ଲାଇଫ୍ ଷ୍ଟାଇଲ୍

ଯୋଗ କରୁଥିବା ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି ସବୁ କାମ, ନଚେତ ଶରୀର ଉପରେ ପଡିପାରେ କୁପ୍ରଭାବ

ସୁନ୍ଦର ଓ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ପ୍ରତିଦିନ ହେଲଦି ଡାଏଟ ସହିତ କିଛି ସମୟ ଯୋଗ କରିବା ନିହାତି ଜରୁରୀ । ଏହାଦ୍ୱାରା ଶରୀରର ବିକାଶ ହେବା ସହିତ ରୋଗ ପ୍ରତିରୋଧି ଶକ୍ତି ମଧ୍ୟ ବଢିଥାଏ । ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସହ ଲଢ଼ିବା ପାଇଁ ଶକ୍ତି ମଧ୍ୟ ମିଳିଥାଏ । କିନ୍ତୁ ଯୋଗାସନ କରିବା ସମୟରେ କେତେକ ବିଷୟ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ । ନଚେତ ଏହାର ସୁପ୍ରଭାବ ପଡିବା ପରିବର୍ତ୍ତେ କୁପ୍ରଭାବ ପଡିଥାଏ । ତେବେ ଆସନ୍ତୁ ଏନେଇ କେତେକ ନିୟମ ଗୁଡିକ ବାବଦରେ ଜାଣିରଖିବା ।

ପ୍ରାରମ୍ଭିକ ସ୍ତରରେ କଠିନ ଆସନ କରନ୍ତୁ ନାହିଁ:

ଯଦି ଆପଣ ନୂଆ ନୂଆ ଯୋଗ କରିବା ଆରମ୍ଭ କରୁଥାନ୍ତି । ତେବେ ସହଜ ସହଜ ଆସନ କରନ୍ତୁ । ତେଣୁ ପ୍ରଥମେ ସହଜ ଆସନ ବାବଦରେ ଜାଣି ରଖନ୍ତୁ । ଯାହାଦ୍ୱାରା ମାଂସପେଶୀ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ନଚେତ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ ।

ସଠିକ କପଡା ଚୟନ କରନ୍ତୁ:

ସବୁବେଳେ ମନେ ରଖିବେ । ଆପଣ ଯୋଗ କରୁଥିବା ସମୟରେ ପିନ୍ଧୁଥିବା ଡ୍ରେସ ନା ଅଧିକ ଟାଇଟ ହେଉଥିବ ନା ଅଧିକ ଢିଲା । ସବୁବେଳେ ଏମିତି ଡ୍ରେସ ପିନ୍ଧନ୍ତୁ ଯାହା ସାହାଯ୍ୟରେ ଖୁବ ସହଜରେ ଯୋଗାସନ ଗୁଡିକୁ କରିହେବ ।

ଆସନ ବାବଦରେ ସବିଶେଷ ତଥ୍ୟ ହାସଲ କରନ୍ତୁ:

ଆସନ ଆରମ୍ଭ କରିବା ପୂର୍ବରୁ ସେବାବଦରେ ସଠିକ ତଥ୍ୟ ହାସଲ କରିନିଅନ୍ତୁ । ଯଦି ଚାହିଁବେ କୌଣସି ଯୋଗଗୁରୁଙ୍କ ପରାମର୍ଶ ବି ନେଇପାରିବେ ।

ପାଣି ପିଅନ୍ତୁ ନାହିଁ:

ଯୋଗ କରୁଥିବା ବେଳେ ଆପଣଙ୍କୁ ଶୋଷ ଲାଗିପାରେ । କିନ୍ତୁ ଏସମୟରେ ଭୁଲରେ ବି ପାଣି ପିଅନ୍ତୁ ନାହିଁ । କାରଣ ଯୋଗ ବେଳେ ଶରୀରର ତାପମାତ୍ରା ବଢ଼ିଯାଇଥାଏ । ଯାହା ଫଳରେ ପାଣି ପିଇବା ଦ୍ୱାରା ଥଣ୍ଡା, କାଶ, ଜ୍ୱର ସମସ୍ୟା ଦେଖାଦେଇପାରେ । ଯୋଗ କରିବାର ନିହାତି ୧୫ ମିନିଟ ପରେ ପାଣି ପିଅନ୍ତୁ ।

ମୋବାଇଲ ଉପରେ ଧ୍ୟାନ ଦିଅନ୍ତୁ ନାହିଁ:

ସବୁବେଳେ ଖୋଲା ସ୍ଥାନରେ ଯୋଗାସନ କରନ୍ତୁ । ଆଉ ଏସମୟରେ ନିଜ ଫୋନ ଉପରୁ ଧ୍ୟାନ ହଟାଇ ଦିଅନ୍ତୁ । ଯଦି ଆପଣଙ୍କ ଧ୍ୟାନ ଭଟକି ଯାଏ ତେବେ ହୁଏତ ଆପଣ ଠିକ ଭାବରେ ଶ୍ୱାସକ୍ରିୟା କରିପାରିବେ ନାହିଁ । ଏହା ସହ ଆପଣଙ୍କ ମନ ବି ଶାନ୍ତ ଓ ଫ୍ରେସ ହେବା ବଦଳରେ ଅଶାନ୍ତ ହୋଇଯିବ ।

KNews Bureau

Recent Posts

ଜୁନ ୨୨ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ, ଲାଗୁ ହେବ ଟ୍ରାଫିକ କଟକଣା

ପୁରୀ : ଜୁନ ୨୨ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ । ୧୦୮ ଗଡୁ ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ମହାପ୍ରୠୁ…

18 mins ago

ବାଲେଶ୍ବର ସହରରେ ୧୯ ତାରିଖ ମଧ୍ୟରାତ୍ରି ଯାଏ କର୍ଫ୍ୟୁ, ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

ବାଲେଶ୍ବର : ବାଲେଶ୍ବର ସହରରେ କର୍ଫ୍ୟୁ ପରେ ୪୮ ଘଣ୍ଟା ପାଇଁ ସୋସିଆଲ ମିଡିଆ ବନ୍ଦ । ଗୋଷ୍ଠୀ ସଂଘର୍ଷ…

33 mins ago

ବରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କଲେ

ବରଗଡ଼ : ସେପଟେ ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ…

45 mins ago

ଅଟୋ ଓଲଟି ଡ୍ରାଇଭର ସମେତ ୫ ଆହାତ, ମେଡିକାଲରେ ଭର୍ତ୍ତି

ଆସ୍କା : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜାନିବିଲି ଗ୍ରାମ ନିକଟରେ ଯାତ୍ରୀବାହି ଅଟୋ ଓଲଟି ଡ୍ରାଇଭର ସମେତ ୫…

2 hours ago

ଦିଲ୍ଲୀରୁ ୪ ଲକ୍ଷ ଟଙ୍କା ଓ ୭୦ ଲକ୍ଷର ହୀରା ସୁନା ଗହଣା ଚୋରି କରିଥିଲେ ସୋରରୁ ତିନି ଜଣଙ୍କୁ ବାନ୍ଧିଲା ପୋଲିସ

ସୋର(କେନ୍ୟୁଜ୍‌): ଦିଲ୍ଲୀରେ ଚଳାଇଥିଲେ ଲୁଟ୍‌ର ଆତଙ୍କ । କୋଟି କୋଟି ଟଙ୍କା ଲୁଟି ଦିଲ୍ଲୀରୁ ଛୁ ମାରିଥିଲେ । ସେ…

2 hours ago

ଭିଜିଲାନ୍ସ ହାତରେ ଆରଆଇ, ଲାଞ୍ଚ ନେବା ଅଭିଯୋଗରେ ଗିରଫ

ସମ୍ବଲପୁର: ପୂର୍ବରୁ ଧରାପଡିଥିଲେ, ପୁଣି ଧରା ହେଲେ । ଲାଞ୍ଚ ନେବା ଅଭିଯୋଗରେ ନାକଟିଦେଉଳ ବ୍ଲକ ଡଇଁଚା ପଞ୍ଚାୟତର ଆରଆଇ…

3 hours ago