ଲାଇଫ୍ ଷ୍ଟାଇଲ୍

ଶୀତ ଦିନରେ ଡଲ୍‌ ଓ ଡ୍ରାଏ ସ୍କିନ୍‌କୁ କରନ୍ତୁ ବାଏ ବାଏ, ନିଜ ଡାଏଟ୍‌ରେ ଆଡ୍‌ କରନ୍ତୁ ଏହି ତିନୋଟି ବେରିଜ୍‌

ଅନ୍ୟ ସବୁ ଦିନ ଗୁଡିକରେ ଯେତେ ମାତ୍ରାରେ ସ୍କିନ ଖରାପ ହୋଇଥାଏ ଖାସ କରି ଶୀତ ଦିନରେ ଅଧିକ ହୋଇଥାଏ । କାରଣ ଶୀତ ଦିନରେ ସ୍କିନ କୁ ଯେତିକି ମାତ୍ରାରେ ପୋଷଣ ମିଳିବା ଦରକାର ସେତିକି ପୋଷଣ ମାତ୍ରାରେ ମିଳିପାରୁ ନାହିଁ । ଶୀତ ଦିନ ଆସିବା ମାତ୍ରେ ହିଁ ଲୋକେ ନିଜ ଚର୍ମର ଯତ୍ନ ପାଇଁ ଅନେକ ପ୍ରକାର ଘରୋଇ ଉପଚାର ଆପଣାଇବା ସହିତ ଡାକ୍ତରମାନଙ୍କ ପରାମର୍ଶ ନେଉଛନ୍ତି । କିନ୍ତୁ ଡାକ୍ତରଙ୍କ କହିବା ଅନୁଯାୟୀ ଶୀତଦିନେ କେବଳ ବଡି ଲୋସନ କିମ୍ବା ହୋମ୍‌ ରେମେଡିଜ ବ୍ୟବହାର କରିବା ଦ୍ୱାରା ଚର୍ମ ଜନିତ ସମସ୍ୟା ଦୂର ହୁଏନି । ଏହା ସହିତ ଖାଦ୍ୟପେୟରେ ମଧ୍ୟ ଆପଣଙ୍କୁ ଧ୍ୟାନ ଦେବାକୁ ପଡିବ । ସେଥିପାଇଁ କିଛି ଶୀତ ଦିନରେ ଖାଇବା ପାଇଁ ଖାଦ୍ୟ ମଧ୍ୟ ରହିଛି । ଯାହା ଦ୍ୱାରା ଶୀତ ଦିନରେ ଆପଣଙ୍କ ଚର୍ମ ସୁସ୍ଥ ଓ ସତେଜ ରହିବ ।

Picture Credit – Frees fruit portal

ତେବେ ଫରେଷ୍ଟ ସୁପରଫୁଡ ର ଡିରେକ୍ଟର ରଜତ ବାହାଲ କହିଛନ୍ତି ଯେ ମଣିଷ, ଶରୀରର ଉପର ଚର୍ମ ପାଇଁ ହୁଏତ ବଡି ଲୋସନ , ମଇସ୍ଚୁରାଜର କାମ ଦେଇଥାଏ କିନ୍ତୁ ଶରୀରର ଚର୍ମକୁ ଭିତରୁ ଭଲ ଓ ସତେଜ ରଖିବା ପାଇଁ ସାହାଯ୍ୟ କରିବ । ଶୀତ ଦିନରେ ଖାଲି ଚର୍ମର ଉପରି ଭାଗର ଯତ୍ନ ନେଲେ ହବନି ଚର୍ମ ଭିତର ଅଂଶ ମଧ୍ୟ ଠିକ ରହିବା ଦରକାର । ତେଣୁ ଖାସ କରି ଫରେଷ୍ଟ ସୁପରଫୁଡ ର ଡିରେକ୍ଟର ରଜତ ବାହାଲ କହିଛନ୍ତି ଯେ, ଏମିତି କିଛି ତିନୋଟ ି ସୁପର ଫୁଡ ଅଛି ଯାହାକୁ ଖାଇବା ଦ୍ୱାରା ଆପଣଙ୍କର କେବଳ ଚେହେରା ନୁହେଁ ଶାରା ଶରୀରର ଚର୍ମ ସୁସ୍ଥ ରହିବ ଓ ସତେଜ ରହିବ ।

ଜାଣନ୍ତୁ ସେହି ତିନୋଟି ସୁପର ଫୁଡ୍‌ ବିଷୟରେ:

ଶୀତଦିନେ ଚର୍ମ ଫାଟିଯାଇ ଶରୀରର କୋଷ ଗୁଡିକର ମୃତ୍ୟୁ ହୋଇଯାଏ । ଯାହାଦ୍ୱାର ଚର୍ମ ଅଧିକ ଫାଟିବାକୁ ଲାଗେ ଓ ଶେଷରେ ମେଡିକାଲ ଯିବାକୁ ପଡେ । ତେଣୁ ଏହି ସୁପର ଫୁଡ ଖାଇବା ଦ୍ୱାରା ଏହା ଆଣ୍ଟିଅକ୍ସିଡାଣ୍ଟ ଭଳି କାମ କରିଥାଏ । ଏହି ବେରିଜ୍‌ ବା କୋଳି ଖାଇବା ଦ୍ୱାରା ଚର୍ମର ଚମକ ଆସିଥାଏ ଏବଂ ଚର୍ମ ପ୍ରାକୃତିକ ଭାବରେ ମଶ୍ଚରାଇଜ୍ ହୁଏ ।

ବ୍ଲୁବେରୀ:

Picture Credit – India mart

ଶୀତଦିନେ ଚର୍ମ ଶୁଖିଗଲେ ଏହା ନିଜ ଅସଲି ଅବସ୍ଥାକୁ ଆସିବାକୁ ଅଧିକ ସମୟ ଲାଗେ । ଏମିତିକି ଚର୍ମ ରୁଗ୍ଣ ଦେଖାଯିବା ସହିତ ବୃଦ୍ଧ ବୟସକୁ ପ୍ରବର୍ତ୍ତାଏ । ତେଣୁ ଆପଣ ଶୀତଦିନେ ନିଜର ଚର୍ମକୁ ସତେଜ ରଖିବା ପାଇଁ ବ୍ଲୁ ବେରୀକୁ ନିଜ ଡାଏଟରେ ଆଡ କରି ପାରିବେ । କାରଣ ଏଥିବେ ଭିଟାମିନ୍ ସି ଏବଂ ଆଣ୍ଟୋସିୟାନିନ୍ ଅଧିକ ମାତ୍ରାରେ ରହିଛି , ଯାହାକି ଚର୍ମରେ ଥିବା କୋଲାଜେନ୍ ଉତ୍ପାଦନକୁ ସଠିକ ଭାବେ ତିଆରି କରିଥାଏ ଯାହା ଚର୍ମରେ ନମନୀୟତା ଏବଂ ଶକ୍ତି ଆଣିଥାଏ ଯାହାଦ୍ୱାରା କୁଞ୍ଚିତ ଚର୍ମ ହେବାରୁ ରକ୍ଷା ମଧ୍ୟ ମିଳିଥାଏ । ପୁଣି ବ୍ଲୁବେରୀ ରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଆଣ୍ଟି ରାଡିଏସନକୁ ମଧ୍ୟ କମ୍‌ କରିଥାଏ ।

ଷ୍ଟ୍ରବେରୀ :

Picture Credit – wiki

ଷ୍ଟ୍ରବେରି କେବଳ କୋଲାଜେନ୍ ଉତ୍ପାଦନରେ ସାହାଯ୍ୟ କରେ ନାହିଁ । ଏହା ମଧ୍ୟ ଆପଣଙ୍କ ସ୍କିନରେ କୁଞ୍ଚନ ପଡିବାରୁ ମୁକ୍ତ କରିଥାଏ । ଏଥିରେ ଥିବା ଭିଟାମିନ୍ ସି ମଧ୍ୟ ଡ୍ରାଏ ସ୍କ୍ରିନ ପାଇଁ ଲାଭଦାୟକ ହୋଇଥାଏ । ଏହା ଚର୍ମର ହାଇଡ୍ରେସନକୁ ବଢାଇଥାଏ । ଷ୍ଟ୍ରବେରିରେ ଥିବା ଭିଟାମିନ୍ ସି ମଧ୍ୟ ବ୍ରଣ ସହିତ ଜଡିତ ସବୁ ଅସୁବିଧାକୁ କମ କରିଥାଏ । ଏହା ଖାଇବାକୁ ଯେତେ ସ୍ୱାଦିଷ୍ଟ ଶରୀର ପାଇଁ ମଧ୍ୟ ସେତିକି ଭଲ । ଷ୍ଟ୍ରବେରିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଚର୍ମରେ ଅକ୍ସିଜେନ ମାତ୍ରାକୁ ମଧ୍ୟ ବଢାଇଥାଏ । ତେଣୁ ଆପଣଙ୍କୁ ନିଜ ତ୍ୱଚା ପାଇଁ ଷ୍ଟ୍ରବେରୀ ଖାଇବା ଦରକାର ।

ରସ୍ପବେରୀ:

Picture Credit – Health line

ରସ୍ପବେରୀରେ ଓମେଗା – ୩ ଏବଂ ଓମେଗା -୬ ଅଧିକ ମାତ୍ରାରେ ଭରି ରହିଛି । ଯାହାକି ଆପଣଙ୍କ ଚର୍ମ ପାଇଁ ଯାଦୁ ଭଳି କାମ କରିବ ।ଓମେଗା – ୩ ଥିବା ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ଆପଣଙ୍କ ଚର୍ମକୁ ଏକଜିମା, ଚର୍ମ ଲାଲ ପଡିବା ଓ ଚର୍ମରେ କୌଣସି ଇନ୍‌ ଫେକକନରୁ ଆପଣଙ୍କୁ ବଞ୍ଚାଇବ । ଓମେଗା -୬ ରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଆପଣଙ୍କ ଚର୍ମକୁ ମଧ୍ୟ ସତେଜ ରଖିଥାଏ । ରସ୍ପବେରୀ ଖାଇବା ଦ୍ୱାରା ବାର୍ଦ୍ଧକ୍ୟ ମଧ୍ୟ ଜଲ୍ଦି ଆସି ନଥାଏ।

 

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago