Below header

ବଜ୍ରକାପ୍ତାରୁ ବ୍ୟାପୁଛି କରୋନା ଭାଇରସ୍‌ ! ସାଉଥ୍‌ ଚୀନ୍‌ କୃଷି ବିଶ୍ୱବିଦ୍ୟାଳୟର ବୈଜ୍ଞାନିକଙ୍କ ଦାବି

ଚୀନ୍‌: ବଜ୍ରକାପ୍ତାରୁ ବ୍ୟାପୁଛି କରୋନା ଭାଇରସ୍‌ ! ସାଉଥ୍‌ ଚୀନ୍‌ କୃଷି ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏହି ଦାବି କରିଛନ୍ତି । ବଜ୍ରକାପ୍ତା ଯୋଗୁ ଏହି ଭାଇରସ୍‌ ମଣିଷ ଦେହକୁ ବ୍ୟାପୁଥିବା ବୈଜ୍ଞାନିକମାନେ ଯୁକ୍ତି ବାଢିଛନ୍ତି । ଉହାନ ସହରର ଏକ ପଶୁ ବଜାରରେ ପ୍ରଥମେ କରୋନା ଭାଇରସ୍‌ ଠାବ ହୋଇଥିଲା । ଏହାରି ମଧ୍ୟରେ ଗବେଷକମାନେ ବିଭିନ୍ନ ପଶୁଙ୍କଠାରୁ ପ୍ରାୟ ଏକ ହଜାର ନମୁନା ନେଇ ପରୀକ୍ଷା କରିଛନ୍ତି । ବଜ୍ରକାପ୍ତା ଦେହରେ ରହିଥିବା ଭାଇରସ୍‌ ଓ କରୋନା ଭାଇରସ୍‌ ଆକ୍ରାନ୍ତ ରୋଗୀଙ୍କ ପାଖରେ ୯୯ ପ୍ରତିଶତ ସମାନତା ଥିବା ଜଣାପଡ଼ିଛି । ସାଉଥ୍‌ ଚୀନ୍‌ କୃଷି ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷଙ୍କ କହିବା ଅନୁସାରେ ଏକ ହଜାର ବିଭିନ୍ନ ବନ୍ୟଜନ୍ତୁଙ୍କଠାରୁ ନମୁନା ସଂଗ୍ରହ କରାଯିବା ପରେ ବଜ୍ରକାପ୍ତା ଏହି ଭୂତାଣୁର ବାହକ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

coronaଓଡ଼ିଶାରୁ ବଜ୍ରକାପ୍ତା ଚୋରା ଚାଲାଣ ଘଟଣା ବେଶ୍‌ ଚର୍ଚ୍ଚାରେ ରହିଛି । ଓଡ଼ିଶାରୁ ହିଁ ବଜ୍ରକାପ୍ତା ଚୀନ୍‌, ଭିଏତନାମା ଓ ହଂକଂକୁ ବଜ୍ରକାପ୍ତା ଚାଲାଣ ହୋଇଥାଏ । ଏପରିକି ଓଡ଼ିଶାର କେତେକ ଅଞ୍ଚଳର ଲୋକ ମଧ୍ୟ ବଜ୍ରକାପ୍ତା ଖାଉଥିବା ଦେଖିବାକୁ ମିଳେ । ତେଣୁ ଏହି ଲୋକମାନେ କରୋନା ଭାଇରସ୍‌ ଠାରୁ କେତେ ସୁରକ୍ଷିତ ତାହା ଚିନ୍ତାର ବିଷୟ । ସେପଟେ କରୋନା ଭାଇରସ୍‌ ଯୋଗୁ ମୃତକଙ୍କ ସଂଖ୍ୟା ୭୨୨ରେ ପହଞ୍ଚିଛି । ୩୪ ହଜାରରୁ ଅଧିକ ଲୋକ ଏହି ଭାଇରସ୍‌ରେ ଆକ୍ରନ୍ତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.