ଲାଇଫ୍ ଷ୍ଟାଇଲ୍

ସକାଳୁ ଖାଲି ପେଟରେ ଖାଆନ୍ତୁ କିସମିସ୍‌, ରୋଗ ଠାରୁ ରହିବେ କୋଷେ ଦୂର

କିସମିସ୍‌ ଏକ ପ୍ରକାର ଡ୍ରାଇ ଫ୍ରୁଟ୍‌, ଯାହା ଅଙ୍ଗୁରରୁ ପ୍ରସ୍ତୁତ କରାଯାଏ। ଏହା ଖାଇବାକୁ ଯେତିକି ଟେଷ୍ଟି, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭକାରୀ ହୋଇଥାଏ। କିସମିସ୍‌ ରେ ଥିବା ଆଇରନ୍‌, ପୋଟାସିୟମ ଏବଂ ଫାଇବର ସ୍ୱାସ୍ଥ୍ୟ ପାଇଁ ନିହାତି ଆବଶ୍ୟକ। ଏହାକୁ ସେବନ କରିବା ଦ୍ୱାରା ପାଚନ ପକ୍ରିୟା ମଜବୁତ ହେବା ସହ ହାଡ ଶକ୍ତ ହୋଇଥାଏ। ଦେଖିବାକୁ କିସମିସ୍‌ ଛୋଟ ହୋଇଥିଲେ ମଧ୍ୟ ଏହାର ଅନେକ ଫାଇଦା ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

ତେବେ ଜାଣନ୍ତୁ ଶରୀରରେ ଏହାର ଫାଇଦା:

ଯଦି ଆପଣ ନିରୋଗ ରହିବାକୁ ଚାହୁଁଛନ୍ତି ତାହେଲେ ଆପଣ ବ୍ୟସ୍ତ ନହୋଇ ଘରୋଇ ଉପାୟ ଫଲୋ କରନ୍ତୁ। କିସମିସ ଆପଣଙ୍କ ଶରୀରକୁ ଏତେ ମାତ୍ରାରେ ନିରୋଗ ରଖିବ ଯେ ଆପଣ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟାରୁ ଦୂରେଇ ରହିବେ।

କିସମିସ୍‌ ଖାଇବାର ସବୁଠାରୁ ଭଲ ଉପାୟ ହେଉଛି ରାତିରେ ଭିଜାଇ ସକାଳୁ ଖାଇବା। ଭିଜା କିସମିସରେ ଆଇରନ,ପୋଟାସିୟମ୍,କ୍ୟାଲସିୟମ୍,ମ୍ୟାଗ୍ନେସିୟମ୍ଏବଂ ଫାଇବର୍ ପ୍ରଚୁର ପରିମାଣରେ ରହିଥାଏ।

-କିସମିସ ଖାଇଲେ ଏବଂ ଏହାର ପାଣି ପିଇବା ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ କାରଣରୁ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ଏବଂ ବାହାରର ଜୀବାଣୁ ସହ ଲଢ଼ିବାରେ ସକ୍ଷମ ହୋଇଥାଏ ଏବଂ ବ୍ୟାକ୍ଟେରିଆ ଆମ ଶରୀରକୁ ପ୍ରବେଶ କରିପାରେ ନାହିଁ।

pc: dentistry.co.uk

-ଉଚ୍ଚ ରକ୍ତଚାପ ଥିବା ରୋଗୀଙ୍କ ପାଇଁ କିସମିସ୍ ଲାଭଦାୟକ ହୋଇଥାଏ । ଏହା ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ। ଏଥିରେ ଥିବା ପୋଟାସିୟମ୍ ଉଚ୍ଚ ରକ୍ତଚାପରୁ ମୁକ୍ତି ଦେଇଥାଏ। ଏହା ଦ୍ବାରା ଆପଣ ଆନିମିଆରୁ ରକ୍ଷା ପାଇବେ କାରଣ କିସମିସ୍ ଆଇରନର ପ୍ରମୁଖ ଉପାଦାନ ।

-ଏହା ସହ ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍ ବି କମ୍ପ୍ଲେକ୍ସ୍ ଥାଏ। ଏହା ରକ୍ତର ମାତ୍ରାକୁ ବଢ଼ାଇବାରେ ସାହାଯ୍ୟ କରିଥାଏ।ଯଦି ଆପଣ କ୍ଳାନ୍ତ ଅନୁଭବ କରୁଛନ୍ତି, ତେବେ ଦହି ଓ କିସମିସ୍ ଖାଆନ୍ତୁ । ଏହା ଏନର୍ଜି ବଢ଼ାଇବାରେ ସାହାର୍ଯ୍ୟ କରିଥାଏ ।

-ଦହି ଓ କିସମିସ୍ ଖାଇବା ଦ୍ୱାରା ଚର୍ମ ସମସ୍ୟା ଦୂର ହୋଇଥାଏ । ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଚର୍ମ ସହିତ ଜଡିତ ସମସ୍ୟା ଦୂର ହୋଇଯିବ ।

-ଏହା ହଜମ ଶକ୍ତିକୁ ମଧ୍ୟ ବଢ଼ାଇଥାଏ। ଏଥିରେ ଖଣିଜ ଲବଣ ପ୍ରଚୁର ପରିମାଣରେ ରହିଥାଏ। ଏହା ହାଡ଼କୁ ମଜବୁତ କରିବାରେ ସହାୟକ ହୋଇଥାଏ। ଯଦି ଆପଣଙ୍କର ହଜମ ସମ୍ବନ୍ଧୀୟ ସମସ୍ୟା ଅଛି, ତେବେ ଦହି ଏବଂ କିସମିସ୍ ଖାଇବା ଦ୍ୱାରା ମଧ୍ୟ ଆପଣଙ୍କ ପାଇଁ ଲାଭ ହେବ । ଏହି ଦୁଇଟି ଜିନିଷରେ ପ୍ରଚୁର ଫାଇବର ଅଛି, ଯେଉଁଥିପାଇଁ ହଜମ ସଠିକ୍ ଭାବରେ ହୋଇଥାଏ | କୋଷ୍ଠକାଠିନ୍ୟ ସମସ୍ୟାରେ ଯଦି ଆପଣ ଅସୁବିଧାରେ ପଡ଼ନ୍ତି, ତେବେ ଦହି ଏବଂ କିସମିସ୍ ଖାଆନ୍ତୁ ।

*ଗୋଟିଏ କଥା ମନେ ରଖନ୍ତୁ ଯେ ବତୁରା ହୋଇଥିବା କିସମିସରେ କ୍ୟାଲୋରୀର ମାତ୍ରା ଅଧିକ ରହିଥାଏ। ସେଥିପାଇଁ ଏହାକୁ ବେଶୀ ଖାଆନ୍ତୁ ନାହିଁ।

D Sonali

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

21 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

26 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago