ଜାତିସଂଘ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆବଶ୍ୟକତା ରହିଛି : ମୋଦି

କେନ୍ୟୁଜ୍(ବ୍ୟୁରୋ):  ଟିକା ନେଇ ଆଶ୍ୱାସନା ଦେଲେ ପ୍ରଧାନମନ୍ତ୍ରୀ । କରୋନା ଟିକାର ନିର୍ମାଣ ଓ ବିତରଣରେ ସାରା ବିଶ୍ୱର ସଂକଟ ଦୂର କରିବ ଭାରତ । ଜାତିସଂଘ ସାଧାରଣ ଅଧିବେଶନକୁ ସମ୍ବୋଧନ କରି ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ମୋଦି କହିଛନ୍ତି ମିଳିତ ଜାତିସଂଘ ନିଜର ୭୫ ବର୍ଷର ଇତିହାସରେ ଅନେକ ଐତିହାସିକ ସଫଳତା ପାଇଛି । କିନ୍ତୁ ଏପରି କେତେକ ଘଟଣା ରହିଛି ଯାହା ଉପରେ ଗଭୀର ଆତ୍ମମନ୍ଥନ କରିବାର ଆବଶକତା ରହିଛି ।

ଜାତିସଂଘ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆବଶ୍ୟକତା ରହିଛି। ଜାତିସଂଘ ସମ୍ମୁଖରେ ରହିଛି ଅନେକ ପ୍ରଶ୍ନ । ୧୯୪୫ରେ ବୈଶ୍ୱିକ ମାହୋଲ ଭିନ୍ନ ଥିଲା । ଆଜି ଆମ ପାଖରେ ଅନେକ ଆହ୍ଵାନ ଅଛି । ସାରା ଦୂନିଆ ଗତ ୮ ମାସ ହେଲା ଏକ ମହାମାରୀର ସମ୍ମୁଖୀନ ହେଉଛି, କିନ୍ତୁ ମାନବ ସମାଜର ଏହି ଲଢେଇରେ ଜାତିସଂଘ କେଉଁଠି ଅଛି ବୋଲି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶ୍ନ କରିଛନ୍ତି । ଏଥିପାଇଁ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନର ଆବଶ୍ୟକତା ରହିଛି । ମୋଦି କହିଛନ୍ତି, ଶାନ୍ତି ସ୍ଥାପନରେ ଭାରତର ଯୋଗଦାନ ସର୍ବଶ୍ରେଷ୍ଠ ରହିଛି। ଶାନ୍ତି ପାଇଁ ଅନେକ ବୀରଙ୍କୁ ହରାଇଛି ଭାରତ ବୋଲି ଜାତିସଂଘକୁ କହିଛନ୍ତି ମୋଦି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.