ରୁଷ-ୟୁକ୍ରେନ ଯୁଦ୍ଧକୁ ପୂରିଲା ୫୦୦ ଦିନ, ୟୁକ୍ରେନର ଗଲାଣି ୯ ହଜାର ନାଗରିକଙ୍କ ଜୀବନ
ରୁଷ-ୟୁକ୍ରେନ ଯୁଦ୍ଧକୁ ପୂରିଲା ୫୦୦ ଦିନ । ରକ୍ତାକ୍ତ ସଂଘର୍ଷରେ ୟୁକ୍ରେନ ହରାଇଲାଣି ୫୦୦ ଶିଶୁ ସମେତ ୯ହଜାର ନାଗରିକଙ୍କ ଜୀବନ । ବହୁ ବିଲ୍ଡିଂ ଧ୍ୱଂସ ହୋଇଛି । ଧ୍ୱଂସସ୍ତୁପ ପାଲଟିଛି ସୁରମ୍ୟ ସହର । ମିସାଇଲ୍ ଓ ରକେଟ୍ ମାଡ଼ରେ ବିଭିନ୍ନ ସହରକୁ ଛାରଖାର କରିଦେଇଛି ରୁଷ୍ ସେନା ।

ରୁଷ-ୟୁକ୍ରେନ ଯୁଦ୍ଧକୁ ପୂରିଲା ୫୦୦ ଦିନ । ରକ୍ତାକ୍ତ ସଂଘର୍ଷରେ ୟୁକ୍ରେନ ହରାଇଲାଣି ୫୦୦ ଶିଶୁ ସମେତ ୯ହଜାର ନାଗରିକଙ୍କ ଜୀବନ । ବହୁ ବିଲ୍ଡିଂ ଧ୍ୱଂସ ହୋଇଛି । ଧ୍ୱଂସସ୍ତୁପ ପାଲଟିଛି ସୁରମ୍ୟ ସହର । ମିସାଇଲ୍ ଓ ରକେଟ୍ ମାଡ଼ରେ ବିଭିନ୍ନ ସହରକୁ ଛାରଖାର କରିଦେଇଛି ରୁଷ୍ ସେନା ।
ଅନ୍ୟପଟେ ପୁଟିନ୍ ସେନାକୁ ବି ମୁହଁତୋଡ ଜବାବ ଦେଉଛି କିଭ୍ ସେନା । ବର୍ତ୍ତମାନ ସୁଦ୍ଧା ଯୁଦ୍ଧରେ ୨ଲକ୍ଷ ୩୨ହଜାର ରୁଷ୍ ସୈନ୍ୟଙ୍କୁ ମାରିଥିବା ୟୁକ୍ରେନ୍ ଦାବି କରିଛି । ୨୦୨୨ ଫେବୃଆରୀ ୨୪ରେ କିଭ୍ ଉପରେ ଆକ୍ରମଣ କରିଥିଲା ରୁଷ । ୫୦୦ ଦିନ ପରେ ବି ଯୁଦ୍ଧ ଥମୁନି । ବରଂ ଅଧିକ ତୀବ୍ର ହେବାର ଲାଗିଛି । ଯୁଦ୍ଧଗ୍ରସ୍ତ ୟୁକ୍ରେନକୁ ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ର ସାମରିକ, ଆର୍ଥିକ ଓ ମାନବୀୟ ସହାୟତା ଯୋଗାଇ ଆସୁଛନ୍ତି ।
ରୁଷ ଅକ୍ତିଆର କରିଥିବା ଅଞ୍ଚଳକୁ ଆଉଥରେ ଫେରାଇ ଆଣିବାରେ ସକ୍ଷମ ହେଉଛି ୟୁକ୍ରେନ । ଯୁଦ୍ଧ ଲମ୍ବୁଥିବା ବେଳେ ବଢୁଛି ପରମାଣୁ ଅସ୍ତ୍ର ଆକ୍ରମଣ ଆଶଙ୍କା । ଜାପୋରଝିଆ ନ୍ୟୁକ୍ଲିୟର ପାଓ୍ଵାର ପ୍ଲାଣ୍ଟ ଉପରେ ଆକ୍ରମଣ ଯୋଜନା ପାଇଁ ପରସ୍ପର ଉପରେ ଦୋଷ ଲଦୁଛନ୍ତି ରୁଷ ଓ ୟୁକ୍ରେନ । ୟୁକ୍ରେନର ଏୟାର ଡିଫେନ୍ସ ସିଷ୍ଟମକୁ ଟାର୍ଗେଟ କରି ରୁଷ୍ କରୁଥିବା ରକେଟ ମାଡ଼ରେ ଅନେକ ନୀରିହ ନାଜରିକଙ୍କ ଜୀବନ ଯାଇଛି ।
ଆବାସିକ ସ୍ଥଳୀ, ଆପାର୍ଟମେଣ୍ଟ, ହସ୍ପିଟାଲ, ଶିକ୍ଷାନୁଷ୍ଠାନ, ରେଷ୍ଟୁରାଣ୍ଟ ଉପରେ ହୋଇଛି ରକେଟ୍ ମାଡ଼ । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ କରିବାକୁ ଶାନ୍ତି ଆଲୋଚନା ବିଭିନ୍ନ ସମୟରେ ଫେଲ୍ ମାରିଛି । ରୁଷ ଆଗକୁ ବଢୁଥିବା ବେଳେ ୟୁକ୍ରେନ ନିଜ ଅଞ୍ଚଳକୁ ଫେରାଇ ଆଣିବା ଲକ୍ଷ୍ୟରେ ଲଢ଼େଇ ଜାରି ରଖିଛି ।
ସ୍ନେକ ଦ୍ୱୀପରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଯୁଦ୍ଧକୁ ୫୦୦ ଦିନ ପୂରିଥିବା ଅବସରରେ ଅବଜ୍ଞାର ପ୍ରତୀକ ଦ୍ୱୀପକୁ ଗସ୍ତ କରିଛନ୍ତି ଜେଲେନସ୍କି । ରୁଷ-ଯୁଦ୍ଧ ଆକ୍ରମଣ ସମୟରେ ବ୍ଲାକ ସିର ଏହି ଛୋଟ ଆଇଲ୍ୟାଣ୍ଡକୁ ପଶିଥିଲା ରୁଷ ଓ୍ଵାରସିପ । ଏଠାରେ ଥିବା ଲୋକମାନେ ସାହାସର ଏହାର ସାମ୍ନା କରିଥିଲେ । ରୁଷ ଆକ୍ରମଣରେ କେବେ ଡରିନଥିଲେ ସ୍ନେକ୍ ଦ୍ୱୀପାଞ୍ଚଳ ବାସିନ୍ଦା । ସେଠାରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଜେଲେନସ୍କି ।