ଲାଇଫ୍ ଷ୍ଟାଇଲ୍

ଫୁଲରେ ବନାନ୍ତୁ ଏହି ତିନିଟି ଫେସପ୍ୟାକ୍‌, ମିଳିବ ଉଜ୍ୱଳ ତ୍ୱଚା

ଗରମ ଦିନରେ ଝାଳ ଏବଂ ଧୂଳି ଯୋଗୁଁ ଚେହେରା ଉଜ୍ୱଳତା ହ୍ରାସ ପାଇଥାଏ। ଏମିତିରେ ଖରାଦିନେ ତ୍ୱଚାର ଦେଖାଶୁଣା କରିବା ନିତାନ୍ତ ଆବଶ୍ୟକ ହୋଇଥାଏ। ବଜାରରେ ଅନେକ ପ୍ରକାର ପ୍ରଡକ୍ଟ ମିଳୁଛି, ଯାହାକୁ ଆପଣ ତ୍ୱଚାର ଉଜ୍ୱଳତା ପାଇଁ ବ୍ୟବହାର କରୁଛନ୍ତି କିନ୍ତୁ ପ୍ରାକୃତିକ ଉଜ୍ୱଳତା ହ୍ରାସ ପାଇଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଫୁଲରେ ପ୍ରସ୍ତୁତ ଫେସପ୍ୟାକ ବିଷୟରେ ଜଣାଇବୁ, ଯାହା ଆପଣଙ୍କୁ ଖରାଦିନେ ତ୍ୱଚାକୁ ଟାଇଟ ଏବଂ ଉଜ୍ୱଳ ରଖିବାରେ ସହାୟତା ହେବ।

ଗ୍ଲୋଇଂ ସ୍କିନ ପାଇଁ ଗେଣ୍ଡୁ ଫୁଲ ପେଷ୍ଟ :

ଆପଣ କିଛି ଗେଣ୍ଡୁ ଫୁଲର ପାଖୁଡାକୁ ନେଇ ସେଥିରେ ୧ ଚାମଚ ମହୁ ଏବଂ କ୍ଷୀର ସର ମିଶାଇ ଦିଅନ୍ତୁ। ଏହାକୁ ଭଲଭାବେ ପେଷ୍ଟ କରି ମୁହଁରେ ୧୫ରୁ ୨୦ ମିନିଟ ଲଗାଇ ଦିଅନ୍ତୁ। ପରେ ଥଣ୍ଡା ପାଣିରେ ଭଲଭାବେ ଧୋଇଦିଅନ୍ତୁ ।

ଗୋଲାପ ଫୁଲ ପେଷ୍ଟ :

ତ୍ୱଚାକୁ ହାଇଡ୍ରେଟ କରିବା ସହିତ ଶୀତଳତା ଦେଇଥାଏ ଗୋଲାପ ଫୁଲ। ଏହାଛଡା ତ୍ୱଚାକୁ ଟୋନ କରିବାର ଭଲ ବିକଳ୍ପ। ଏହି ଫେସପ୍ୟାକ୍‌ ବନାଇବା ପାଇଁ ଅଳ୍ପ ଉଷୁମ କ୍ଷୀରରେ ମହୁ ଏବଂ ଅଟା ମିଶାଇ ଏକ ଚାମଚ ଗୋଲାପ ଜଳ ମିଶାନ୍ତୁ। ଏହାକୁ ତ୍ୱଚାରେ ଲଗାଇବା ପରେ ଏକ ଘଣ୍ଟା ପର୍ଯ୍ୟନ୍ତ ଛାଡିଦିଅନ୍ତୁ। ପରେ ଏହାକୁ ଭଲ ପାଣିରେ ଧୋଇଦିଅନ୍ତୁ।

ମନ୍ଦାର ଫୁଲ ପେଷ୍ଟ:

ତ୍ୱଚାରେ ପଡୁଥିବା ଭାଙ୍ଗ ଦୂର କରିଥାଏ ମନ୍ଦାର ଫୁଲ। ଏହାଛଡା ଫ୍ରି ରାଡିକିଲ୍ସକୁ ହଟାଇବା ସହିତ ବୟସ ବଢିବାର ପ୍ରକ୍ରିୟାକୁ ମନ୍ଥର କରିଦିଏ। ଏଥିପାଇଁ ଆପଣ ତ୍ୱଚାର ଉଜ୍ୱଳତା ପାଇବା ପାଇଁ ମନ୍ଦାର ଫୁଲର ପାଖୁଡାକୁ ସିଝାଇ ଭଲଭାବେ ପେଷ୍ଟ କରିଦିଅନ୍ତୁ। ଏଥିରେ ମହୁ ଏକ ଚାମଚ ମିଶାଇ ମୁହଁ ଏବଂ ବେକରେ ଲଗାନ୍ତୁ। ଏହା ଭଲଭାବେ ଶୁଖିଯିବା ପରେ ଧୋଇଦିଅନ୍ତୁ।

Swagatika

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…

7 hours ago

ହିଟ୍ ୱେଭ ଆକ୍ସନ ପ୍ଲାନ, ମେଡିକାଲ ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ୍‌): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…

10 hours ago

ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍‌): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ…

10 hours ago

ପୋଲିସ ଉପରେ ଆକ୍ରମଣ ; ୩୮ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ମୟୂରଭଞ୍ଜ (କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବେଲପାଳ ଗାଁରେ ପୋଲିସ ଉପରେ ଆକ୍ରମଣ ଘଟଣାରେ ୩୮ ଜଣ ଗିରଫ…

10 hours ago

ବିସ୍ଫୋରଣ ଦେଇଗଲା ଦୁଃଖ, ପରିବାର ଚଳିବ କେମିତି ?

ଭାବ ଭକ୍ତିରେ ବନ୍ଧା ହେ ମହାବାହୁ …ତୁମ ଚନ୍ଦନ ଯାତ୍ରାରେ ଏଭଳି ଅଘଟଣ ଘଟିବ …ସେ ପୁଣି ତୁମେ ପ୍ରଭୁ…

11 hours ago

ଲୁହା ପାଇପ ଚୋରା ଚାଲାଣ ମାମଲାରେ ଟୁଙ୍ଗୁରୁ ଭୋଳ ସମେତ ୧୧ ଗିରଫ

ଭୁବନେଶ୍ୱର(କେନ୍ୟୁଜ୍‌): ପୁଣି ଚର୍ଚ୍ଚାକୁ ଆସିଲେ ଅଟୋ ଚାଳକ ଟୁଙ୍ଗୁରୁ ଭୋଳ । ପୂର୍ବରୁ ପରକୀୟା ପ୍ରୀତି ଅଭିଯୋଗରେ ଚର୍ଚ୍ଚାରେ ରହିଥିବା…

13 hours ago