Propose Dayରେ ଅଭିନନ୍ଦନ, ସାଥୀଙ୍କୁ ପ୍ରପୋଜ୍‌ କରିବା ପୂର୍ବରୁ ଜାଣନ୍ତୁ କିଛି ରୋମାଣ୍ଟିକ ଟିପ୍ସ

ପ୍ରେମ କରିବା ବହୁତ ସହଜ ଲାଗେ କିନ୍ତୁ ସେହି ପ୍ରେମକୁ ପାଇବା ପାଇଁ ପ୍ରେମ ନିବେଦନ ବା ପ୍ରପୋଜ୍‌ କରିବା ବହୁତ କଷ୍ଟ ହୋଇଥାଏ। ସାଥିଙ୍କୁ ପ୍ରପୋଜ୍‌ କରିବା ପାଇଁ ଆପଣ ପୂର୍ବ ପ୍ରସ୍ତୁତି କରନ୍ତି କେତେବେଳେ ମିରର ସାମ୍ନାରେ ପ୍ରାକ୍ଟିସ କରନ୍ତି ତ ଆଉ କେତେବେଳେ ସାଙ୍ଗସାଥୀଙ୍କ ସାମ୍ନାରେ। କିନ୍ତୁ ସେମାନଙ୍କ ସାମ୍ନାରେ ଆପଣ ନିଜର ମନର କଥା କହିବାରେ ଟିକେ ସମସ୍ୟା ହୋଇଥାଏ, ଏଥିପାଇଁ ମନର କଥା ମନର ରହିଯାଏ।

ପ୍ରେମ ନିବେଦନ କରିବାର କୌଣସି ଜଲଦି କରନ୍ତୁ ନାହିଁ। ନଚେତ ମନ କଥା ମନରେ ରହିଯିବ ଏବଂ ଆପଣଙ୍କ ସାଥି ଆଉ କାହା ହାତ ଧରି ଯାଇପାରନ୍ତି। ଏହା ଶୁଣି ଆପଣ ବିଲକୁଲ୍‌ ଡରନ୍ତୁ ନାହିଁ କାରଣଆଜି ଆମେ ଆପଣଙ୍କୁ କିଛି ଜବରଦସ୍ତ ଆଇଡିଆ ଦେବୁ, ଯାହକୁ ଫଲୋ କରି ଆପଣ ଆପଣଙ୍କ ମନର କଥା ସହଜରେ କହିପାରିବେ ଆଉ ସାଥୀ ଆପଣଙ୍କ କଥା ନିଶ୍ଚୟ ମାନିଯିବେ।

-ଯେଉଁ ରାସ୍ତା ଦେଇ ଆପଣଙ୍କ ସାଥି ସବୁଦିନ ଯାଉଛନ୍ତି, ସେହି ରାସ୍ତାରେ ଏକ ହୋର୍ଡିଂ ଭଡାରେ ନେଇ ତା ଉପରେ ନିଜ ମନର କଥା ଲେଖିପାରିବେ। ଆପଣଙ୍କ ଏହି ଷ୍ଟାଇଲ ତାଙ୍କୁ ଆପଣଙ୍କ ନିକଟତର ନିଶ୍ଚୟ କରିପାରିବ।

-ଯଦି ଆପଣ ଗାର୍ଲଫ୍ରେଣ୍ଡଙ୍କ ସହିତ ଫ୍ଲାଇଟରେ ଯାଉଛନ୍ତି, ତେବେ ଇଣ୍ଟରକମରେ ମଧ୍ୟ ତାଙ୍କୁ ପ୍ରପୋଜ୍‌ କରିପାରିବେ। ମନର କଥା କହିବାକୁ ଏହାଠାରୁ ଜବରଦସ୍ତ ଆଡିଆ ଆଉ କିଛି ହୋଇପାରେ ନା।

-ଆପଣ ଯଦି କିଛି ଦୁଃଶାସିକ ଢ଼ଙ୍ଗରେ ଆପଣଙ୍କ ସାଥିଙ୍କୁ ପ୍ରପୋଜ୍‌ କରିବାକୁ ଚାହୁଁଛନ୍ତି ତେବେ ତାଙ୍କୁ ଫିଲ୍ମ ଦେଖିବାର ପ୍ଲାନରେ ସେଠାକୁ ନେଇଯାନ୍ତୁ ଏବଂ ଫିଲ୍ମର ଅନ୍ତରାଳରେ ନିଜର ଭିଡିଓ ପ୍ଲେ କରିବାର ବ୍ୟବସ୍ଥା କରନ୍ତୁ, ଯେଉଁଥିରେ ଆପଣ ନିଜ ଗାର୍ଲଫ୍ରେଣ୍ଡଙ୍କୁ ଜୀବନ ସାରା ସାଥ୍‌ ଦେବା ପାଇଁ ପ୍ରଶ୍ନ କରୁଛନ୍ତି।

-ଯଦି ଆପଣଙ୍କ ଗାର୍ଲଫ୍ରେଣ୍ଡଙ୍କୁ ରୋମାଞ୍ଚଭରା ଖେଳ ପସନ୍ଦ ତାହେଲେ ଆପଣ ତାଙ୍କୁ ଅଣ୍ଡର ଓ୍ଵାଟର ଡାଇଭିଂ ଏବଂ ରକ କ୍ଲାଇଭିଙ୍ଗ ପରେ ପାହାଡର ସବୁଠାରୁ ଶୀର୍ଷ ସ୍ଥାନକୁ ଯାଇ ନିଜ ପ୍ରେମର ପରିପ୍ରକାଶ କରିପାରିବେ। ସମୁଦ୍ର ମଝିରେ ମାଛ ମାନଙ୍କ ଭିତରେ ସାଥିଙ୍କୁ ଆପଣଙ୍କ ମନର କଥା କହିପାରିବେ।

-ଯଦି ଆପଣଙ୍କୁ ନିଜ ବନ୍ଧୁ ସହିତ ପ୍ରେମ ହୋଇଯାଉଛି ତେବେ ତାଙ୍କୁ ନିଜ ହାତରେ ପ୍ରେମ ଭରା ଏକ କାର୍ଡ ବନାଇ ଦିଅନ୍ତୁ, ଯେଉଁଥିରେ ଆପଣଙ୍କ ଭାବନା ଲେଖାଯିବା ସହିତ ପୂର୍ବରୁ ବିତାଇଥିବା ଖାସ୍‌ ମୁହୂର୍ତ୍ତର ଫଟୋ ଲଗା ହୋଇଥିବ।

-ଶୀତୁଆ ପାଗରେ ଆପଣ ଆପଣଙ୍କ ସାଥିଙ୍କୁ ଲଙ୍ଗ ଡ୍ରାଇଭରେ ନେଇଯାନ୍ତୁ ଏବଂ ରୋମାଣ୍ଟିକ ମାହୋଲରେ ତାଙ୍କ ହାତ ଧରି ତାଙ୍କୁ ପ୍ରପୋଜ୍‌ କରନ୍ତୁ। ଏମିତି ଯାଗାରେ ସେ ଆପଣଙ୍କ କଥାକୁ ମାନି ଯାଇପାରନ୍ତି କାରଣ ଆପଣଙ୍କ ହାତର ଗରମ ସ୍ପର୍ଶ ହ୍ରୁଦୟ ପଯ୍ୟର୍ନ୍ତ ନିଶ୍ଚୟ ପହଁଚିବ।

Pritiparna

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।…

9 hours ago

ସ୍ନାନବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ସ୍ନାନବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଶ୍ରୀଜୀଉଙ୍କୁ ସସ୍ତ୍ରୀକ ଦର୍ଶନ କରିଛନ୍ତି। ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗଜାନନ ବେଶରେ…

10 hours ago

ଆସନ୍ତାକାଲିଠୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆସନ୍ତାକାଲିଠୁ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

11 hours ago