ମାରାତ୍ମକ ରୋଗକୁ ନିମନ୍ତ୍ରଣ କରେ ଅଧିକ ଭିଟାମିନ୍ ‘ବି’ ସେବନ କରିବା, ଜାଣନ୍ତୁ ଉଚିତ୍ ମାତ୍ରା

ଶରୀର ପାଇଁ ଭିଟାମିନ୍ର ଆବଶ୍ୟକତା ରହିଛି । ହେଲେ ଅଧିକ ଭିଟାମିନ୍ ବେଳେ ବେଳେ ଶରୀର ପାଇଁ ଅନେକ ମାରାତ୍ମକ ରୋଗ ଆଣିଥାଏ । ମାତ୍ର ବିଶେଷକରି ଭିଟାମିନ୍ ‘ବି’ ର ଠିକ୍ ମାତ୍ରା ନ ଖାଇଲେ ଏହା ଘାତକ ହୋଇଥାଏ । ତେଣୁ ଆସନ୍ତୁ ଜାଣିବା ଜଣେ ବ୍ୟକ୍ତି ଦୈନିକ କେତେ ମାତ୍ରାର ଭିଟାମିନ୍ ‘ବି’ ଖାଇବା ଉଚିତ୍ ।
ବହୁବାର ଦେଖାଯାଏ ଯେ ୪୦ ବର୍ଷ ପରେ ମହିଳାମାନଙ୍କ ଠାରେ ହାଡ଼ କମଜୋର ଦେଖାଯାଇଥାଏ । ଯାହାର କାରଣ ଭିଟାମିନ୍ ବି ହୋଇପାରେ । ନିକଟରେ ହୋଇଥିବା ଗବେଷଣା ଅନୁଯାୟୀ ଶରୀରରେ ଭିଟାମିନ୍ ବି ମାତ୍ରା ଅଧିକ ହେଲେ ହାଡ଼ ଶୀଘ୍ର କମ୍ଜୋର ହୋଇଥାଏ ।
କେତେ ମାତ୍ରାରେ ଭିଟାମିନ୍ ବି ନେବା ଦରକାର
ସୁସ୍ଥ ରହିବା ପାଇଁ ଭିଟାମିନ୍ ବି ୬ ଓ ବି ୧୨ ଅତି ଜରୁରୀ । ତେବେ ଏହାର ମାତ୍ରା ଠିକ୍ ହେବା ଉଚିତ୍ । ଜଣେ ମହିଳାଙ୍କୁ ସାରା ଦିନରେ ୨.୪ ମାଇକ୍ରୋଗ୍ରାମ୍ର ଭିଟାମିନ୍ ବି ୧୨ ଓ ୧.୫ ମିଲିଗ୍ରାମର ବି ୬ ଖାଇବା ଦରକାର । ଯାହାକି ଟୁନା ମାଛର ଅଳ୍ପ ମାତ୍ରାରେ ପୂରଣ କରାଯାଇପାରିବ ।
ଭିଟାମିନ୍ ବି ର ଅଧିକ ମାତ୍ରା ହାନୀକାରକ
ଗବେଷକଙ୍କ କହିବା ଅନୁଯାୟୀ ଆବଶ୍ୟକ ଠାରୁ ଅଧିକ ଭିଟାମିନ୍ ବି ୬ ଓ ବି ୧୨ ନେବା ମହିଳାଙ୍କ ହାଡ଼ ପାଇଁ ମାରାତ୍ମକ ହୋଇଥାଏ । କେବଳ ସେତିକି ନୁହେଁ ଭିଟାମିନ୍ ବି ର କୈାଣସି ସପ୍ଲିମେଣ୍ଟ ମଧ୍ୟ ଦୀର୍ଘ ଦିନ ଯାଏ ନେବା ଫୁସ୍ଫୁସ୍ କର୍କଟ ଆଶଙ୍କା ବୃଦ୍ଧି କରିଥାଏ ।
ହିପ୍ ଫ୍ରାକ୍ଚର ମଧ୍ୟ ହୋଇପାରେ
ଯେଉଁ ମହିଳା ଦୈନିକ ଖାଦ୍ୟରେ ୨ ମି.ଲି ଭିଟାମିନ୍ ବି ୬ ଓ ୧୦ ମାଇକ୍ରୋଗ୍ରାମ୍ ବି ୧୨ ଠାରୁ ଅଧିକ ନେଇଥାନ୍ତି ସେମାନଙ୍କ ଠାରେ ହିପ୍ ବା କମର ଫ୍ୟାକ୍ଚର୍ ଆଶଙ୍କା ଅଧିକ ଦେଖାଯାଇଥାଏ । ଏହାଛଡା ଅଧିକ ମାତ୍ରାରେ ଭିଟାମିନ୍ ବି ଗୁଳି ନେବା ଦ୍ୱାରା ହିଷ୍ଟାମିନ୍ ନାମକ କେମିକାଲ୍ ରିଲିଜ୍ ହୁଏ । ଯାହାଦ୍ୱାରା ଆଲର୍ଜି ଓ ଆଜ୍ମା ରୋଗୀଙ୍କ ଠାରେ ହୃଦ୍ ଘାତ ଆଶଙ୍କା ବୃଦ୍ଧି ପାଇଥାଏ ।
ଗର୍ଭବତୀ ମହିଳାଙ୍କ ପାଇଁ ମଧ୍ୟ ହାନୀକାରକ
ଅଧିକ ମାତ୍ରା ଭିଟାମିନ୍ ବି ୧୨ ନେବା ଗର୍ଭବତୀ ମହିଳାଙ୍କ ପାଇଁ ବହୁତ କ୍ଷତିକାରକ ହୋଇଥାଏ । ଏହା ପେଟରେ ଥିବା ଶିଶୁ ଉପରେ ପ୍ରଭାବ ପକାଇବା ସହ ମୁଣ୍ଡ ବିନ୍ଧା,ଆଲର୍ଜି ଓ ମୁଣ୍ଡ ଘୁରାଇବା ଭଳି ସମସ୍ୟା ଆଣିଥାଏ ।