ଲାଇଫ୍ ଷ୍ଟାଇଲ୍

ହାର୍ଟ ଆଟାକର କାରଣ ହୋଇପାରେ ଏହି ଫୁଲ, ଭୁଲରେ ପାଖକୁ ଯାନ୍ତୁ ନାହିଁ

ଫୁଲର ସୁନ୍ଦରତା ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ । ଅନେକ ଫୁଲର ସୁଗନ୍ଧ ସମସ୍ତଙ୍କୁ ବହୁତ ହିଁ ପସନ୍ଦ ଲାଗିଥାଏ । ତେବେ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ, ଯେ ଏପରି ଏକ ଫୁଲ ଅଛି ଯାହା ଦେଖିବା ପାଇଁ ତ ବହୁତ ସୁନ୍ଦର, ହେଲେ ଏହା ସ୍ୱାସ୍ଥ୍ୟ ପାଇଁ ବିପଦପୂର୍ଣ୍ଣ ହୋଇଥାଏ । ସାରା ବିଶ୍ୱରେ ସୁନ୍ଦର ଦେଖାଯାଉଥିବା କିଛି ଫୁଲ ଅଛି ଯାହା ଜୀବନ ପାଇଁ ବିପଦ ହୋଇପାରେ । ତେବେ ଆପଣମାନେ ଜାଣିଛନ୍ତି କି ଏହି ବିଷାକ୍ତ ଫୁଲର ନାମ କଣ ? ଏହି ଫୁଲର ନାମ ଫକ୍ସଗ୍ଲୋଭ୍‌ । ଏହି ଫୁଲ ହର୍ବାଲ ଚିକିତ୍ସାରେ ବ୍ୟବହାର ହୋଇଥାଏ । କିନ୍ତୁ ଏହା ହାର୍ଟ ଆଟାକର କାରଣ ମଧ୍ୟ ହୋଇପାରେ । ଲାଇଫ୍‌ ସାଇନ୍ସର ରିପୋର୍ଟରେ ଫକ୍ସଗ୍ଲୋଭ୍‌ ଫୁଲ ବିଷୟରେ ସମସ୍ତ ସୂଚନା ଆପଣ ପାଇଯିବେ । ଏବେ ଜାଣନ୍ତୁ ଏହାର ବିଶେଷତା :-

ବିଷାକ୍ତ ହୋଇଥାଏ ଏହି ଫୁଲ ଗଛ :
ନ୍ୟୁୟର୍କର ଷ୍ଟେଟ୍‌ ୟୁନିଭରସିଟି ଅଫ୍‌ ଆସିଷ୍ଟାଣ୍ଟ ପ୍ରଫେସର ଜେନ ଓ୍ଵାଙ୍ଗ ଲାଇଫ୍‌ ସାଇନ୍ସ ଜରିଆରେ କହିଛନ୍ତି, ଯେ ଫକ୍ସଗ୍ଲୋଭରେ କାର୍ଡିଆକ ଗ୍ଲାଇକୋସାଇଡ୍‌ ନାମକ ଏକ ଶକ୍ତିଶାଳୀ କମ୍ପାଉଡ ମିଳିଥାଏ । ଯାହା ହାର୍ଟ ରୋଗୀଙ୍କ ପାଇଁ ବିପଦପୂର୍ଣ୍ଣ ହୋଇଥାଏ । ଫୁଲରେ ଏହି କମ୍ପାଉଡ୍‌ ଥିବା କାରଣରୁ ଭେଣ୍ଟ୍ରିକୁଲାର ଫାଇବ୍ରିଲେସନ୍‌ ପରି ଅବସ୍ଥା ମଧ୍ୟ ହୋଇପାରେ । ତେବେ ଏହି କାରଣରୁ ହାର୍ଟ ଆଟାକ ହୋଇପାରେ ଏବଂ ଜୀବନ ମଧ୍ୟ ଯାଇପାରେ ବୋଲି କୁହାଯାଇଛି ।

ଏହି ଗଛ କୌଣସି ସଞ୍ଜିବନି ବୁଟୀରୁ କମ ନୁହେଁ :
ସବୁଠାରୁ ଆଶ୍ଚର୍ଯ୍ୟ କରିବା ଭଳି କଥା ଯେ ଏହି ଗଛ ହାର୍ଟ ସମସ୍ୟା ପାଇଁ ସଞ୍ଜିବନି ବୁଟୀ ଭଳି କାମ କରେ । ଏହି ଜଡ଼ିବୁଟି ସେହି ସମୟରେ କାମରେ ଆସିଥାଏ ଯେତେ ବେଳେ ହାର୍ଟ ରୋଗୀଙ୍କ ଶରୀରରେ କୌଣସି ପ୍ରକାରର ମେଡିସିନ୍‌ କାମ କରେ ନାହିଁ । ଫକ୍ସଗ୍ଲୋଭ୍‌ ଫୁଲ ଏସିଆ ଓ ୟୁରୋପରେ ଅଧିକାଂଶ ସ୍ଥାନରେ ଦେଖିବା ପାଇଁ ମିଳିଥାଏ ।

ରିପୋର୍ଟରୁ କ’ଣ ଜଣାପଡିଛି ?
ଲାଇଫ୍‌ ସାଇନ୍ସର ରିପୋର୍ଟ ଅନୁସାରେ, ଏକ ହେଲଦି ହାର୍ଟ ହଜାର ହଜାର ହାର୍ଟ କୋଷ ମଧ୍ୟରେ ପୂରା ଶରୀରକୁ ଅମ୍ଳଜାନ ଦେଇଥାଏ । ଏହାରି ମଧ୍ୟରେ ଜଣେ ନିଶ୍ୱାସ ପ୍ରଶ୍ୱାସ ନେଇପାରେ .. ଏହି କୋଷ ଗୁଡିକରେ ଭିନ୍ନ ଭିନ୍ନ ଡ୍ରାନ୍ସପୋର୍ଟର ମିଳିଥାଏ, ଯେପରି ସୋଡିୟମ, ପୋଟାସିୟମ୍‌ ଏବଂ କ୍ଲୋରାଇଡ୍‌ ପରି ଚାର୍ଜିତ କଣିକା ଶରୀରକୁ ଦେଇଥାଏ । ଏହା ସହ ଶରୀର ସନ୍ତୁଳିତ ରହିଥାଏ ।

ଭୁଲରେ ମଧ୍ୟ ଏହି ଗଛର ଫୁଲ ସେବନ କରନ୍ତୁ ନାହିଁ :
ସୂଚନା ମୁତାବକ, ଏହି ଗଛ ର ଫୁଲ ଯଦି ଭୁଲରେ ମଧ୍ୟ ଖାଇ ଦେଇଛନ୍ତି ତାହେଲେ ତୁରନ୍ତ ଡାକ୍ତର ପାଖକୁ ଯିବେ। କାରଣ ଏହି ଗଛ ଏତେ ମାତ୍ରାରେ ବିଷାକ୍ତ ହୋଇଥାଏ ଯେ କୌଣସି ଲୋକର ମଧ୍ୟ ଜୀବନ ତୁରନ୍ତ ଯାଇପାରେ । ଏହି କାରଣରୁ ବାନ୍ତି, ସ୍କିନ ପ୍ରୋବ୍ଲେମ୍‌, ମୁଣ୍ଡବିନ୍ଧା ଠିକ୍‌ ଭାବେ ଦେଖାନଯିବା, ମୁଣ୍ଡ ବୁଲାଇବା ଏବଂ ଅତ୍ୟଧିକ ପରୀସ୍ରା ଲାଗିବା ଭଳି ଅନେକ ସମସ୍ୟା ହୋଇପାରେ । ଏହାସହ ଥକା ଲାଗିବା, ମାଂସପେଶୀ ଦୁର୍ବଳତା ଲାଗିବା, କମ୍ପନ, ଭୁଲିବା, ହାର୍ଟ ସମସ୍ୟା ଓ ଲୋ ବ୍ଲଡ୍‌ ପ୍ରେସର ହେବା ଦ୍ୱାରା ଜୀବନ ମଧ୍ୟ ଯାଇପାରେ ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago