ଲାଇଫ୍ ଷ୍ଟାଇଲ୍

ବଜାର ନୁହେଁ ଘରେ ପ୍ରସ୍ତୁତ କରନ୍ତୁ ମିଠା, ରଜ ସ୍ପେଶାଲରେ ବନାନ୍ତୁ ‘ସୁଜି ଗୋଲାପ ଜାମୁନ’

ଦିନକ ପରେ ରଜ। ଘରେ ହେବ ବିଭିନ୍ନ ପିଠା ଆଉ ମିଠା। କିନ୍ତୁ ଏଥର କରୋନା ଲକଡାଉନ ପାଇଁ ସବୁକିଛି ଆଗ ଭଳି ହେବ ନାହିଁ। ତଥାପି ରଜକୁ ଫିକା ନକରିବାକୁ ଆଜି ଆମେ ଆପଣଙ୍କୁ ଜଣାଇବୁ ଗୋଲାବ ଜାମୁନ ତାହା ପୁଣି ସୁଜିରେ। କରୋନାର ସଂକ୍ରମଣ ବଢ଼ୁଛି ଏହି ସମୟରେ ଆପଣ ବଜାରର ଜିନିଷ ଖାଇବା ଅନୁଚିତ। ଏଥିପାଇଁ ସବୁଠାରୁ ଭଲ ଘରେ ପ୍ରସ୍ତୁତ କରିବା। ତାହେଲେ ଆସନ୍ତୁ ଜାଣିବା ସୁଜି ଗୋଲାପ ଜାମୁନ କେମିତି କରିବେ ପ୍ରସ୍ତୁତ।

ସିରା ପାଇଁ ଆବଶ୍ୟକ ସାମଗ୍ରୀ

ଚିନି – ୨ କପ୍‌

ପାଣି – ୨ କପ୍‌

କେସର – ୧/୪ କପ୍‌

ଡାଲଚିନି ପାଉଡର – ୧/୪ କପ୍‌

ଗୁଲାବ ଜଳ – ୧ ଚାମଚ

ଗୋଲାବ ଜାମୁନ ପାଇଁ ଆବଶ୍ୟକ ସାମଗ୍ରୀ

ସୁଜି – ୧ କପ୍‌

ଘିଅ – ୧ ଚାମଚ

କ୍ଷୀର – ୩ କପ୍‌

ମିଲ୍କ ପାଉଡର – ୨ ଚାମଚ

ଚିନି – ୨ ଚାମଚ

ତେଲ – ଆବଶ୍ୟକ ଅନୁଯାୟୀ ଛାଣିବା ପାଇଁ

ପ୍ରସ୍ତୁତ ପ୍ରଣାଳୀ

-କଡାରେ ଏକ ଚାମଚ ଘିଅ ଗରମ କରନ୍ତୁ। ସେଥିରେ ୩ କପ୍‌ କ୍ଷୀର ମିଶାନ୍ତୁ। ଏହାପରେ ସେଥିରେ ୨ ଚାମଚ ମିଲ୍କ ପାଉଡର ଏବଂ ୨ ଚାମଚ ଚିନି ମିଶାନ୍ତୁ।
-କ୍ଷୀର ଫୁଟିବା ଯାଏଁ ଆଞ୍ଚରେ ବସାନ୍ତୁ।
– ଆଞ୍ଚ ଧୀମା କରି ସେଥିରେ ଏକ କପ୍‌ ଭଜା ହୋଇଥିବା ସୁଜି ମିଶାଇ ଚାମଚ ସାହାଯ୍ୟରେ ଚଲାନ୍ତୁ।
-ଧ୍ୟାନ ରଖନ୍ତୁ ଯେପରି ଏଥିରେ ବିଣ୍ଡା ହୋଇନଯାଏ।
-ଏହାପରେ ଏହି ମିଶ୍ରଣକୁ ଥଣ୍ଡା ହେବାକୁ ଦିଅନ୍ତୁ। ଏହାପରେ ଏହାକୁ ଅଲଗା ଏକ ପାତ୍ରରେ ରଖିଦିଅନ୍ତୁ। ଦୁଇ ମିନିଟ ପର୍ଯ୍ୟନ୍ତ ଏହି ମିଶ୍ରଣକୁ ହାତରେ ମିସ୍କ କରନ୍ତୁ। ଯେତେ ପର୍ଯ୍ୟନ୍ତ ଏହା ନରମ ନ ହୋଇଛି।
– ଛୋଟ ଛୋଟ ଗୋଲାକାର ଭଳି ବଲ୍‌ ବନାଇ ଦିଅନ୍ତୁ।
-ଏବେ ଏକ କଡାରେ ତେଲ ଗରମ କରନ୍ତୁ। ଏହାପରେ ଏହାକୁ ତେଲରେ ଛାଣନ୍ତୁ।
-ଦୁଇ ମିନିଟ ପର୍ଯ୍ୟନ୍ତ ଥଣ୍ଡା କରନ୍ତୁ। ଏହାପରେ ପ୍ରସ୍ତୁତ କରି ରଖିଥିବା ସିରାରେ ବୁଡାନ୍ତୁ।
-ସିରାରେ ଏହାକୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ। ଗୋଲାପ ଜାମୁନ ସିରା ପିଇଗଲା ପରେ ଏହାକୁ ଏକ ବାଉଲକୁ କାଢ଼ି ସର୍ଭ କରନ୍ତୁ।

Pritiparna

Recent Posts

ଥାନା ଭିତରେ ବୋହୂ, ବାହାରେ ନାତି ନାତୁଣିଙ୍କୁ ଧରି ଛିଡା ହୋଇଛନ୍ତି ଶାଶୁ

ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…

32 mins ago

ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା, ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…

41 mins ago

OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

53 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

1 hour ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

1 hour ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

1 hour ago