Below header

ଦିଲ୍ଲୀରେ ନିର୍ବାଚନ ପୂର୍ବରୁ ଅଭାବନୀୟ ଘଟଣା, ମହିଳା ସବ-ଇନସ୍ପେକ୍ଟରଙ୍କୁ ଗୁଳି କରି ହତ୍ୟା

ରାଜଧାନୀ ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଗତ ଶୁକ୍ରବାର ରାତି ପ୍ରାୟ ୯.୩୦ ପାଖାପାଖି ସମୟରେ ଜଣେ ଯୁବକ ମହିଳା ସବ-ଇସ୍ପେକ୍ଟର ପ୍ରୀତି ଅହଲାଓ୍ଵତଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ସୂଚନା ମୁତାବକ ପ୍ରୀତି ପୂର୍ବ ଦିଲ୍ଲୀର ପଟପଡଗଂଜ ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ କାର୍ଯ୍ୟରତ ଥିଲେ। ରାତିରେ ସେ ଡ୍ୟୁଟି ସାରିବା ପରେ ମେଟ୍ରୋରୁ ପୂର୍ବ ରୋହିଣୀ ମେଟ୍ରୋ ଷ୍ଟେସନ ପହଞ୍ଚିବା ପରେ ଚାଲିଚାଲି ନିଜ ଘରକୁ ଯିବା ସମୟରେ ହଠାତ ଜଣେ ଯୁବକ ପଛରୁ ଆସି ଅତି ପାଖରୁ ପ୍ରୀତିଙ୍କ ଉପରେ ୩ ରାଉଣ୍ଡ ଗୁଳି ଚଳାଇଥିଲା। ଏହି ସମୟରେ ପ୍ରୀତିଙ୍କୁ ୨ଟି ଗୁଳି ଲାଗିଥିଲା ବେଳେ ଅନ୍ୟ ଏକ ଗୁଳିଟି ପ୍ରତିଙ୍କ ପାଖରେ ଯାଉଥିବା କାର୍‌ ର ପଛ କାଚରେ ଲାଗିଥିଲା। ଗୋଟିଏ ଗୁଳି ପ୍ରୀତିଙ୍କ ମୁଣ୍ଡରେ ଲାଗିବା ପରେ ହିଁ ସେଠାରେ ପ୍ରୀତିଙ୍କର ମୃତ୍ୟୁ ହୋଇଯାଇଥିଲା।

ରିପୋର୍ଟ ଅନୁଯାୟୀ ଏହାପରେ କୌଣସି ଜଣେ ବ୍ୟକ୍ତି ପୋଲିସକୁ ଫୋଦନ କରି ସମସ୍ତ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିବା ପରେ ଜାଶଣିବାକୁ ପାଇଥିଲା ଉକ୍ତି ମହିଳା ଜଣକ ଜଣେ ସବ-ଇସ୍ପେକ୍ଟର। ଏହାପରେ ଫରେଂସିକ୍‌ ଟିମ୍‌ ଡକାଯାଇ ସେଠାରେ ତଦନ୍ତ କରାଯାଇଥିଲା। ସିସିଟିଭି ଫୁଟେଜ୍‌ ରୁ ଜଣାପଡିଛି ପ୍ରୀତିଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଜଣକ ଏକୁଟିଆ ଚାଲି ଚାଲି ପ୍ରୀତିଙ୍କୁ ଫଲୋ କରୁଥିଲା।

ପୋଲିସ ସୂଚନା ଅନୁଯାୟୀ ବର୍ତ୍ତମାନ ଘଟଣାର ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବା ସହ କାହିଁକି ହତ୍ୟା କରାଯାଇଛଇ ଏନେଇ ତଦନ୍ତ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.