Below header

ହତ୍ୟା ମାମଲାର ତଦନ୍ତରେ ଅବହେଳା, ନିଲମ୍ବିତ ହେଲେ ସମ୍ବଲପୁର ଅଇଁଠାପାଲି ଥାନାର SI ଯୁଗଳ କିଶୋର ସା

ସମ୍ବଲପୁର: ନିଲମ୍ବିତ ହେଲେ SI। ଏକ ହତ୍ୟା ମାମଲାରେ ତଦନ୍ତରେ ଅବହେଳା ଯୋଗୁଁ ତାଙ୍କୁ ନିଲମ୍ବିତ କରାଯାଇଛି। ସମ୍ବଲପୁର ଅଇଁଠାପାଲି ଥାନାର SI ଯୁଗଳ କିଶୋର ସାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସମ୍ବଲପୁର ଏସ୍‌ପି। ବୁଢାରଜାରେ ରହୁଥିବା ଜଣେ ମହିଳାଙ୍କୁ ତାଙ୍କ ଘରେ ଭଡା ରହୁଥିବା ସୌରଭ ନାମକ ଜଣେ ବ୍ୟକ୍ତି ତଣ୍ଟି ଚିପିବା ସହ ଛୁରାରେ ଭୁଷି ହତ୍ୟା କରିଥିଲେ। ଏନେଇ ଥାନାରେ ଅଭିଯୋଗ ହୋଇଥିଲା। ଏହି ମାମଲାର ତଦନ୍ତ କରି ୧୨୦ ଦିନ ମଧ୍ୟରେ ଚାର୍ଜସିଟ ଦାଖଲ କରିବା କଥା। ହେଲେ ଯୁଗଳ କରିନଥିଲେ। ଫଳରେ ଅପରାଧୀ କୋର୍ଟରୁ ବେଲ୍ ପାଇବାରେ ସକ୍ଷମ ହୋଇଥିଲା। ସମ୍ବଲପୁର ଏସ୍‌ପି ଏନେଇ ଅସନ୍ତୋଷ ପ୍ରକାଶ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.