ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ, ଜୟ ଜଗନ୍ନାଥ ଓ ଜୟ ମା’ ତାରିଣୀ କହି ବିଶାଳ ଜନସମାବେଶକୁ କଲେ ସମ୍ବୋଧନ

୨୦୨୪ ନିର୍ବାଚନ ପାଇଁ ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ । ନିଜର ପାରମ୍ପରିକ ଆସନରୁ ଚଳିତ ନିର୍ବାଚନ ପାଇଁ ବିଧିବଦ୍ଧ ପ୍ରଚାର ଆରମ୍ଭ କରିଛନ୍ତି । ତାଙ୍କ ସହ ଫାଇଭ-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଅଛନ୍ତି । ବିଜେଡି ସୁପ୍ରିମୋଙ୍କୁ ଫୁଲ ମାଳ ଦେଇ ସ୍ୱାଗତ କଲେ ଦଳୀୟ କର୍ମୀ ।

ବ୍ରହ୍ମପୁର (କେନ୍ୟୁଜ): ୨୦୨୪ ନିର୍ବାଚନ ପାଇଁ ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ । ନିଜର ପାରମ୍ପରିକ ଆସନରୁ ଚଳିତ ନିର୍ବାଚନ ପାଇଁ ବିଧିବଦ୍ଧ ପ୍ରଚାର ଆରମ୍ଭ କରିଛନ୍ତି । ତାଙ୍କ ସହ ଫାଇଭ-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଅଛନ୍ତି । ବିଜେଡି ସୁପ୍ରିମୋଙ୍କୁ ଫୁଲ ମାଳ ଦେଇ ସ୍ୱାଗତ କଲେ ଦଳୀୟ କର୍ମୀ । ସ୍ୱତନ୍ତ୍ର ବିମାନରେ ଯାଇ ହିଞ୍ଜିଳିରେ ପହଞ୍ଚିଛନ୍ତି । ଏଥିପାଇଁ ପୁରା ବ୍ରହ୍ମପୁରରେ ସୁରକ୍ଷା ବ୍ୟବସ୍ଥାକୁ କଡକାଡି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ଲୋକଙ୍କର ଭିଡ ଦେଖିବାକୁ ମିଳିଛି । ହିଞ୍ଜିଳିସଭାରେ ବିଜେଡିର ବହୁବରିଷ୍ଠ ନେତା ଉପସ୍ଥିତ ରହିଥିଲେ । ସେମାନଙ୍କ ମଧ୍ୟରେ ଆମ ଓଡିଶା ଅଧ୍ୟକ୍ଷ ଭି.ଭିକେ ପାଣ୍ଡିଆନ୍, ବିଧାୟକ ବିକ୍ରମ କେଶରୀ ଆରୁଖ, ସାଂସଦ ପ୍ରମିଳା ବିଷୋଇ ପ୍ରମୁଖ ଉପସ୍ଥିତ ରହିଛନ୍ତି ।

ହିଞ୍ଜିଳି ସମରଝୋଳରେ ଆୟୋଜିତ ଜନସଭାରେ ଜୟ ଜଗନ୍ନାଥ ଓ ଜୟ ମା’ ତାରିଣୀଙ୍କ ନାଁ ନେଇ ବିଶାଳ ଜନସମାଶେକୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ୨୦୨୪ ନିର୍ବାଚନ ପାଇଁ ହିଞ୍ଜିଳିରୁ ହିଁ ଆରମ୍ଭ ହୋଇଛି ବିଜେଡିର ବିଜୟ ପ୍ରଚାର ।  ତେବେ ନିଜ ନିର୍ବାଚନ କ୍ଷେତ୍ରରୁ ପ୍ରଥମେ ପ୍ରଚାର ଆରମ୍ଭ କରି ସେ ବହୁତ ଖୁସି ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।  ହିଞ୍ଚିଳି ସହ ଓଡିଶାର ସାଢେ ୪ କୋଟି ଜନତା ତାଙ୍କ ପରିବାର , ଯେଉଁମାନଙ୍କ କଲ୍ୟାଣ ପାଇଁ ସେ ସବୁବେଳେ କଲ୍ୟାଣକାରୀ କାର୍ଯ୍ୟ କରିଆସିଛନ୍ତି ଏବଂ ଶେଷ ଯାଏଁ ଲୋକଙ୍କ ସେବା କରୁଥିବେ । ବିଧାୟକ ତଥା ମୁଖ୍ୟମନ୍ତ୍ରୀ ଭାବେ ଲୋକଙ୍କ ସେବା କରିବାକୁ ସୁଯୋଗ ଦେଇଥିବାରୁ ସେ ହିଞ୍ଚିଳିବାସୀଙ୍କ ପ୍ରତି କୃତଜ୍ଞ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.