Below header

ଅଶାନ୍ତ ପିପିଲି: ବିବାହ ଭୋଜିରେ ଗଣ୍ଡଗୋଳକୁ ନେଇ ଯୁବକଙ୍କୁ ପଥରରେ ଛେଚି ବୀଭତ୍ସ ହତ୍ୟା

ପିପିଲି: ଅଶାନ୍ତ ପିପିଲି। ଯୁବକଙ୍କୁ ପଥରରେ ଛେଚି ବୀଭତ୍ସ ହତ୍ୟା । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ରେଙ୍ଘଳ ଗାଁରେ ଏହି ହତ୍ୟାକାଣ୍ଡ ହୋଇଛି। ବିବାହ ଭୋଜିରେ ଗଣ୍ଡଗୋଳକୁ ନେଇ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତକ ହେଲେ କାଶୀନାଥ ପାତ୍ର। ଖବର ପାଇ ଡେଲାଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି। ୩ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ହତ୍ୟାକାଣ୍ଡ ପରେ ସ୍ଥାନୀୟ ଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.