ଲାଇଫ୍ ଷ୍ଟାଇଲ୍

ମାରାତ୍ମକ ରୋଗକୁ ନିମନ୍ତ୍ରଣ କରେ ଅଧିକ ଭିଟାମିନ୍‌ ‘ବି’ ସେବନ କରିବା, ଜାଣନ୍ତୁ ଉଚିତ୍‌ ମାତ୍ରା

ଶରୀର ପାଇଁ ଭିଟାମିନ୍‌ର ଆବଶ୍ୟକତା ରହିଛି । ହେଲେ ଅଧିକ ଭିଟାମିନ୍‌ ବେଳେ ବେଳେ ଶରୀର ପାଇଁ ଅନେକ ମାରାତ୍ମକ ରୋଗ ଆଣିଥାଏ । ମାତ୍ର ବିଶେଷକରି ଭିଟାମିନ୍‌ ‘ବି’ ର ଠିକ୍‌ ମାତ୍ରା ନ ଖାଇଲେ ଏହା ଘାତକ ହୋଇଥାଏ । ତେଣୁ ଆସନ୍ତୁ ଜାଣିବା ଜଣେ ବ୍ୟକ୍ତି ଦୈନିକ କେତେ ମାତ୍ରାର ଭିଟାମିନ୍‌ ‘ବି’ ଖାଇବା ଉଚିତ୍‌ ।

ବହୁବାର ଦେଖାଯାଏ ଯେ ୪୦ ବର୍ଷ ପରେ ମହିଳାମାନଙ୍କ ଠାରେ ହାଡ଼ କମଜୋର ଦେଖାଯାଇଥାଏ । ଯାହାର କାରଣ ଭିଟାମିନ୍‌ ବି ହୋଇପାରେ । ନିକଟରେ ହୋଇଥିବା ଗବେଷଣା ଅନୁଯାୟୀ ଶରୀରରେ ଭିଟାମିନ୍‌ ବି ମାତ୍ରା ଅଧିକ ହେଲେ ହାଡ଼ ଶୀଘ୍ର କମ୍‌ଜୋର ହୋଇଥାଏ ।

କେତେ ମାତ୍ରାରେ ଭିଟାମିନ୍‌ ବି ନେବା ଦରକାର

ସୁସ୍ଥ ରହିବା ପାଇଁ ଭିଟାମିନ୍‌ ବି ୬ ଓ ବି ୧୨ ଅତି ଜରୁରୀ । ତେବେ ଏହାର ମାତ୍ରା ଠିକ୍‌ ହେବା ଉଚିତ୍‌ । ଜଣେ ମହିଳାଙ୍କୁ ସାରା ଦିନରେ ୨.୪ ମାଇକ୍ରୋଗ୍ରାମ୍‌ର ଭିଟାମିନ୍‌ ବି ୧୨ ଓ ୧.୫ ମିଲିଗ୍ରାମର ବି ୬ ଖାଇବା ଦରକାର । ଯାହାକି ଟୁନା ମାଛର ଅଳ୍ପ ମାତ୍ରାରେ ପୂରଣ କରାଯାଇପାରିବ ।

ଭିଟାମିନ୍‌ ବି ର ଅଧିକ ମାତ୍ରା ହାନୀକାରକ

 

ଗବେଷକଙ୍କ କହିବା ଅନୁଯାୟୀ ଆବଶ୍ୟକ ଠାରୁ ଅଧିକ ଭିଟାମିନ୍‌ ବି ୬ ଓ ବି ୧୨ ନେବା ମହିଳାଙ୍କ ହାଡ଼ ପାଇଁ ମାରାତ୍ମକ ହୋଇଥାଏ । କେବଳ ସେତିକି ନୁହେଁ ଭିଟାମିନ୍‌ ବି ର କୈାଣସି ସପ୍ଲିମେଣ୍ଟ ମଧ୍ୟ ଦୀର୍ଘ ଦିନ ଯାଏ ନେବା ଫୁସ୍‌ଫୁସ୍‌ କର୍କଟ ଆଶଙ୍କା ବୃଦ୍ଧି କରିଥାଏ ।

ହିପ୍‌ ଫ୍ରାକ୍‌ଚର ମଧ୍ୟ ହୋଇପାରେ

ଯେଉଁ ମହିଳା ଦୈନିକ ଖାଦ୍ୟରେ ୨ ମି.ଲି ଭିଟାମିନ୍‌ ବି ୬ ଓ ୧୦ ମାଇକ୍ରୋଗ୍ରାମ୍‌ ବି ୧୨ ଠାରୁ ଅଧିକ ନେଇଥାନ୍ତି ସେମାନଙ୍କ ଠାରେ ହିପ୍‌ ବା କମର ଫ୍ୟାକ୍‌ଚର୍‌ ଆଶଙ୍କା ଅଧିକ ଦେଖାଯାଇଥାଏ । ଏହାଛଡା ଅଧିକ ମାତ୍ରାରେ ଭିଟାମିନ୍‌ ବି ଗୁଳି ନେବା ଦ୍ୱାରା ହିଷ୍ଟାମିନ୍‌ ନାମକ କେମିକାଲ୍‌ ରିଲିଜ୍‌ ହୁଏ । ଯାହାଦ୍ୱାରା ଆଲର୍ଜି ଓ ଆଜ୍‌ମା ରୋଗୀଙ୍କ ଠାରେ ହୃଦ୍‌ ଘାତ ଆଶଙ୍କା ବୃଦ୍ଧି ପାଇଥାଏ ।

ଗର୍ଭବତୀ ମହିଳାଙ୍କ ପାଇଁ ମଧ୍ୟ ହାନୀକାରକ

ଅଧିକ ମାତ୍ରା ଭିଟାମିନ୍‌ ବି ୧୨ ନେବା ଗର୍ଭବତୀ ମହିଳାଙ୍କ ପାଇଁ ବହୁତ କ୍ଷତିକାରକ ହୋଇଥାଏ । ଏହା ପେଟରେ ଥିବା ଶିଶୁ ଉପରେ ପ୍ରଭାବ ପକାଇବା ସହ ମୁଣ୍ଡ ବିନ୍ଧା,ଆଲର୍ଜି ଓ ମୁଣ୍ଡ ଘୁରାଇବା ଭଳି ସମସ୍ୟା ଆଣିଥାଏ ।

Niharanjan

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

6 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

10 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

14 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

26 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

43 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago