ମିଠା ଜହର ଚିନି, ଡିମେନସିଆଠୁ ଆରମ୍ଭ କରି ଡିପ୍ରେସନ୍ ଭଳି ମାରାତ୍ମକ ରୋଗର ହୋଇଥାଏ କାରଣ

ଜଣେ ଲୋକ ଗୋଟିଏ ବର୍ଷ ମଧ୍ୟରେ ପ୍ରାୟ ୨୦ କିଲୋ ଚିନି ଖାଇଥାଏ । ହେଲେ ଅଧିକାଂଶ ଲୋକ ଜାଣନ୍ତି ମିଠାର ଏକ ନିଶା ହେଉଛି ଚିନି । ଟାଇପ୍ ୨ ଡାଇଭେଟିସର ବଡ କାରଣ ହେଉଛି ଅଧିକ ଚିନି ଖାଇବା ।

ଯେଉଁମାନେ ନିୟମିତ ଅଧିକ ଚିନି ଖାଇଥାନ୍ତି ସେମାନଙ୍କ ପାନକ୍ରିୟ ଅଧିକ ଇନସୁଲିନ୍ ଉତ୍ପନ୍ନ କରିଥାଏ ଏବଂ ଶରୀରର କୋଷଗୁଡିକ ଇନ୍ସୁଲିନ୍ ପ୍ରତିରୋଧ ବିକଶିତ କରିଥାଏ । ଏହାର ଅର୍ଥ ହେଉଛି ଗ୍ଲୁକୋଜକୁ ସହଜରେ ଶରୀରର କୋଷରେ ସଂଗ୍ରୁହିତ କରାଯାଇପାରିବ ନାହିଁ । ଯାହା ଫଳରେ ରକ୍ତ ପ୍ରବାହରେ ଚିନି ଅଧିକ ହୋଇଯାଇଥାଏ ।

ଏହା ସହ ପଢନ୍ତୁ : ସାଥୀଙ୍କ ସହିତ ଝଗଡା ହେଉଛିକି ! ଘରେ ରଖନ୍ତୁ ଏହି ମୂର୍ତ୍ତି, ଭଲ ପାଇବା ବଢ଼ିବା ସହ ହେବ ଧନ ପ୍ରାପ୍ତି

ଏକ ରିପୋର୍ଟ ଅନୁସାରେ ଚୀନ୍ ପରେ ଭାରତରେ ଅଧିକ ଟାଇପ୍ ୨ ମଧୁମେହ ରୋଗୀ । ଦେଶରେ ବର୍ତ୍ତମାନ ଏହି ରୋଗରେ ପୀଡିତଙ୍କ ସଂଖ୍ଯା ହେଉଛି ୭.୨ କୋଟି । ଯାହା ୨୦୪୫ ସୁଦ୍ଧା ୧୫.୧ କୋଟି ହେବାର ସମ୍ଭାବନା ଅଛି ।

ସ୍ବାସ୍ଥ୍ଯ ବିଶେଷଜ୍ଞଙ୍କ ଅନୁସାରେ, ଯେତେବେଳେ ଆମେ ଚିନି ଖାଉ ସେତେବେଳେ ଆମ ମସ୍ତିସ୍କରେ ବଡ ମାତ୍ରାରେ ଡୋପାମାଇନ୍ ଅର୍ଥାତ୍ ଭଲ ଅନୁଭବ ହେଉଥିବା ଏକ ହରମୋନ୍ ଉତ୍ପନ୍ନ ହୋଇଥାଏ । ବଜାରରେ ମିଳୁଥିବା ଅଧିକାଂଶ ଖାଦ୍ୟ ପଦାର୍ଥରେ ଖୁବ୍ ଚିନି ମିଶାଯାଇଥାଏ । ଯାହା ଦ୍ବାରା ଆମେ କେଚ୍ ଅପ୍ , ଦହି, ପେଷ୍ଟ୍ରି ଆଦି ଖାଦ୍ଯକୁ ଅଧିକ ଆକର୍ଷିତ ହୋଇଥାଉ । ଯାହା ଆମ ଶରୀର ପାଇଁ ଖୁବ୍ କ୍ଷତିକାରକ ।

ତେବେ ଚିନି ଖାଇବା ଦ୍ବାରା ମସ୍ତିସ୍କରେ ଭଲ ଅନୁଭବ ହେବାର ଯେଉଁ ହରମୋନ୍ ଉତ୍ପନ୍ନ ହୋଇଥାଏ ତାହାର ପ୍ରଭାବ ମାତ୍ର ୧୫ ରୁ ୪୦ ମିନିଟ୍ ଯାଏଁ ରହିଥାଏ । ନ୍ଯୁରୋଲଜିକାଲ୍ ସମସ୍ଯା ଯେମିତିକି ଡିପ୍ରେସନ୍, ଚିନ୍ତା, ଡିମେନଶିଆ ଏପରିକି ଅଲଜାଇମର୍ ଭଳି ରୋଗର କାରଣ ହୋଇଥାଏ ଚିନି । ଯାହା ମସ୍ତିସ୍କକୁ ଧୀର କରିଦିଏ । ଯାହା ଫଳରେ ସ୍ମରଣ ଶକ୍ତି ଧୀରେ ଧୀରେ କ୍ଷୀଣ ହୋଇଯାଏ ।

ଏକ ମିଠା ବିଷ ହେଉଛି ଚିନି । ପ୍ରୋସେସ୍ଡ ଧଳା ଚିନି ପାଚନ ତନ୍ତ୍ର ପାଇଁ ସବୁଠାରୁ ହାନିକାରକ । ଖାସ୍ କରି ସେହିମାନଙ୍କ ପାଇଁ ଯେଉଁମାନଙ୍କୁ କାର୍ବୋହାଇଡ୍ରେଟକୁ ହଜମ କରିବାରେ ସମସ୍ଯା ହୋଇଥାଏ । ଏହା ମହିଳାମାନଙ୍କ ହରମୋନ୍ ଅସନ୍ତୁଳନକୁ ବଢାଇଥାଏ । ଚିନିଠାରୁ ସୁରକ୍ଷିତ ହେଉଛି ଆଖୁ ରସ, ଗଡ କିମ୍ବା ବ୍ରାଉନ୍ ସୁଗାର । ଯାହାକୁ ପ୍ରାଚୀନ କାଳରେ ବ୍ଯବହାର କରାଯାଉଥିଲା ।

ଏହା ସହ ପଢନ୍ତୁ : ସ୍ବାସ୍ଥ୍ଯ ପାଇଁ ସଜନା, ଅନେକ ରୋଗର ଗୋଟେ ଔଷଧ ଅଛି ଆପଣଙ୍କ ଘରେ

KNews Bureau

Recent Posts

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

10 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

19 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

22 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

56 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

58 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

2 hours ago