ଅତ୍ୟଧିକ ଲୁଣ ଖାଉଛନ୍ତି କି, ଦେଖାଦେଇପାରେ ମାନସିକ ବିକୃତି

ଅଧିକ ଲୁଣ ସେବନ କରିବା ଦ୍ୱାରା ମସ୍ତିଷ୍କ ଉପରେ କୁପ୍ରଭାବ ପଡ଼ିଥାଏ। ଲୁଣ ମସ୍ତିଷ୍କକୁ ୨୫ ପ୍ରତିଶତ ରକ୍ତ ସଞ୍ଚାଳନ କମ୍‌ କରେ। ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଅଧିକ ଲୁଣଯୁକ୍ତ ଖାଦ୍ୟ ସେବନ କରିବା ଦ୍ୱାରା ବୁଦ୍ଧିମତା ମଧ୍ୟ ହ୍ରାସ ପାଏ। ମସ୍ତିଷ୍କରେ ଟାଓ ପେଆଟିନ୍‌ର ମାତ୍ରା ବୃଦ୍ଧି ପାଇବା ଦ୍ୱାରା ସ୍ମରଣଶକ୍ତି କମିଥାଏ ଓ ବ୍ୟକ୍ତି ପୂର୍ବ କଥା ମନେ ରଖିପାରେ ନାହିଁ।

ଏହାସହ ପଢ଼ନ୍ତୁ: ସ୍ମରଣ ଶକ୍ତି ବୃଦ୍ଧି କରିବା ସହ ଏହି ୧୦ଟି ସମସ୍ୟାରୁ ମୁକ୍ତି ଦେଇଥାଏ ଶଙ୍ଖପୁଷ୍ପୀ

ଡିମେନ୍‌ସିଆ ବା କଥା ଭୁଲିଯିବା ରୋଗର ପ୍ରମୁଖ କାରଣ ହେଉଛି ଅତ୍ୟଧିକ ଲୁଣ ସେବନ। ଲୁଣ ଏହି ରୋଗର କାରକକୁ ଦ୍ରୁତଗତିରେ ସୃଷ୍ଟି କରିଥାଏ। ଫଳରେ ଶରୀରରେ ଫୁଲାରୋଗ ଦେଖାଦିଏ। ଇଣ୍ଟରଲ୍ୟୁକିନ୍‌-୧୭ ଅଣୁ ମୁଣ୍ଡର କୋଷରେ ନାଇଟ୍ରିକ୍‌ ଅକ୍ସାଇଡ୍‌ ଉତ୍ପାଦନ କମ୍‌ କରିଥାଏ। ନାଇଟ୍ରିକ୍‌ ଅକ୍ସାଇଡ୍‌ ରକ୍ତ ବାହିକାକୁ ଚଉଡ଼ା କରିଥାଏ ଓ ରକ୍ତ ସଞ୍ଚାଳନରେ ସାହାଯ୍ୟ କରେ। ମାତ୍ର ଏହାର ଅଭାବରୁ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୋଇଥାଏ।

ଏହାସହ ପଢ଼ନ୍ତୁ: ଶୀତଦିନେ ନିୟମିତ ପିଅନ୍ତୁ ହଳଦୀ ପାଣି, ଦେଖାଦେବନି ଏହି ୫ଟି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା

ସେହିପରି ଅତ୍ୟଧିକ ସୋଡ଼ିୟମ୍‌ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଏହା ମସ୍ତିଷ୍କକୁ ପ୍ରବାହିତ ହେଉଥିବା ରକ୍ତ ସଞ୍ଚାଳନରେ ବାଧା ସୃଷ୍ଟି କରେ। ଫଳରେ ବ୍ୟକ୍ତି ଆଜିର କଥା କାଲିକୁ ଭୁଲିଯାଇଥାଏ। ଅନ୍ୟପଟେ ଅଧିକ ଲୁଣ ଖାଇବା ଦ୍ୱାରା ଆଲଜାଇମର ଭଳି ସମସ୍ୟା ମଧ୍ୟ ଦେଖାଦିଏ।

WCW 11

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

7 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

10 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

10 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

11 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

13 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

13 hours ago