Below header

କେରଳରେ କରୋନା ଭାଇରସ ଆକ୍ରାନ୍ତ ରୋଗୀ ହେଲେ ଆରୋଗ୍ୟ, ରାଜ୍ୟରୁ ଉଠିଲା ଜରୁରୀକାଳୀନ ପରିସ୍ଥିତି

କିଛି ଦିନ ତଳେ କେରଳ ସରକାର ଜାରି କରିଥିବା ନିଜ ଜରୁରୀ ସ୍ଥିତିକୁ ହଟାଇ ଦେଇଛନ୍ତି । କରୋନା ଭାଇରସରେ ଚିହ୍ନଟ ହୋଇଥିବା ଜଣେ ରୋଗୀଙ୍କର ନମୁନା ନେଗେଟିଭ ବାହାରିବା ସହ ୬୭ ସନ୍ଦିଗ୍ଧ ରୋଗୀ ମାନଙ୍କ ନମୁନା ପରୀକ୍ଷଣ ନେଗେଟିଭ ବାହାରିବା ପରେ ସରକାରଙ୍କ ତରଫରୁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କେକେ ଶୈଲେଯା । ସୂଚନା ମୁତାବକ ଗତ ଦୁଇ ଦିନ ଭିତରେ ସମୁଦାୟ ୬୭ଙ୍କ ନମୁନା ପରୀକ୍ଷଣ କରାଯାଇଥିଲା । ଅନ୍ୟ ପକ୍ଷରେ ଆଲାଫୁଝା ଠାରେ ଚାଲୁଥିବା ଅନ୍ୟ ଏକ ରୋଗୀଙ୍କ ପରୀକ୍ଷା ବି ନେଗୀଟିଭ ହିଁ ବାହାରିଛି । ୨୮ ଦିନର ଚିକିତ୍ସା ପରେ ହିଁ ସେମାନଙ୍କୁ ଛଡ଼ାଯିବ ବୋଲି କତ୍ତୃପକ୍ଷଙ୍କ ତରଫରୁ ସ୍ପଷ୍ଟ କରାଯାଇଛି ।

kerala corona

ଉତ୍ତର କେରଳ ଅଂଚଳରେ ଚୀନରୁ ଫେରିଥିବା ଜଣେ ମେଡିକାଲ ଛାତ୍ର ଠାରେ ପରୀକ୍ଷା କରାଯିବା ପରେ ରାଜ୍ୟ ସରକାର ଏହାକୁ ଜରୁରୀକାଳୀନ ବୋଲି ଘୋଷଣା କରିଥିଲେ । ଏବେକା ସ୍ଥିତିକୁ ନେଇ ଆମେ ଅଶ୍ୱସ୍ଥ ଅନୁଭବ କରୁଚୁ । ଖୁବ ପରିଶ୍ରମ ପରେ ଏହି ଭୟଙ୍କର ରୋଗ ଦାଉରୁ କିଛିଟା ଆସ୍ୱସ୍ଥି ମିଳିଥିବା ମନ୍ତ୍ରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି ଏବେ ବି ତତ୍ପରତାର ସହ କାମ କରିବା ଉଚିତ ।  ଏହାବାଦ ଏହି ଅଭିଯାନରେ ସାମିଲ ଥିବା ସମସ୍ତଙ୍କ ନିକଟରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କୃତଜ୍ଞତା ଜ୍ଞାପନ ମଧ୍ୟ କରିଛନ୍ତି । ଅନ୍ୟ ପକ୍ଷରେ ‘ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ’ ସମୁଦାୟ ୧୪ ଦିନ ବିପଦକାଳୀନ ଭାବେ ଘୋଷଣା କରିଥିବା ବେଳେ କେରଳ ସରକାର କିନ୍ତୁ ୨୮ ଦିନ ବିପଦ କାଳୀନ ଭାବେ ଘୋଷଣା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.