ପ୍ରେମିକ କିମ୍ବା ସ୍ୱାମୀଙ୍କ ଠାରୁ ଏହି ଆଶା ରଖିଥାନ୍ତି ପ୍ରତ୍ୟେକ ନାରୀ, କିନ୍ତୁ କେବେ ବି ସାମ୍ନାରେ କହିପାରନ୍ତି ନାହିଁ

କୁହାଯାଏ, ଝିଅମାନେ ନିଜ ପେଟରେ କୌଣସି କଥା ଲୁଚାଇ ରଖିପାରନ୍ତି ନାହିଁ। ଆପଣ ତାଙ୍କୁ ଯେଉଁ କଥା କାହାକୁ କହିବାକୁ ମନା କରିଥିବେ, ସେମାନେ ସେହି କଥାକୁ ତାଙ୍କ ନିକଟତର ଲୋକଙ୍କୁ କହିଥାନ୍ତି। କିନ୍ତୁ ଏସବୁ ସତ୍ତ୍ୱେ ଯୁବତୀମାନଙ୍କ ମନରେ ଏପରି କିଛି କଥା ରହିଥାଏ, ଯାହା ସେ ନିଜର ପାର୍ଟନର କିମ୍ବା ପ୍ରେମିକ ଠାରୁ ଆଶା କରିଥାଏ, କିନ୍ତୁ କେବେ କୁହନ୍ତି ନାହିଁ। ତେବେ ଆସନ୍ତୁ ଜାଣିନେବା କ’ଣ ଏହି କଥା.. ଯାହାକୁ ପ୍ରେମିକା ନିଜ ପ୍ରେମିକକୁ କହିପାରନ୍ତି ନାହିଁ..

ଯେଉଁଭଳି ସବୁ ପୁରୁଷ ନିଜ ପତ୍ନୀ କିମ୍ବା ପ୍ରେମିକା ଠାରୁ ଘରେ ହେଉ ଅବା ବାହାରେ ତାଙ୍କର ସମ୍ମାନ କରନ୍ତୁ ବୋଲି ଚାହାନ୍ତି, ସେହିପରି ମହିଳାମାନେ ମଧ୍ୟ ପୁରୁଷଙ୍କ ଠାରୁ ଏହିକଥା ଆଶା କରିଥାନ୍ତି। ଯୁବତୀମାନେ ଚାହାନ୍ତି କି, ତାଙ୍କ ପତି କିମ୍ବା ପ୍ରେମିକ ତାଙ୍କୁ କେବଳ ଏକାଥିବା ବେଳେ ନୁହେଁ ବରଂ ଅଲଗା ସମୟରେ ମଧ୍ୟ ଭଲପାଇବା ଏବଂ ସମ୍ମାନ କରିବା ଉଚିତ।

ସମ୍ପର୍କରେ ପରସ୍ପରର ଭାବନାକୁ ବୁଝିବା ନିତାନ୍ତ ଜରୁରୀ। ଯଦି ପରସ୍ପରର ଭାବନାକୁ ନ ବୁଝିବା ତେବେ ଜୀବନ ଅତିବାହିତ କରିବା ଅସମ୍ଭବ ହୋଇପଡିବ। ଅନେକ ଥର ପୁଅମାନେ ଝିଅଙ୍କ ଭାବନା ବୁଝିବାକୁ ଚେଷ୍ଟା କରନ୍ତି ନାହିଁ। ଯାହା ଝିଅମାନଙ୍କୁ ପସନ୍ଦ ଆସିନଥାଏ।

ସବୁବେଳେ ଦେଖାଯାଏ କି, ପୁଅମାନେ ନିଜ ଜୀବନସାଥିକୁ କୌଣସି ଭୁଲ କଲେ କ୍ଷମା ମାଗିବାକୁ ପ୍ରସ୍ତୁତ ନଥାନ୍ତି। ଯଦି ଆପଣ ଏପରି କରୁଛନ୍ତି, ତେବେ ନିଜକୁ ସୁଧାରିନିଅନ୍ତି। ଭୁଲ ଥିଲେ ଆପଣ ନିଜଆଡୁ ସ୍ୱୀକାର କରିନେଇ କ୍ଷମା ମାଗି ଦିଅନ୍ତୁ। ଯାହା ଆପଣଙ୍କ ପତ୍ନୀ କିମ୍ବା ପ୍ରେମିକକୁ ପସନ୍ଦ ଆସିବ। ସବୁ ଝିଅ ଚାହାନ୍ତି କି, ତାଙ୍କ ସ୍ୱପ୍ନର ରାଜକୁମାର ଉଦାର ସ୍ୱଭାବର ହୁଅନ୍ତୁ।

ସମ୍ପର୍କରେ ସଚ୍ଚୋଟତା ରହିବା ନିତାନ୍ତ ଜରୁରୀ। ଝିଅମାନେ ଏହା ନିଜ ପତି କିମ୍ବା ପ୍ରେମିକ ଠାରୁ ଏହା ଆଶା କରିଥାନ୍ତି। ତାଙ୍କ ପ୍ରେମିକା କିମ୍ବା ପତି ତାଙ୍କୁ ମିଛ କହୁ ଏହା ସେମାନଙ୍କର ବିଲକୁଲ ପସନ୍ଦ ନୁହେଁ।

Swagatika

Recent Posts

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

16 mins ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

1 hour ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

2 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

3 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

3 hours ago

କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍‌ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ

ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…

3 hours ago