ମିଠା ଜହର ଚିନି, ଡିମେନସିଆଠୁ ଆରମ୍ଭ କରି ଡିପ୍ରେସନ୍ ଭଳି ମାରାତ୍ମକ ରୋଗର ହୋଇଥାଏ କାରଣ  

ଜଣେ ଲୋକ ଗୋଟିଏ ବର୍ଷ ମଧ୍ୟରେ ପ୍ରାୟ ୨୦ କିଲୋ ଚିନି ଖାଇଥାଏ । ହେଲେ ଅଧିକାଂଶ ଲୋକ ଜାଣନ୍ତି ମିଠାର ଏକ ନିଶା ହେଉଛି ଚିନି । ଟାଇପ୍ ୨ ଡାଇଭେଟିସର ବଡ କାରଣ ହେଉଛି ଅଧିକ ଚିନି ଖାଇବା ।

ଯେଉଁମାନେ ନିୟମିତ ଅଧିକ ଚିନି ଖାଇଥାନ୍ତି ସେମାନଙ୍କ ପାନକ୍ରିୟ ଅଧିକ ଇନସୁଲିନ୍ ଉତ୍ପନ୍ନ କରିଥାଏ ଏବଂ ଶରୀରର କୋଷଗୁଡିକ ଇନ୍ସୁଲିନ୍ ପ୍ରତିରୋଧ ବିକଶିତ କରିଥାଏ । ଏହାର ଅର୍ଥ ହେଉଛି ଗ୍ଲୁକୋଜକୁ ସହଜରେ ଶରୀରର କୋଷରେ ସଂଗ୍ରୁହିତ କରାଯାଇପାରିବ ନାହିଁ । ଯାହା ଫଳରେ ରକ୍ତ ପ୍ରବାହରେ ଚିନି ଅଧିକ ହୋଇଯାଇଥାଏ ।

ଏହା ସହ ପଢନ୍ତୁ : ସାଥୀଙ୍କ ସହିତ ଝଗଡା ହେଉଛିକି ! ଘରେ ରଖନ୍ତୁ ଏହି ମୂର୍ତ୍ତି, ଭଲ ପାଇବା ବଢ଼ିବା ସହ ହେବ ଧନ ପ୍ରାପ୍ତି

ଏକ ରିପୋର୍ଟ ଅନୁସାରେ ଚୀନ୍ ପରେ ଭାରତରେ ଅଧିକ ଟାଇପ୍ ୨ ମଧୁମେହ ରୋଗୀ । ଦେଶରେ ବର୍ତ୍ତମାନ ଏହି ରୋଗରେ ପୀଡିତଙ୍କ ସଂଖ୍ଯା ହେଉଛି ୭.୨ କୋଟି । ଯାହା ୨୦୪୫ ସୁଦ୍ଧା ୧୫.୧ କୋଟି ହେବାର ସମ୍ଭାବନା ଅଛି ।

white sugarସ୍ବାସ୍ଥ୍ଯ ବିଶେଷଜ୍ଞଙ୍କ ଅନୁସାରେ, ଯେତେବେଳେ ଆମେ ଚିନି ଖାଉ ସେତେବେଳେ ଆମ ମସ୍ତିସ୍କରେ ବଡ ମାତ୍ରାରେ ଡୋପାମାଇନ୍ ଅର୍ଥାତ୍ ଭଲ ଅନୁଭବ ହେଉଥିବା ଏକ ହରମୋନ୍ ଉତ୍ପନ୍ନ ହୋଇଥାଏ । ବଜାରରେ ମିଳୁଥିବା ଅଧିକାଂଶ ଖାଦ୍ୟ ପଦାର୍ଥରେ ଖୁବ୍ ଚିନି ମିଶାଯାଇଥାଏ । ଯାହା ଦ୍ବାରା ଆମେ କେଚ୍ ଅପ୍ , ଦହି, ପେଷ୍ଟ୍ରି ଆଦି ଖାଦ୍ଯକୁ ଅଧିକ ଆକର୍ଷିତ ହୋଇଥାଉ । ଯାହା ଆମ ଶରୀର ପାଇଁ ଖୁବ୍ କ୍ଷତିକାରକ ।

ତେବେ ଚିନି ଖାଇବା ଦ୍ବାରା ମସ୍ତିସ୍କରେ ଭଲ ଅନୁଭବ ହେବାର ଯେଉଁ ହରମୋନ୍ ଉତ୍ପନ୍ନ ହୋଇଥାଏ ତାହାର ପ୍ରଭାବ ମାତ୍ର ୧୫ ରୁ ୪୦ ମିନିଟ୍ ଯାଏଁ ରହିଥାଏ । ନ୍ଯୁରୋଲଜିକାଲ୍ ସମସ୍ଯା ଯେମିତିକି ଡିପ୍ରେସନ୍, ଚିନ୍ତା, ଡିମେନଶିଆ ଏପରିକି ଅଲଜାଇମର୍ ଭଳି ରୋଗର କାରଣ ହୋଇଥାଏ ଚିନି । ଯାହା ମସ୍ତିସ୍କକୁ ଧୀର କରିଦିଏ । ଯାହା ଫଳରେ ସ୍ମରଣ ଶକ୍ତି ଧୀରେ ଧୀରେ କ୍ଷୀଣ ହୋଇଯାଏ ।

chini

ଏକ ମିଠା ବିଷ ହେଉଛି ଚିନି । ପ୍ରୋସେସ୍ଡ ଧଳା ଚିନି ପାଚନ ତନ୍ତ୍ର ପାଇଁ ସବୁଠାରୁ ହାନିକାରକ । ଖାସ୍ କରି ସେହିମାନଙ୍କ ପାଇଁ ଯେଉଁମାନଙ୍କୁ କାର୍ବୋହାଇଡ୍ରେଟକୁ ହଜମ କରିବାରେ ସମସ୍ଯା ହୋଇଥାଏ । ଏହା ମହିଳାମାନଙ୍କ ହରମୋନ୍ ଅସନ୍ତୁଳନକୁ ବଢାଇଥାଏ । ଚିନିଠାରୁ ସୁରକ୍ଷିତ ହେଉଛି ଆଖୁ ରସ, ଗଡ କିମ୍ବା ବ୍ରାଉନ୍ ସୁଗାର । ଯାହାକୁ ପ୍ରାଚୀନ କାଳରେ ବ୍ଯବହାର କରାଯାଉଥିଲା ।

ଏହା ସହ ପଢନ୍ତୁ : ସ୍ବାସ୍ଥ୍ଯ ପାଇଁ ସଜନା, ଅନେକ ରୋଗର ଗୋଟେ ଔଷଧ ଅଛି ଆପଣଙ୍କ ଘରେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.