Propose Dayରେ ଅଭିନନ୍ଦନ, ସାଥୀଙ୍କୁ ପ୍ରପୋଜ୍‌ କରିବା ପୂର୍ବରୁ ଜାଣନ୍ତୁ କିଛି ରୋମାଣ୍ଟିକ ଟିପ୍ସ

ପ୍ରେମ କରିବା ବହୁତ ସହଜ ଲାଗେ କିନ୍ତୁ ସେହି ପ୍ରେମକୁ ପାଇବା ପାଇଁ ପ୍ରେମ ନିବେଦନ ବା ପ୍ରପୋଜ୍‌ କରିବା ବହୁତ କଷ୍ଟ ହୋଇଥାଏ। ସାଥିଙ୍କୁ ପ୍ରପୋଜ୍‌ କରିବା ପାଇଁ ଆପଣ ପୂର୍ବ ପ୍ରସ୍ତୁତି କରନ୍ତି କେତେବେଳେ ମିରର ସାମ୍ନାରେ ପ୍ରାକ୍ଟିସ କରନ୍ତି ତ ଆଉ କେତେବେଳେ ସାଙ୍ଗସାଥୀଙ୍କ ସାମ୍ନାରେ। କିନ୍ତୁ ସେମାନଙ୍କ ସାମ୍ନାରେ ଆପଣ ନିଜର ମନର କଥା କହିବାରେ ଟିକେ ସମସ୍ୟା ହୋଇଥାଏ, ଏଥିପାଇଁ ମନର କଥା ମନର ରହିଯାଏ।

ପ୍ରେମ ନିବେଦନ କରିବାର କୌଣସି ଜଲଦି କରନ୍ତୁ ନାହିଁ। ନଚେତ ମନ କଥା ମନରେ ରହିଯିବ ଏବଂ ଆପଣଙ୍କ ସାଥି ଆଉ କାହା ହାତ ଧରି ଯାଇପାରନ୍ତି। ଏହା ଶୁଣି ଆପଣ ବିଲକୁଲ୍‌ ଡରନ୍ତୁ ନାହିଁ କାରଣଆଜି ଆମେ ଆପଣଙ୍କୁ କିଛି ଜବରଦସ୍ତ ଆଇଡିଆ ଦେବୁ, ଯାହକୁ ଫଲୋ କରି ଆପଣ ଆପଣଙ୍କ ମନର କଥା ସହଜରେ କହିପାରିବେ ଆଉ ସାଥୀ ଆପଣଙ୍କ କଥା ନିଶ୍ଚୟ ମାନିଯିବେ।

propose-ଯେଉଁ ରାସ୍ତା ଦେଇ ଆପଣଙ୍କ ସାଥି ସବୁଦିନ ଯାଉଛନ୍ତି, ସେହି ରାସ୍ତାରେ ଏକ ହୋର୍ଡିଂ ଭଡାରେ ନେଇ ତା ଉପରେ ନିଜ ମନର କଥା ଲେଖିପାରିବେ। ଆପଣଙ୍କ ଏହି ଷ୍ଟାଇଲ ତାଙ୍କୁ ଆପଣଙ୍କ ନିକଟତର ନିଶ୍ଚୟ କରିପାରିବ।

-ଯଦି ଆପଣ ଗାର୍ଲଫ୍ରେଣ୍ଡଙ୍କ ସହିତ ଫ୍ଲାଇଟରେ ଯାଉଛନ୍ତି, ତେବେ ଇଣ୍ଟରକମରେ ମଧ୍ୟ ତାଙ୍କୁ ପ୍ରପୋଜ୍‌ କରିପାରିବେ। ମନର କଥା କହିବାକୁ ଏହାଠାରୁ ଜବରଦସ୍ତ ଆଡିଆ ଆଉ କିଛି ହୋଇପାରେ ନା।

propose day-ଆପଣ ଯଦି କିଛି ଦୁଃଶାସିକ ଢ଼ଙ୍ଗରେ ଆପଣଙ୍କ ସାଥିଙ୍କୁ ପ୍ରପୋଜ୍‌ କରିବାକୁ ଚାହୁଁଛନ୍ତି ତେବେ ତାଙ୍କୁ ଫିଲ୍ମ ଦେଖିବାର ପ୍ଲାନରେ ସେଠାକୁ ନେଇଯାନ୍ତୁ ଏବଂ ଫିଲ୍ମର ଅନ୍ତରାଳରେ ନିଜର ଭିଡିଓ ପ୍ଲେ କରିବାର ବ୍ୟବସ୍ଥା କରନ୍ତୁ, ଯେଉଁଥିରେ ଆପଣ ନିଜ ଗାର୍ଲଫ୍ରେଣ୍ଡଙ୍କୁ ଜୀବନ ସାରା ସାଥ୍‌ ଦେବା ପାଇଁ ପ୍ରଶ୍ନ କରୁଛନ୍ତି।

-ଯଦି ଆପଣଙ୍କ ଗାର୍ଲଫ୍ରେଣ୍ଡଙ୍କୁ ରୋମାଞ୍ଚଭରା ଖେଳ ପସନ୍ଦ ତାହେଲେ ଆପଣ ତାଙ୍କୁ ଅଣ୍ଡର ଓ୍ଵାଟର ଡାଇଭିଂ ଏବଂ ରକ କ୍ଲାଇଭିଙ୍ଗ ପରେ ପାହାଡର ସବୁଠାରୁ ଶୀର୍ଷ ସ୍ଥାନକୁ ଯାଇ ନିଜ ପ୍ରେମର ପରିପ୍ରକାଶ କରିପାରିବେ। ସମୁଦ୍ର ମଝିରେ ମାଛ ମାନଙ୍କ ଭିତରେ ସାଥିଙ୍କୁ ଆପଣଙ୍କ ମନର କଥା କହିପାରିବେ।

propose-ଯଦି ଆପଣଙ୍କୁ ନିଜ ବନ୍ଧୁ ସହିତ ପ୍ରେମ ହୋଇଯାଉଛି ତେବେ ତାଙ୍କୁ ନିଜ ହାତରେ ପ୍ରେମ ଭରା ଏକ କାର୍ଡ ବନାଇ ଦିଅନ୍ତୁ, ଯେଉଁଥିରେ ଆପଣଙ୍କ ଭାବନା ଲେଖାଯିବା ସହିତ ପୂର୍ବରୁ ବିତାଇଥିବା ଖାସ୍‌ ମୁହୂର୍ତ୍ତର ଫଟୋ ଲଗା ହୋଇଥିବ।

-ଶୀତୁଆ ପାଗରେ ଆପଣ ଆପଣଙ୍କ ସାଥିଙ୍କୁ ଲଙ୍ଗ ଡ୍ରାଇଭରେ ନେଇଯାନ୍ତୁ ଏବଂ ରୋମାଣ୍ଟିକ ମାହୋଲରେ ତାଙ୍କ ହାତ ଧରି ତାଙ୍କୁ ପ୍ରପୋଜ୍‌ କରନ୍ତୁ। ଏମିତି ଯାଗାରେ ସେ ଆପଣଙ୍କ କଥାକୁ ମାନି ଯାଇପାରନ୍ତି କାରଣ ଆପଣଙ୍କ ହାତର ଗରମ ସ୍ପର୍ଶ ହ୍ରୁଦୟ ପଯ୍ୟର୍ନ୍ତ ନିଶ୍ଚୟ ପହଁଚିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.