Below header

ଫଟୋଗ୍ରାଫର ଖୋଜି ବାହାର କଲେ ବିରଳ ସାପ, ଯାହା ବିଶ୍ୱର ସବୁଠାରୁ ଛୋଟ ସାପ

ଅତ୍ୟନ୍ତ ସୁନ୍ଦର ଏବଂ ଦୁର୍ଲଭ କଳା ମୁଣ୍ଡ ଥିବା ସାପକୁ ଦେଖି ଜଣେ ଫଟୋଗ୍ରାଫର ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହିଭଳି ସାପ ସାଧାରଣତଃ ଲୋକମାନଙ୍କ ଠାରୁ ଦୂରରେ ରହିଥାନ୍ତି। ଏହି ସାପ ଅନ୍ୟ ସାପଙ୍କ ଆକାର ତୁଳନାରେ ମଧ୍ୟ ଖୁବ୍‌ ଛୋଟ ହୋଇଥାଏ। ଏହି ସାପ ଭାରତ, ବାଂଗଲାଦେଶ ଏବଂ ଶ୍ରୀଲଙ୍କାରେ ଦେଖାଯାଇଥାନ୍ତି। ଏହି ସାପ ରାତି ଅପେକ୍ଷା ଦିନରେ ଅଧିକ ଆକ୍ଟିଭ ରହିଥାନ୍ତି। ଏହାର ସାଇଣ୍ଟିଫିକ୍‌ ନାଁ ହେଉଛି Sibynophis subpunctatus ଏବଂ ସବୁଠାରୁ ଖାସ୍‌ କଥା ହେଉଛି ଏହି ସାପ ବିଷଧର ନୁହନ୍ତି।

ss-ଏହି ସାପ ଦେଖିବାକୁ ଖୁବ୍‌ ଛୋଟ ଏବଂ ପତଳା। ଏହାର ଅଧିକତମ ଲମ୍ବା ୧୮ ଇଞ୍ଚ। ଏହି ସାନପ ଓଡିଶାର ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବାରିପଦା ଅଞ୍ଚଳରେ ଦେଖିବାକୁ ମିଳିଛି। ବାରିପଦାର ତଖ୍‌ତପୁର ଅଞ୍ଚଳରେ ଓ୍ଵାର୍ଲ୍ଡ ଲାଇପ୍‌ ଫଟୋଗ୍ରାଫର ରାକେଶ ମୋହାଲିକ ହରପିଂଗ ଟ୍ରେଲରେ ବୁଲିବାକୁ ବାହାରିବା ସମୟରେ ଏହି ସାପ ଦେଖିଥିଲେ।

ss1ରିପୋର୍ଟ ଅନୁଯାୟୀ ଏହି ସାପ ସମ୍ପର୍କରେ ବାରିପଦା ଡିଏଫଓ କହିଛନ୍ତି, ଏଭଳି ସାପ ମରୁଭୂମି ଏବଂ ଉଇ ଥିବା ସ୍ଥାନରେ ଦେଖାଯାଇଥାନ୍ତି। ସହଜରେ ଏହି ସାପ ଦେଖାଯାଇନଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.