Below header

ଚୀନ୍‌ରେ ଭୟଙ୍କର ହେଉଛି କରୋନା ଭାଇରସ୍‌: ଗତକାଲି ଗୋଟିଏ ଦିନରେ ୮୨ ଜଣଙ୍କ ମୃତ୍ୟୁ, ବର୍ତ୍ତମାନ ସୁଦ୍ଧା ଗଲାଣି ୭୨୨ ଜୀବନ

ଚୀନ୍‌: ଚୀନ୍‌ରେ ଭୟଙ୍କର ହେଉଛି କରୋନା ଭାଇରସ୍‌। ବର୍ତ୍ତମାନ ସୁଦ୍ଧା ୭୨୨ ଜଣଙ୍କ ମୃତ୍ୟୁ ହେଲାଣି । କରୋନା ଭାଇରସ୍‌ରେ ୩୪ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଗତକାଲି ଗୋଟିଏ ଦିନରେ ୮୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସବୁ ଉଦ୍ୟମ ସତ୍ତ୍ୱେ ନିୟନ୍ତ୍ରଣକୁ ଆସୁନି ଭୂତାଣୁ। ବିପତ୍ତିର ମୁକାବିଲା ପାଇଁ ଏବେ ଚୀନ୍‌ରେ କଡ଼ାକଡି କରାଯାଇଛି ନିୟମ । କରୋନା ସଂପର୍କିତ କୌଣସି ନିୟମ ଉଲଂଘନ କଲେ କର୍ତ୍ତୃପକ୍ଷଙ୍କୁ କଠୋର ଦଣ୍ଡ ଚେତାବନୀ ଦିଆଯାଇଛି । ଏପରିକି ରୋଗ ଲୁଚାଇଲେ ମୃତ୍ୟୁ ଦଣ୍ଡ ବି ମିଳିପାରେ। ଏହି ସହରରୁ ଚୀନ୍ ସମେତ ୨୭ଟି ଦେଶକୁ ଭାଇରସ୍ ବ୍ୟାପିବାରେ ଲାଗିଛି । ଏସବୁ ଦେଶରୁ ମୋଟ୍ ୨୦୦ଟି ମାମଲା ସାମ୍ନାକୁ ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.