ଆପଣ ମଧ୍ୟ ଓଷା ଏବଂ ବ୍ରତରେ ଉପବାସ କରୁଛନ୍ତି କି ? ତେବେ ଜାଣି ରଖନ୍ତୁ ଏହାର ଫାଇଦା

ଉପବାସ ରହିବା ଦ୍ୱାରା ଶରୀରରେ ଥିବା ଅତିରିକ୍ତ ଫ୍ୟାଟ୍ ଉର୍ଜାରେ ପରିବର୍ତ୍ତନ ହୁଏ। ଜଣେ ବ୍ୟକ୍ତି କିଛି ଘଣ୍ଟା ଉପବାସ ରହିବା ଦ୍ୱାରା ଶରୀରର ଓଜନ କମ୍ ହୋଇଥାଏ। ଏବେ ଅନେକ କ୍ରୀଡାବୀତ୍ ଏହି ପ୍ରକ୍ରିୟା ଦ୍ୱାରା ଶରୀରର ଓଜନ ହ୍ରାସ କରୁଛନ୍ତି।

ଆୟୁଷ ବୃଦ୍ଧି ପାଇଥାଏ

ଆପଣଙ୍କୁ ବିଶ୍ୱାସ ହୋଇ ନ ପାରେ, କିନ୍ତୁ ଏକ ଗବେଷଣାରୁ ଏହା ପ୍ରମାଣିତ ହୋଇଛି ଯେ ଉପବାସ ରହିବା ଦ୍ୱାରା ବ୍ୟକ୍ତିଙ୍କ ଆୟୁଷ ଦୀର୍ଘ ହୋଇଥାଏ। ଏହି ଗବେଷଣା ଅନୁସାରେ, ଲୋକଙ୍କ ଆୟୁଷ ସେମାନଙ୍କ କମ୍ କିମ୍ୱା ଅଧିକ ଖାଇବା ଉପରେ ନିର୍ଭର କରିଥାଏ। ଉପବାସ ଦ୍ୱାରା ମେଟାବଲିଜିମ୍ କମ୍ ହୋଇଥାଏ। ଏହାଦ୍ୱାରା ବୟସ ବଢ଼ିବା ପରର ସମସ୍ୟା ଶୀଘ୍ର ଅନୁଭୂତ ହୋଇ ନ ଥାଏ ଏବଂ ସ୍ୱାସ୍ଥ୍ୟ ଭଲ ରହିଥାଏ।

ମସ୍ତିଷ୍କର କାର୍ଯ୍ୟ କରିବା କ୍ଷମତା ବଢ଼େ

ଉପବାସ ରହିବା ଦ୍ୱାରା ମସ୍ତିଷ୍କର କାର୍ଯ୍ୟ କରିବା କ୍ଷମତା ବୃଦ୍ଧି ପାଇଥାଏ। ଉପବାସ ଦ୍ୱାରା ମସ୍ତିଷ୍କରୁ ‘ଡିରାଇଡ୍ ନ୍ୟୁରୋଟ୍ରୋଫିକ୍ ଫ୍ୟାକ୍ଟର’ ନାମକ ପ୍ରୋଟିନ୍ ବାହାରିଥାଏ। ଏହି ପ୍ରୋଟିନ୍ ମସ୍ତିଷ୍କ ଓ ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ। ଏହି ପ୍ରୋଟିନ୍ ମସ୍ତିଷ୍କ ଜନିତ ଅନେକ ରୋଗରୁ ମଧ୍ୟ ସୁରକ୍ଷା ଦେଇଥାଏ।

ନିଶ୍ଚୟ ପଢ଼ନ୍ତୁ : ଧାର୍ମିକ ଗ୍ରନ୍ଥ ଅନୁସାରେ ଭୁଲରେ ମଧ୍ୟ ଏହି ୫ ଲୋକଙ୍କ ଘରେ କରନ୍ତୁ ନାହିଁ ଭୋଜନ

ତ୍ୱଚାରୁ ବ୍ରଣ ଦୂର କରିଥାଏ

ଉପବାସ ରହିବା ଦ୍ୱାରା ତ୍ୱଚାରୁ ବ୍ରଣ ସମସ୍ୟା ଦୂର ହୋଇଥାଏ। କାରଣ ଉପବାସ ଦ୍ୱାରା ଶରୀରରୁ ଅନେକ ଟକ୍ସିନ୍ ବାହାରି ଯାଇଥାଏ। ଏହା ସହ ଅନ୍ୟ ଅଙ୍ଗଗୁଡ଼ିକର ଶାରୀରିକ ସଞ୍ଚାଳନ ମଧ୍ୟ ଠିକ୍ ରହିଥାଏ।

Pritiparna

Recent Posts

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

2 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

2 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

2 hours ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

2 hours ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

2 hours ago

ବିଚାରାଧୀନ ମହିଳା କଏଦୀଙ୍କ ମୃତ୍ୟୁ

ରାଇରଙ୍ଗପୁର (କେନ୍ୟୁଜ୍‌) : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପକାରାଗାର ର ବିଚାରାଧୀନ ମହିଳା କଏଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ। ମୃତ…

3 hours ago