ଦେଶ ବିଦେଶ

ରୁଷ-ୟୁକ୍ରେନ ଯୁଦ୍ଧକୁ ପୂରିଲା ୫୦୦ ଦିନ, ୟୁକ୍ରେନର ଗଲାଣି ୯ ହଜାର ନାଗରିକଙ୍କ ଜୀବନ

ରୁଷ-ୟୁକ୍ରେନ ଯୁଦ୍ଧକୁ ପୂରିଲା ୫୦୦ ଦିନ । ରକ୍ତାକ୍ତ ସଂଘର୍ଷରେ ୟୁକ୍ରେନ ହରାଇଲାଣି ୫୦୦ ଶିଶୁ ସମେତ ୯ହଜାର ନାଗରିକଙ୍କ ଜୀବନ । ବହୁ ବିଲ୍ଡିଂ ଧ୍ୱଂସ ହୋଇଛି । ଧ୍ୱଂସସ୍ତୁପ ପାଲଟିଛି ସୁରମ୍ୟ ସହର । ମିସାଇଲ୍‌ ଓ ରକେଟ୍‌ ମାଡ଼ରେ ବିଭିନ୍ନ ସହରକୁ ଛାରଖାର କରିଦେଇଛି ରୁଷ୍‌ ସେନା ।

ଅନ୍ୟପଟେ ପୁଟିନ୍‌ ସେନାକୁ ବି ମୁହଁତୋଡ ଜବାବ ଦେଉଛି କିଭ୍‌ ସେନା । ବର୍ତ୍ତମାନ ସୁଦ୍ଧା ଯୁଦ୍ଧରେ ୨ଲକ୍ଷ ୩୨ହଜାର ରୁଷ୍‌ ସୈନ୍ୟଙ୍କୁ ମାରିଥିବା ୟୁକ୍ରେନ୍‌ ଦାବି କରିଛି । ୨୦୨୨ ଫେବୃଆରୀ ୨୪ରେ କିଭ୍‌ ଉପରେ ଆକ୍ରମଣ କରିଥିଲା ରୁଷ । ୫୦୦ ଦିନ ପରେ ବି ଯୁଦ୍ଧ ଥମୁନି । ବରଂ ଅଧିକ ତୀବ୍ର ହେବାର ଲାଗିଛି । ଯୁଦ୍ଧଗ୍ରସ୍ତ ୟୁକ୍ରେନକୁ ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ର ସାମରିକ, ଆର୍ଥିକ ଓ ମାନବୀୟ ସହାୟତା ଯୋଗାଇ ଆସୁଛନ୍ତି ।

ରୁଷ ଅକ୍ତିଆର କରିଥିବା ଅଞ୍ଚଳକୁ ଆଉଥରେ ଫେରାଇ ଆଣିବାରେ ସକ୍ଷମ ହେଉଛି ୟୁକ୍ରେନ । ଯୁଦ୍ଧ ଲମ୍ବୁଥିବା ବେଳେ ବଢୁଛି ପରମାଣୁ ଅସ୍ତ୍ର ଆକ୍ରମଣ ଆଶଙ୍କା । ଜାପୋରଝିଆ ନ୍ୟୁକ୍ଲିୟର ପାଓ୍ଵାର ପ୍ଲାଣ୍ଟ ଉପରେ ଆକ୍ରମଣ ଯୋଜନା ପାଇଁ ପରସ୍ପର ଉପରେ ଦୋଷ ଲଦୁଛନ୍ତି ରୁଷ ଓ ୟୁକ୍ରେନ । ୟୁକ୍ରେନର ଏୟାର ଡିଫେନ୍ସ ସିଷ୍ଟମକୁ ଟାର୍ଗେଟ କରି ରୁଷ୍‌ କରୁଥିବା ରକେଟ ମାଡ଼ରେ ଅନେକ ନୀରିହ ନାଜରିକଙ୍କ ଜୀବନ ଯାଇଛି ।

ଆବାସିକ ସ୍ଥଳୀ, ଆପାର୍ଟମେଣ୍ଟ, ହସ୍ପିଟାଲ, ଶିକ୍ଷାନୁଷ୍ଠାନ, ରେଷ୍ଟୁରାଣ୍ଟ ଉପରେ ହୋଇଛି ରକେଟ୍‌ ମାଡ଼ । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ କରିବାକୁ ଶାନ୍ତି ଆଲୋଚନା ବିଭିନ୍ନ ସମୟରେ ଫେଲ୍‌ ମାରିଛି । ରୁଷ ଆଗକୁ ବଢୁଥିବା ବେଳେ ୟୁକ୍ରେନ ନିଜ ଅଞ୍ଚଳକୁ ଫେରାଇ ଆଣିବା ଲକ୍ଷ୍ୟରେ ଲଢ଼େଇ ଜାରି ରଖିଛି ।

ସ୍ନେକ ଦ୍ୱୀପରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଯୁଦ୍ଧକୁ ୫୦୦ ଦିନ ପୂରିଥିବା ଅବସରରେ ଅବଜ୍ଞାର ପ୍ରତୀକ ଦ୍ୱୀପକୁ ଗସ୍ତ କରିଛନ୍ତି ଜେଲେନସ୍କି । ରୁଷ-ଯୁଦ୍ଧ ଆକ୍ରମଣ ସମୟରେ ବ୍ଲାକ ସିର ଏହି ଛୋଟ ଆଇଲ୍ୟାଣ୍ଡକୁ ପଶିଥିଲା ରୁଷ ଓ୍ଵାରସିପ । ଏଠାରେ ଥିବା ଲୋକମାନେ ସାହାସର ଏହାର ସାମ୍ନା କରିଥିଲେ । ରୁଷ ଆକ୍ରମଣରେ କେବେ ଡରିନଥିଲେ ସ୍ନେକ୍‌ ଦ୍ୱୀପାଞ୍ଚଳ ବାସିନ୍ଦା । ସେଠାରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଜେଲେନସ୍କି ।

Niharanjan

Recent Posts

ତପ୍ତପାଣି ଘାଟି ତଳକୁ ଖସିଲା ଟ୍ରକ, ଡ୍ରାଇଭର ମୃତ

ଦିଗପହଣ୍ଡି (କେନ୍ୟୁଜ): ତପ୍ତପାଣି ଘାଟିରେ ପୁଣି ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ମାଲବାହୀ ଟ୍ରକ ।…

1 min ago

ଭୁବନେଶ୍ବରରେ ଆଜି ପୁଣି ଥରେ ବଢିଲା ପେଟ୍ରୋଲ-ଡିଜେଲ ରେଟ୍, ଚେକ୍ କରନ୍ତୁ ନୂଆ ଦର

ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧ ଟଙ୍କା ୦୬ ପଇସା ରହିଛି । ଡିଜେଲ ଦର ୯୨ ଟଙ୍କା ୬୪ ପଇସା…

35 mins ago

ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପରେ ଆସିଛି ବୁଥ ବାହୁଡ଼ା ମତ, ଲଗାତାର ତୃତୀୟ ଥର ପାଇଁ ହେଇପାରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ମୋଦି । ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ…

42 mins ago

ସୁନା ଦର ହେଉଛି ଆକାଶ ଛୁଆଁ , ଜାଣନ୍ତୁ ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ ସୁନାର ଦାମ୍

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

57 mins ago

କରମଣ୍ଡଳ ରେଳ ଦୁର୍ଘଟଣା: ମନେପଡିଲେ ଥରି ଉଠୁଛି ଛାତି, ଟାଙ୍କୁରି ଯାଉଛି ଲୋମ

ବାଲେଶ୍ଵର (କେନ୍ୟୁଜ): ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାକୁ ଆଜି ପୁରିଛି ବର୍ଷେ । ୨୦୨୩  ଜୁନ୍ ୨ ଶୁକ୍ରବାର, ସମୟ…

1 hour ago

ସରିଲା ୪ର୍ଥ ପର୍ଯ୍ୟାୟ ନିର୍ବାଚନ, ରାଜ୍ୟରେ ମତଦାନ ହାର ୭୦.୬୭% ରହିଛି

ଭୁବନେଶ୍ୱର (କେନ୍ୟୁଜ): ଷ୍ଟ୍ରଙ୍ଗ ରୁମରେ ଇଭିଏମ୍ । ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଇଭିଏମରେ ସିଲ ହୋଇଛି…

2 hours ago