ଲାଇଫ୍ ଷ୍ଟାଇଲ୍

ଚନ୍ଦାପଣର କାରଣ ହୋଇପାରେ ମାତ୍ରାଧିକ ମଦ୍ୟପାନ ଏବଂ ସ୍ମୋକିଙ୍ଗ

ବର୍ତ୍ତମାନର ଆଧୁନିକ ଜୀବନଶୈଳୀରେ ଅନେକ ଅସ୍ୱାସ୍ଥ୍ୟକର ଅଭ୍ୟାସ ଆମ ଜୀବନରେ ଯୋଡ଼ି ହୋଇଛି । ଏହି ଅଭ୍ୟାସ ମଧ୍ୟରୁ ସ୍ମୋକିଙ୍ଗ ଏବଂ ଡ୍ରିଙ୍କିଙ୍ଗ ଅନ୍ୟତମ । ଏହି ଦୁଇଟି ଅଭ୍ୟାସ ଦ୍ୱାରା ଶରୀରରେ ଅନେକ ଗମ୍ଭୀର ସମସ୍ୟା ସୃଷ୍ଟି ହୋଇଥାଏ । ଏଭଳି ଭୟଙ୍କର ସମସ୍ୟା ବିଷୟରେ ଲୋକମାନେ ଜାଣିଥିଲେ ମଧ୍ୟ ନିଜ ଅଭ୍ୟାସରେ କୌଣସି ପ୍ରକାର ପରିବର୍ତ୍ତନ କରିନଥାନ୍ତି । ଶରୀର ଭିତରେ ହେଉଥିବା ବିଭିନ୍ନ ସମସ୍ୟା ସହିତ ଶରୀର ବାହାରେ ମଧ୍ୟ ଏହାର ପ୍ରଭାବ ପଡ଼ିଥାଏ । ମାତ୍ରାଧିକ ସ୍ମୋକିଙ୍ଗ ଏବଂ ମଦ୍ୟପାନ ଦ୍ୱାରା ଚୁଟି ଝଡ଼ିବା ଭଳି ସମସ୍ୟା ସୃଷ୍ଟି ହୋଇଥାଏ ।

ତମାଖୁ ସେବନ ଏବଂ ସ୍ମୋକିଙ୍ଗ ଦ୍ୱାରା ଶରୀର ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପଡ଼ିଥାଏ, ଯେଉଁଥିରେ ଚୁଟି ଝଡ଼ିବା ଏକ ପ୍ରମୁଖ କାରଣ ହୋଇଥାଏ । ସିଗାରେଟରେ ଥିବା ଟକ୍ସିନ୍ସ ସ୍କାଲ୍ପରେ ବ୍ଲଡ ସର୍କୁଲେସନକୁ କମ କରିଥାଏ, ଯାହା ଦ୍ୱାରା ହେୟାର ଫଲିକାଲ୍ସ ପର୍ଯ୍ୟନ୍ତ ଜରୁରୀ ପୋଷକ ତତ୍ୱ ଏବଂ ଅକ୍ସିଜେନ ପହଞ୍ଚି ପାରେ ନାହିଁ । ଏହା ଦ୍ୱାରା ଚୁଟି ଦୁର୍ବଳ ହୋଇଯାଏ ଏବଂ ପରେ ଚୁଟି ଝଡ଼ିବା ଆରମ୍ଭ ହୋଇଯାଏ । ଏହା ବ୍ୟତୀତ ସ୍ମୋକିଙ୍ଗ ଦ୍ୱାରା ଶରୀରରେ ଅକ୍ସିଡେଟିଭ ଷ୍ଟ୍ରେସ ବଢିଯାଏ ଏବଂ ସମୟ ପୂର୍ବରୁ ଚୁଟି ଧଳା ପଡ଼ିଥାଏ ।
ମଦ ପିଇବା ଦ୍ୱାରା ଚୁଟି ସହିତ ଶରୀରର ଅନ୍ୟ ଅଂଶରେ ମଧ୍ୟ ଗଭୀର ପ୍ରଭାବ ପଡ଼ିଥାଏ । ମଦ ଶରୀରକୁ ଡିହାଇଡ୍ରେଟ କରିଥାଏ ଏବଂ ଚୁଟି ବଢିବା ପାଇଁ ଥିବା ଆବଶ୍ୟକ ପୋଷକ ତତ୍ୱକୁ ନଷ୍ଟ କରିଥାଏ । ଏହା ବ୍ୟତୀତ ମଦ ପିଇବା ଦ୍ୱାରା ହର୍ମୋନର ସ୍ତର ମଧ୍ୟ ପ୍ରଭାବିତ ହୋଇଥାଏ । ଲିଭର ନଷ୍ଟ କରିବା ସହ ପୋଷକ ତତ୍ୱର ଅବଶୋଷଣରେ ବାଧା ସୃଷ୍ଟି କରିଥାଏ । ଏହି ସମସ୍ତ ସମସ୍ୟା ହେୟାର ଫଲିକାଲ୍ସକୁ ନକରାତ୍ମକ ଭାବେ ପ୍ରଭାବିତ କରିଥାଏ ।

ତେବେ ଚୁଟି ଝଡ଼ିବାର ଅନେକ କାରଣ ରହିଥାଏ, ଯେପରିକି ଜେନେଟିକ୍ସ, ହର୍ମୋନାଲ ସମସ୍ୟା, ଜଳବାୟୁ ପରିବର୍ତ୍ତନ ଏବଂ ପ୍ରଦୂଷଣ । ତେବେ ଏହି ଚୁଟି ଝଡ଼ିବା ସମସ୍ୟାର ସମାଧାନ କିପରି କରିବେ ତାହା ଜାଣି ରଖନ୍ତୁ ।

ଯଦି ସ୍ମୋକିଙ୍ଗ ଏବଂ ମଦ୍ୟପାନ ଯୋଗୁଁ ଚୁଟି ଝଡ଼ୁଛି ତେବେ ତୁରନ୍ତୁ ଏହି ଅଭ୍ୟାସକୁ ବନ୍ଦ କରନ୍ତୁ । ଏହା ବନ୍ଦ କରିବା ଦ୍ୱାରା ସ୍ୱାସ୍ଥ୍ୟ ଠିକ ରହିବା ସହ ବ୍ଲଡ ସର୍କୁଲେସନ ମଧ୍ୟ ଠିକ ରହିଥାଏ । ସମସ୍ୟା ଠିକ ହେବା ପାଇଁ ସମୟ ଲାଗିଥାଏ କିନ୍ତୁ ଚୁଟି ଝଡ଼ିବା ବନ୍ଦ କରିବା ପାଇଁ ଆପଣ ଏହି ଅଭ୍ୟାସକୁ ବନ୍ଦ କରିବା ଉଚିତ ।

ପୃଷ୍ଟିକର ଖାଦ୍ୟ ଖାଇବା ଉପରେ ଧ୍ୟାନ ଦିଅନ୍ତୁ । ପ୍ରଚୁର ମାତ୍ରାରେ ଫଳ, ପରିବା, ଶସ୍ୟ ଏବଂ ପ୍ରୋଟିନ ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ । ଏହି ଖାଦ୍ୟ ପଦାର୍ଥ ଆବଶ୍ୟକ ଭିଟାମିନ ଏବଂ ଆଣ୍ଟି ଅକ୍ସିଡାଣ୍ଟ ପ୍ରଦାନ କରିଥାଏ, ଯାହା ଚୁଟି ବଢିବାରେ ସାହାଯ୍ୟ କରିଥାଏ । ଶରୀରର ହାଇଡ୍ରେସନ ସ୍ତରକୁ ଠିକ ରଖିବା ପାଇଁ ପ୍ରଚୁର ପାଣି ପିଅନ୍ତୁ । ଏହା ଦ୍ୱାରା ଚୁଟିକୁ ପୋଷଣ ମିଳିଥାଏ ଏବଂ ଏହା ଝଡ଼ିବା ବନ୍ଦ ହୋଇଥାଏ ।

 

KNews Bureau

Recent Posts

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

2 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

12 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

21 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

36 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

45 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

54 mins ago