Below header

ମାତ୍ର ୧୫ ସେକେଣ୍ଡରେ କରୋନା ଭାଇରସରେ ସଂକ୍ରମିତ ହେଲେ ବ୍ୟକ୍ତି, ଜାଣନ୍ତୁ କେମିତି?

ଚୀନ: କରୋନା ଭାଇରସ୍ ସାରା ବିଶ୍ବରେ ଭୟର ବାତାବରଣ ଖେଳାଇ ଦେଇଥିବାବେଳେ ଚୀନରେ ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଦକ୍ଷିଣ ପୂର୍ବ ଚିନ୍ ର ଜଣେ ବ୍ୟକ୍ତି କେବଳ ୧୫ ସେକେଣ୍ଡ ଭିତରେ ହିଁ କରୋନା ଭାଇରସ୍ ରେ ସଂକ୍ରମିତ ହୋଇଛନ୍ତି । ଏହି ବ୍ୟକ୍ତି ମାର୍କେଟକୁ ଯାଇଥିବା ବେଳେ ସେଠାରେ ଏହି ଭାଇରସରେ ସଂକ୍ରମିତ ଜଣେ ମହିଳାଙ୍କ ପାଖରେ କେବଳ ୧୫ସେକେଣ୍ଡ ପାଇଁ ଠିଆ ହୋଇଯାଇଥିଲେ । ବାସ୍ ଏତିକି ସମୟ ଭିତରେ ହିଁ ଏହି ଜୀବନ ନେଉଥିବା ଭାଇରସ୍ ବ୍ୟକ୍ତିଙ୍କୁ କବଳିତ କରିଦେଇଥିଲା ।

କରୋନା ଭାଇରସ୍ ପ୍ରଭାବିତ ଏହି ବ୍ଯକ୍ତି ଜଣଙ୍କର ପରିଚୟ ରୋଗୀ ନମ୍ବର ୫ ବୋଲି କୁହାଯାଉଥିବାବେଳେ ସେ ମାର୍କେଟରେ ରୋଗୀ ନମ୍ବର ୨ ପାଖରେ ଠିଆ ହୋଇଥିଲେ । ତେବେ ରୋଗୀ ନମ୍ବର ୫ ଜଣଙ୍କ ନିଜକୁ ଏହି ଭାଇରସରୁ ରକ୍ଷା କରିବା ପାଇଁ କୌଣସି ମାସ୍କ ଲଗାଇନଥିଲେ । ବ୍ୟକ୍ତି ଜଣଙ୍କ ତଟୀୟ ସହର ନିଂଗବୋର ବାସିନ୍ଦା । ତାଙ୍କର ବର୍ତ୍ତମାନ ଚିକିତ୍ସା ଚାଲିଛି । ସୂଚନା ଥାଉକି କରୋନା ଭାଇରସର ଆରମ୍ଭ ପ୍ରଥମେ ଚୀନ୍ ର ବୁହାନ୍ ସହରରୁ ହୋଇଥିଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.