ଲାଇଫ୍ ଷ୍ଟାଇଲ୍

ଦେହରେ ଆଳସ୍ୟ ସହିତ ହେଉଛି କି ଏନର୍ଜିର କମି, ତାହେଲେ ହୋଇଥାଇ ପାରନ୍ତି ଏହି ସାଙ୍ଘାତିକ ରୋଗର ଶିକାର

ଆପଣଙ୍କୁ ସକାଳୁ ଉଠିବାରେ ଅଳସୁଆମି, ଥକାପଣ ଅନୁଭବ ହେଛି କି? ଶରୀର ମାନ୍ଦା ଲାଗିବା ସହିତ ଦେହରେ ଶକ୍ତି କମ୍‌ ଲାଗୁଛି କି? ଯଦି ହଁ,ତେବେ ଆପଣ କଫ ଦୋଷର ଅସନ୍ତୁଳନର ସାମନା କରୁଛନ୍ତି । ଆର୍ୟୁବେଦର ତିନୋଟି ଦୋଷ ମଧ୍ୟରୁ ଗୋଟିଏ ହେଉଛି କଫ ଦୋଷ । ଆର୍ୟୁବେଦ ତିନୋଟି ଦୋଷ ସିଦ୍ଧାନ୍ତରେ କାମ କରିଥାଏ । ଯାହା ହେଉଛି କଫ ଦୋଷ, ପିତ୍ତ ଦୋଷ ଓ ବାତ ଦୋଷ । ଏହି ତିନୋଟି ଦୋଷ ଶରୀରର ବିଭିନ୍ନ କାର୍ଯ୍ୟ କରିଥାଏ । ପିତ୍ତ ଦୋଷ ଶରୀରରେ ଅଗ୍ନି , ବାତ ଦୋଷ ପବନ ଓ ଆକାଶ ଏବଂ କଫ ଦୋଷରେ ପୃଥିବି ଓ ଜଳ ପରିବହନରେ କାମ କରେ ।

କଫ ଦୋଷ ଶରୀରର ସଂରଚନା , ରୋଗ ପ୍ରତିରୋଧକ କ୍ଷମତା, ଶରୀରରେ ତରଳ ପଦାର୍ଥର ସ୍ତର ବଜାୟ ରଖିବା ସହିତ ଧୈର୍ଯ୍ୟ, କ୍ଷମା ,ପ୍ରେମ, ସଚ୍ଚୋଟତାର ମଧ୍ୟ ଏହା କାରଣ ହୋଇଥାଏ । ତେବେ କଫ ଦୋଷରେ ଅସନ୍ତୁଳନ ଦେଖା ହେଲେ ମଣିଷର ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ଦେଖାଇଥାଏ । ଯେପରିକି ଆଳସ୍ୟ, ଥକାପଣ, ନିରାଶତା, ସକାଳେ ଉଠିବାରେ ଅସୁବିଧା ହେବା, ଜିଦଖୋର ହେବା ଇତ୍ୟାଦି । ଏହି ଅସନ୍ତୁଳନ ହେବା ଯୋଗୁଁ ଶରୀରରେ ବିଭିନ୍ନ ଲକ୍ଷଣ ମଧ୍ୟ ଦେଖାଯାଇଥାଏ । ହଜମକ୍ରିୟାରେ ଅସୁବିଧା, ପାଟି ଲୁଣିଆ ଲାଗିବା, ହଳଦିଆ ତ୍ୱଚା, ଶିତଳତା, କୁଣ୍ଡିଆ, ବାରମ୍ବାର ପରିସ୍ରା, ଧମନିରେ ଚର୍ବି ଜମିବା, ଜିଭ ଧଳା ହେବା, ଶରୀରର ଓଜନ ବଢିବା , ଆସ୍ଥମା, ଗଳାରେ ହିଚକିଚ, କାସ ଏବଂ ଡାଇବେଟିସ ଭଳି ଲକ୍ଷଣ ଦେଖାଯାଇଥାଏ । ଏହା ଛଡା ଏହି ଦୋଷରେ ଶ୍ୱାସକ୍ରିୟାରେ ଶୁଷ୍କତା ଓ ପେଟରେ ଉତ୍ତେଜନା ଦେଖାଯାଇଥାଏ ଓ କଫରେ ପିଡିତ ବ୍ୟକ୍ତି ଖୁବ ଶୀଘ୍ର ଡିପ୍ରେସନକୁ ମଧ୍ୟ ଚାଲିଯାଇଥାନ୍ତି ।

କଫ ଦୋଷର ଅସନ୍ତୁଳନକୁ ସନ୍ତୁଳନ କରିବାର ଉପଚାର:

– ଶୀଘ୍ର ଶୋଇ ଶୀଘ୍ର ଉଠନ୍ତୁ
– ନିୟମିତ ଭାବରେ ବାୟାମ , ଚଳପ୍ରଚଳ, କିମ୍ବା ସାଇକେଲ ଚଲାନ୍ତୁ
– ଧ୍ୟାନ କରିବା , ଲେଖିବା ଇତ୍ୟାଦି ଆତ୍ମନିରିକ୍ଷଣ ଗତିବିଧିରେ ସାମିଲ ହୁଅନ୍ତୁ
– ନିଜ ଶରୀରକୁ ଗରମ ଓ ଶୁଖିଲା ରଖିବେ
– ଗରମ ରାଶୀ ତେଲକୁ ନିୟମିତ ଭାବରେ ମାଲିସ କରନ୍ତୁ
– ପ୍ରତିଦିନ ଖରାରେ ଚଳପ୍ରଚଳ କରିବା ସହ ତାଜା ପବନରେ ବାୟାମ କରନ୍ତୁ
– ବିଭିନ୍ନ ଆର୍ୟୁବେଦ ଔଷଧିର ଜଡିବୁଟି ସେବନ କରନ୍ତୁ ।
– ନିୟମିତ ଯୋଗ କରିବା ଉଚିତ୍‌
– ରାଗ, ସୁଖିଲା ଏବଂ ଗରମ ପଦାର୍ଥର ସେବନ କରନ୍ତୁ ଏହା କଫକୁ ସନ୍ତୁଳିତ କରିଥାଏ ।
– ଶୁଖିଲା ଲଙ୍କା , ଗୋଲ ମରିଚ, ଅଦା, ଡାଲଚିନି ଇତ୍ୟାଦିର ସେବନ କରନ୍ତୁ

KNews Bureau

Recent Posts

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

11 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

11 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।…

10 hours ago