କଟକ ସହରରୁ ଆଜି ଆଉ ୨୧୭ ଜଣ କରୋନା ପଜିଟିଭ ଚିହ୍ନଟ

କେନ୍ୟୁଜ୍(ବ୍ୟୁରୋ): କଟକ ସହରରୁ ଆଜି ଆଉ ୨୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି କ୍ବାରେଣ୍ଟାଇନରୁ ୧୧୯ ଓ ଲୋକାଲ କଣ୍ଟାକ୍ଟ କେସରୁ ୯୮ ଜଣ ଚିହ୍ନଟ ହୋଇଛନ୍ତି ।
ସିଏମ୍ସି ସୂଚନା ଅନୁସାରେ ଆଜି ସରକାରୀ କ୍ବାରେଣ୍ଟାଇନରୁ ୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୩୬ ଜଣ ପୁରୁଷ ଓ ୭ ଜଣ ମହିଳା ଅଛନ୍ତି। ହୋମ କ୍ବାରେଣ୍ଟାଇନରୁ ୭୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ନୟାବଜାର ୮, ତୁଳସୀପୁରରୁ ୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚାଉଳିଆଗଞ୍ଜରୁ ୭ , ବିଡ଼ାନାସୀରୁ ୬, କଲ୍ୟାଣୀ ନଗରରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଲୋକାଲ କଣ୍ଟାକ୍ଟରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ନୟାବଜାରରୁ ୯ ଜଣ, ବିଡ଼ାନାସୀରୁ ୬ ଜଣ, ସିଡିଏ ସେକ୍ଟର-୫, ମହାନଦୀ ବିହାରରୁ ୫-୫ ଜଣ ଅଛନ୍ତି।