ଶୀତ ଦିନେ କେଶ ସମସ୍ୟାକୁ ଚୁଟକିରେ କରନ୍ତୁ ବାଏ ବାଏ… ଆପଣାନ୍ତୁ ଗ୍ରୀନ୍ ଟି’ର ଏହି ସରଳ ଉପାୟ

ସବୁ ଋତୁ ମାନଙ୍କ ମଧ୍ୟରୁ ବିଶେଷ ଭାବେ ଶୀତ ଋତୁରେ ବାୟୁମଣ୍ଡଳରେ ଅଧିକ ମାତ୍ରାରେ ପ୍ରଦୂଷଣ ମାତ୍ରା ପରୀଲିକ୍ଷିତ ହୋଇଥାଏ । ଯାହାଫଳରେ ଏହାର କୁପ୍ରଭାବ ବିଶେଷ କରି କେଶ ଉପରେ ପଡିଥାଏ । କେଶ ଝଡିବା ରୂପୀ ହେବା ଆଦି ସମସ୍ୟା ଦେଖାଦେଇଥାଏ । ତେବେ ଏହି ସମସ୍ୟା ଘରେ ଘରେ ପ୍ରାୟ ସମସ୍ତଙ୍କଠାରେ ଦେଖିବାକୁ ମିଳିଥାଏ । ତେଣୁ ଏହି ସମସ୍ୟାକୁ ନେଇ ଆଉ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଏହାର ସରଳ ଉପାୟ ଆମେ ଆପଣଙ୍କୁ କହିବୁ । ଯାହାକୁ ଅତିସହଜରେ ଘରେ ରହି ଆପଣ ବ୍ୟବହାର କରି ଆପଣଙ୍କ କେଶର ସମସ୍ୟାକୁ ଦୁର କରିପାରିବେ। ଏହା ମୁଖ୍ୟ ଉପାଦାନଟି ହେଉଛି ଗ୍ରୀନ୍ ଟି । ଏହାର ବ୍ୟବହାର କରି  ଆପଣ ଆପଣଙ୍କ କେଶ ଝଡିବାକୁ ରୋକି ପାରିବେ ।

ଆପଣମାନେ ପ୍ରାୟତଃ ନିଜର ଶରୀରକୁ ନେଇ ବେଶ୍ ସଜାଗ । ବିଶେଷଭାବେ ତ୍ବଚା, କେଶ ପାଇଁ ଝିଅ ହେଉ ବା ପୁଅ ସମସ୍ତେ ଟିକେ ଅଧିକ ଚିନ୍ତିତ ରହିଥାନ୍ତି । କାରଣ ଏହା ମଣିଷର ସୁନ୍ଦରତା ବଜାୟ ରଖିଥାଏ । ଆଜିକାଲି ଦୁନିଆରେ ପ୍ରଦୂଷଣର ମାତ୍ରା ଏତେ ମାତ୍ରାରେ ଦିନକୁ ଦିନ ବଢିବାରେ ଲାଗିଛି ଯାହା ପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଖାସ୍ କରି ମଣିଷ ଉପରେ ଏହାର ବେଶି କୁପ୍ରଭାବ ପଡୁଥିବାର ଦେଖିବାକୁ ମିଳୁଛି ।

ତେବେ କେଶକୁ କାହାର ବା ଲୋଭ ନାହିଁ। ଖାସ କରି ମହିଳା ମାନେ ନିଜ କେଶ ପ୍ରତି ବିଶେଷ ଭାବେ ସଚେତନ ଥାନ୍ତି। ତେବେ କେମିକାଲ ବ୍ୟବହାର କଲେ ଏହାର ଖରାପ ପ୍ରଭାବ ପଡ଼ିଥାଏ। ତେଣୁ ଆମେ ଆପଣଙ୍କୁ ଆଜି ଏକ ନାଚୁରାଲ ଉପାୟ ବିଷୟରେ ବତାଇବୁ।

ଗ୍ରୀନ୍ ଟି’ର ବ୍ୟବହାର ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବୁ :

– ପ୍ରଥମେ ଅଧା ଲିଟର ପାଣି ନିଅନ୍ତୁ । ସେଥିରେ ପ୍ରାୟ ୩ ରୁ ୪ଟି ଗ୍ରୀନ୍ ଟି ବ୍ୟାଗ୍ ନେଇ ୧୦-୧୫ମିନିଟ୍ ବୁଢ଼ାଇ ରଖନ୍ତୁ । ଏହା ପରେ ପ୍ରଥମେ କେଶକୁ ଭଲ ଭାବେ ସାମ୍ପୋ କରି ସଫା କରିଦିଅନ୍ତୁ । ଏହାପରେ ଏହି ଗ୍ରୀନ୍ ଟିର ପାଣିକୁ ନେଇ ପୁନଶ୍ଚ କେଶକୁ ଭଲ ଭାବରେ ଧୋଇଦିଅନ୍ତୁ। ଏହା ପରେ ସାଧା ପାଣିରେ କେଶକୁ ଧୋଇ ଭଲ ଭାବେ କେଶକୁ ଫୋଛିଦିଅନ୍ତୁ । ଏପରି ମାସକୁ ୨ ରୁ ୩ ଥର କରିବା ଦ୍ୱାରା ଦେଖିବେ କିପରି ଆପଣଙ୍କ କେଶରେ ଫରକ ଆସିବ ।

– କିଛି ଗ୍ରୀନ୍ ଟି ପାଉଡ଼ର ନେଇ ସେଥିରେ କିଛି ପାଣି ମିଶାଇ ବହଳିଆ ଭାବେ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହାପରେ ସେଥିରେ ଏକ ଅଣ୍ଡାକୁ ଫଟାଇ ଭଲଭାବେ ଗ୍ରୀନ୍ ଟିର ମିଶ୍ରଣ ସହିତ ମିଶାଇ ଦିଅନ୍ତୁ । ଦୁଇଟି ଜିନିଷକୁ ଭଲ ଭାବରେ ମିଶାଇବା ପରେ ଏହାକୁ ଦୁଇ ହାତରେ ଭଲ ଭାବେ ନେଇ କେଶରେ ମାଲିସ ବା ମସାଜ କରନ୍ତୁ । ଏହାପରେ ପାଖାପାଖି ଏକ ଘଣ୍ଟା ତାକୁ ଶୁଖିବା ପାଇଁ ଛାଡିଦିଅନ୍ତୁ । ଶୁଖିଯିବା ପରେ ଯେକୌଣସି ସଲ୍ଫେଟ୍ ମୁକ୍ତ ସାମ୍ପୋରେ କେଶକୁ ଭଲ ଭାବେ ଧୋଇ ନିଅନ୍ତୁ । ଦେଖିବେ ଏପରି କରିବା ଦ୍ବାରା ଆପଣଙ୍କ କେଶରେ ଥିବା ସମସ୍ୟା ଦୁର ହୋଇଯିବା ସହ କେଶର ଚମକକୁ କିପରି ବଢାଇଦବ ।

– ଗୋଟେ ପାତ୍ରରେ ଗ୍ରୀନ୍ ଟି ପ୍ରସ୍ତୁତ କରନ୍ତୁ । ଏହାପରେ ଏହି ଟିରେ କିଛି ଲେମ୍ବୁର ରସ ଏବଂ କିଛି ନଡିଆ ତେଲ ଭଲ ଭାବେ ମିଶାଇ ଦିଅନ୍ତୁ । ଏହି ମିଶ୍ରଣକୁ ଆପଣଙ୍କ କେଶରେ ପ୍ରାୟ ୪ ରୁ ୫ମିନିଟ୍ ପଯ୍ୟନ୍ତ ମାଲିସ କରି ଅଧଘଣ୍ଟା ପାଇଁ ଛାଡିଦିଅନ୍ତୁ । ଏହାପରେ କେଶକୁ ଭଲ ଭାବେ ଧୋଇଦିଅନ୍ତୁ । ଏହାପରେ ଆପଣ ଆପଣଙ୍କ କେଶରେ ଆସିଥିବା ଫରକକୁ ବେଶ୍ ଭଲ ଭାବେ ଜାଣି ପାରିବେ ।

Sonalisa

Recent Posts

ଆଜିର ରାଶିଫଳ: କାର୍ଯ୍ୟକ୍ଷେତ୍ରରେ ଅଗ୍ରଗତି ହେବ, ବ୍ୟବସାୟ ବିସ୍ତାର ହେବ

ମେଷ: ଆସନ୍ତାକାଲି ଏକ ଭଲ ଦିନ ହେବ । ସ୍ୱାସ୍ଥ୍ୟ ଭଲ ରହିବ । କୌଣସି ଶାରୀରିକ ଯନ୍ତ୍ରଣା ହେବ…

31 mins ago

ତୁଳସୀ ପାହାଡରେ ବିଏସଏଫ ଜବାନଙ୍କୁ ବଡ଼ ସଫଳତା, ମାଓ ଡ଼ମ୍ପିଙ୍ଗ ଠାବ

ମାଲକାନଗିରି : ମାଲକାନଗିରି ଜିଲ୍ଲା ତୁଳସୀ ପାହାଡରେ BSF ଜବାନଙ୍କୁ ମିଳିଛି ବଡ଼ ସଫଳତା । ସୁରକ୍ଷାକର୍ମୀଙ୍କ କୁମ୍ବିଙ୍ଗ ଅପରେସନ…

1 hour ago

ପୋଖରୀରେ ବୁଡି ବୃଦ୍ଧ ମୃତ, ଗାଧୋଉଥିବା ସମୟରେ ପାଣିରେ ବୁଡି ଗଲେ

ଆନନ୍ଦପୁର : ପୋଖରୀରେ ବୁଡି ବୃଦ୍ଧ ମୃତ । ରାମଚନ୍ଦ୍ରପୁର ଥାନା ନର୍ଦା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଘଟଣ…

2 hours ago

ଅଧା ବଗି ଛାଡ଼ି ଦୁଇ କିଲୋମିଟର ଚାଲିଗଲା ମାଲଗାଡ଼ି

ଜଳେଶ୍ୱର : ଅଧା ବଗି ଛାଡ଼ି ଦୁଇ କିଲୋମିଟର ଚାଲିଗଲା ମାଲଗାଡ଼ି । ଦକ୍ଷିଣ-ପୂର୍ବ ରେଳ ପଥର ବାଲେଶ୍ବର ଜିଲ୍ଲା…

2 hours ago

ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଟିମ ବିଜେପି ଭେଟିଲେ ରାଜ୍ୟପାଳଙ୍କୁ, ସରକାର ଗଠନ ଦାବି କଲେ

କେନ୍ୟୁଜ (ବ୍ୟୁରୋ) : ଓଡ଼ିଶାରେ ସରକାର ଗଠନ କରିବାକୁ ବିଜେପି ରାଜ୍ୟପାଳଙ୍କ ନିକଟରେ ଦାବି କରିଛି । ଆଜି ରାଜ୍ୟ…

3 hours ago

ଗରମ ସହି ନପାରି ପୋଖରୀକୁ ଗାଧୋଇବାକୁ ଯାଇଥିଲେ, ଚାଲିଗଲା ବୃଦ୍ଧଙ୍କ ଜୀବନ

ଆନନ୍ଦପୁର(କେନ୍ୟୁଜ୍‌): ଅସହ୍ୟ କଲା ଗରମ ଗୁଳୁଗୁଳି । ପୋଖରୀକୁ ଗାଧୋଇବାକୁ ଯାଇଥିଲେ ବୃଦ୍ଧ । ଗୋଡ଼ ଖସିଗଲା ପାଣିରେ ବୁଡି…

4 hours ago