଏହାକୁ ଆପଣ ଡାଏଟରେ ସାମିଲ କରିପାରିବେ। ଏହା ଓଜନ କମ୍‌ କରିବାରେ ସହାୟକ ହୋଇଥାଏ। ଗ୍ରୀନ ମଟରରେ ପ୍ରୋଟିନ, ଭିଟାମିନ ସି, ମ୍ୟାଗ୍ନେସିଅମ, ପୋଟାସିଅମ ଏବଂ ଆଇରନ ଭଳି ତତ୍ତ୍ୱ ରହିଥାଏ। ଯାହା ପେଟର ଚର୍ବି କମ୍‌ କରିଥାଏ।

Swagatika

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ଆପଣଙ୍କ ମନୋବଳ ଦୃଢ଼ ହେବ । ଯେଉଁମାନେ ରାଜନୀତିରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପ୍ରଭାବ ଚାରିଆଡେ ବ୍ୟାପିବ।…

55 mins ago

ମା’ ଝିଅକୁ ବିଲ ମଝିରେ ହତ୍ୟା କଲା ନାବାଳକ

ଭଦ୍ରକ( କେନ୍ୟୁଜ୍‌): ବିଲ ମଝିରେ ପଡ଼ି ରହିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଆଉ ସ୍ତ୍ରୀର ଶବ…

4 hours ago

ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ପୁରୀ(କେନ୍ୟୁଜ୍‌): ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ବିଷୟରେ…

5 hours ago

ଖୋଲିଲା ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟ

ଭଦ୍ରକ (କେନ୍ୟୁଜ୍‌): ଦୀର୍ଘ ବର୍ଷ ପରେ ଖୋଲିଲା ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ । ପ୍ରଶାସନିକ ଅଧିକାରୀ ଓ ପୋଲିସ…

5 hours ago

ନନ୍ଦନକାନନ ବୁଲି ସମସ୍ୟା ବୁଝିଲେ ନୂଆ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନନ୍ଦନକାନନ ବୁଲିଲେ ନୂଆ ମନ୍ତ୍ରୀ । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ…

6 hours ago

ନବୀନ ହେଲେ ବିରୋଧୀ ଦଳ ନେତା, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ପଟ୍ଟନାୟକ ହେଲେ ବିଧାନସଭାରେ ବିରୋଧୀ ଦଳ ନେତା । ଶଙ୍ଖ ଭବନରେ ବସିଥିବା ବିଧାୟକ ଦଳ ବୈଠକରେ…

6 hours ago