ଶୁଷ୍କ ତ୍ୱଚା ପାଇଁ ଚିନ୍ତିତ କି? ବ୍ୟବହାର କରନ୍ତୁ ଏହି ୪ଟି ଫେସ୍‌ପ୍ୟାକ୍‌

ଶୀତଦିନେ ଥଣ୍ଡା ପବନ ଯୋଗୁ ଅଧିକାଂଶ ଲୋକମାନଙ୍କର ତ୍ୱଚା ଶୁଷ୍କ ହୋଇଯାଇଥାଏ। ଏହିକାରଣରୁ ଶୀତ ଦିନେ ଅଧିକାଂଶ ସମୟ ତ୍ୱଚା ଉପରେ ଧ୍ୟାନ ଦେବା ଆବଶ୍ୟକ, ଯେପରି ଶୁଷ୍କ ତ୍ୱଚାରୁ ରକ୍ଷା ପାଇପାରିବେ। ଆଜି ଆମେ ଆପଣଙ୍କୁ ଏଭଳି ୪ଟି ଫେସ୍‌ ମାକ୍ସ ବିଷୟରେ କହିବାକୁ ଯାଉଛୁ, ଯାହାଦ୍ୱାରା ଆପଣଙ୍କ ତ୍ୱଚାରେ ନମନୀୟତା ରହିବା ସହ ପୋଷଣ ମିଳିପାରିବ। ଏଥିସହ ତ୍ୱଚାରୁ ଦାଗ ଦୂର ହୋଇ ଚମକ ଦେଖାଯିବ। ତେବେ ଜାଣନ୍ତୁ କଣ ରହିଛି ସେହି ଫେସ୍‌ ମାକ୍ସ।

କଦଳୀ ଫେସ୍‌ ପ୍ୟାକ୍‌:

କଦଳୀରେ ପୋଷକ ତତ୍ତ୍ୱ ରହିଥାଏ, ଯାହା ଦ୍ୱାରା ସ୍କିନ୍‌ ହାଇଡ୍ରେଟ ରହିଥାଏ। ଏଥିପାଇଁ ୧ଟି କଦଳୀ, ୧ ଟିସ୍ପୁନ୍‌ ନଡିଆ ତେଲ ମିକ୍ସି କରନ୍ତୁ। ଏହି ମିଶ୍ରଣକୁ ତ୍ୱଚାରେ ଲଗାଇବା ପରେ ୧୦ ରୁ ୧୫ ମିନିଟ୍‌ ରଖିବା ପରେ ଧୋଇ ଦିଅନ୍ତୁ। ଏହାପରେ ମଶ୍ଚରାଇଜର ଲଗାନ୍ତୁ। ସପ୍ତାହରେ ୨ଥର ଏହି ପ୍ୟାକ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ତ୍ୱଚା ହାଇଡ୍ରେଟ ହେବା ସହ ଚମକ ଦେଖାଯାଇଥାଏ।

ସେଓ ଫେସ୍‌ ପ୍ୟାକ:

ଅନେକ ପୌଷ୍ଟିକ ତତ୍ତ୍ୱରେ ଭରପୁର ସେଓ ତ୍ୱଚା ପାଇଁ ଲାଭକାରୀ ହୋଇଥାଏ। ସେଓରେ ଫେସ୍‌ ପ୍ୟାକ୍‌ ପ୍ରସ୍ତୁତ କରିବା ପାଇଁ ୧ ଟେବୁଲ ସ୍ପୁନ୍‌ ସେଓ ରସ ସହିତ ଅଳ୍ପ କିଛଇ ମହୁ ମିଶାଇ ମିକ୍ସ କରନ୍ତୁ। ଏହାପରେ ଏହି ମିଶ୍ରଣକୁ ମୁହଁ ଏବଂ ବେକରେ ଲଗାନ୍ତୁ। ୧୫ ରୁ ୨୦ ମିନିଟ୍‌ ରଖିବା ପରେ ଏବେ ଧୋଇଦିଅନ୍ତୁ। ଏହି ଫେସ୍‌ପ୍ୟାକ୍‌ ଲଗାଇବା ଦ୍ୱାରା ତ୍ୱଚା କୋମଳ ରହିବା ସହ ଚମକ ଦେଖାଯାଇଥାଏ। ଏହାବ୍ୟତୀତ ଶୁଷ୍କ ତ୍ୱଚାରୁ ମୁକ୍ତି ମିଳିଥାଏ। ଆପଣ ଏହି ଫେସ୍‌ ପ୍ୟାକ୍‌ କୁ ସପ୍ତାହରେ ୨ ରୁ ୩ ଥର ବ୍ୟବହାର କରିପାରିବେ।

ଅଙ୍ଗୁର ଫେସ୍‌ ପ୍ୟାକ୍‌:

ଭିଟାମିନ-ସି ରେ ଭୂରପୁର ଥିବା ଅଙ୍ଗୁର ତ୍ୱଚାରେ ଚମକ ରଖିବା ସହ କ୍ଷତିରୁ ମଧ୍ୟ ରକ୍ଷା କରିଥାଏ। ଏଥିପାଇଁ ଏକ ମୁଠା ଅଙ୍ଗୁରକୁ ଗ୍ରାଇଣ୍ଡି କରି ସେଥିରେ ୧ଟେବୁଲସ୍ପୁନ୍‌ ଅଲିଭ ଅଏଲ୍‌ ମିଶାଇ ଭଲଭାବେ ମିକ୍ସ୍‍ କରନ୍ତୁ। ଏହି ମିଶ୍ରଣକୁ ତ୍ୱଚାରେ ୧୦ ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ରଖିବା ପରେ ହାଲୁକା ଉଷୁମ ପାଣିରେ ଧୋଇ ଦିଅନ୍ତୁ। ତ୍ୱଚାରେ ଭଲ ରେଜଲ୍ଟ ପାଇବା ପାଇଁ ଏହି ଫେସ୍‌ ପ୍ୟାକ୍‌ କୁ ମାସରେ ୧ ରୁ ୨ ଥର ନିଶ୍ଚିନ୍ତ ଲଗାନ୍ତୁ। ଏହାଦ୍ୱାରା ତ୍ୱଚା କୋମଳ ରହିବା ସହ ତ୍ୱଚାରୁ ଦାଗ ଏବଂ ବ୍ରଣ ସମସ୍ୟା ଦୂର ହୋଇଥାଏ।

ଷ୍ଟ୍ରବେରୀ ଫେସ୍‌ ପ୍ୟାକ୍‌:

ଷ୍ଟ୍ରବେରୀରେ ଅନେକ ପୋଷକ ତତ୍ତ୍ୱ ସହ ଏଲେଜିକ ଏସିଡ ମିଳିଥାଏ, ଯାହା ତ୍ୱଚାକୁ ସପ୍ଟ, ଗ୍ଲୋଇଂ ରଖିଥାଏ। ଏହି ଫେସ୍‌ ପ୍ୟାକ୍‌ ପ୍ରସ୍ତୁତ କରିବାରେ ୩ ରୁ ୪ ଟି ଷ୍ଟ୍ରବେରୀ ଗ୍ରାଇଣ୍ଡି କରି ସେଥିରେ ୧ଟେବୁଲସ୍ପୁନ୍‌ ମହୁ ମିଶାନ୍ତୁ। ଏହାପରେ ଏହି ମିଶ୍ରଣକୁ ତ୍ୱଚାରେ ଲଗାଇ ୧୫ ରୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ରଖିବା ପରେ ଧୋଇ ଦିଅନ୍ତୁ। ଏହି ପ୍ୟାକ୍‌କୁ ଆପଣ ସପ୍ତାହରେ ୨ଥର ବ୍ୟବହାର କରିପାରିବେ। ଏହାଦ୍ୱାରା ତ୍ୱଚାର ଶୁଷ୍କପଣ ଦୂର ହୋଇଥାଏ।

KNews Bureau

Recent Posts

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

12 mins ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

47 mins ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

2 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

2 hours ago

କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍‌ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ

ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…

2 hours ago

ପୁରୀ ବାଣ ବିସ୍ଫୋରଣ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…

3 hours ago