ବଲିଉଡ୍ର ଏହି କଳାକାରଙ୍କ ଭାଇ-ଭଉଣୀମାନେ ଆଜି ବି ଲାଇମ୍ ଲାଇଟ୍ଠାରୁ ଦୂରରେ ଅଛନ୍ତି, ଏହି ଅଭିନେତାଙ୍କ ଭଉଣୀଙ୍କୁ ତ କେହି ଦେଖିନଥିବେ

ବଲିଉଡ୍ ଷ୍ଟାରମାନେ କେବଳ ଫିଲ୍ମ ପାଇଁ ନୁହେଁ ବରଂ ନିଜ ପର୍ସନାଲ ଲାଇଫ୍ ପାଇଁ ବି ଚର୍ଚ୍ଚାରେ ରହିଥାନ୍ତି। ଏବେ ବି ଇଣ୍ଡଷ୍ଟ୍ରୀରେ କିଛି ଷ୍ଟାର କିଡ୍ ଡେବ୍ୟୁ କରୁଥିବା ବେଳେ ସେମାନଙ୍କ ଭାଇ ଭଉଣୀ କିନ୍ତୁ ଲାଇମ୍ ଲାଇଟ୍ରୁ ଦୂରରେ ଅଛନ୍ତି। ତେବେ ଆଜି ଆସନ୍ତୁ ଜାଣିବା ସେଭଳି କିଛି ଷ୍ଟାର କିଡ୍ଙ୍କ ବିଷୟରେ ଯେଉଁମାନଙ୍କ ଭାଇଭଉଣୀ ଆଜି ବି ଲାଇମ୍ ଲାଇଟ୍ଠାରୁ ଦୂରରେ ଅଛନ୍ତି…
ଅଭିଷେକ ବଚ୍ଚନ-ଶ୍ୱେତା ବଚ୍ଚନ:
ଅମିତାଭ ବଚ୍ଚନଙ୍କ ପୁଅ-ଝିଅ ହେଉଛନ୍ତି ଅଭିଷେକ ଓ ଶ୍ୱେତା। ଅଭିଷେକ ବି ଟାଉନ୍ରେ ନିଜ ଭାଗ୍ୟ ପରୀକ୍ଷା କରିଥିବା ବେଳେ ଶ୍ୱେତା କିନ୍ତୁ ଲାଇମ୍ ଲାଇଟ୍ଠୁ ଦୂରରେ ରହି କ୍ୟାରିୟର ଗଢ଼ିଛନ୍ତି।
ରଣବୀର କପୁର-ରିଦ୍ଦିମା କପୁର:
ଋଷି ଓ ନୀତୁ କପୁରଙ୍କ ପୁଅ ରଣବୀର କପୁର ବଲିଉଡ୍ରେ ଖୁବ୍ ନାଁ କମାଇଛନ୍ତି। କିନ୍ତୁ ରଣବୀରଙ୍କ ଭଉଣୀ ରିଦ୍ଦିମା କପୁର ଫିଲ୍ମ ଦୁନିଆରୁ ଦୂରରେ ରହିବାକୁ ପସନ୍ଦ କରନ୍ତି।
ସୋନାକ୍ଷୀ ସିହ୍ନା- ଲଭ, କୁଶ ସିହ୍ନା:
ଶତ୍ରୁଘ୍ନ ସିହ୍ନାଙ୍କ ଝିଅ ସୋନାକ୍ଷୀଙ୍କର ବଲିଉଡ୍ରେ ସ୍ୱତନ୍ତ୍ର ନେମ୍ ଫେମ୍ ରହିଛି। କିନ୍ତୁ ତାଙ୍କ ଦୁଇ ଭାଇ ଲଭ୍ ଓ କୁଶଙ୍କୁ କେହି ଜାଣନ୍ତି ନାହିଁ। ସେମାନେ ଏବେ ବି ବଡ଼ ପରଦାଠାରୁ ଦୂରରେ ଅଛନ୍ତି।
ହ୍ରିତିକ ରୋଶନ-ସୁନୈନା ରୋଶନ:
ରାକେଶ ରୋଶନ୍ଙ୍କ ପୁଅ ହ୍ରିତିକ ରୋଶନ୍ ୨୦୦୦ରେ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। କିନ୍ତୁ ତାଙ୍କ ଉଭଣୀ ସୁନୈନା କୌଣସି ଫିଲ୍ମରେ କାମ କରିନାହାନ୍ତି। ଏମିତି କି ସେ କେବେ ବି ନିଜ ଫଟୋ ସୋସିଆଲ ମିଡିଆରେ ଦିଅନ୍ତି ନାହିଁ।