ଲାଇଫ୍ ଷ୍ଟାଇଲ୍

ଡାଇବେଟିଜ୍, ଆର୍ଥାଇଟିସ୍ ଭଳି ଅନେକ ବଡ ରୋଗକୁ ମାତ୍ ଦେବ ଅଶ୍ବଗନ୍ଧା: ବଢାଇବ ରୋଗ ପ୍ରତିରୋଧକ ଶକ୍ତି

ଭାରତ ସମେତ ସମଗ୍ର ବିଶ୍ବରେ କରୋନା ଭାଇରସରେ ସଂକ୍ରମିତ ଥିବା ବ୍ଯକ୍ତିଙ୍କ ସଂଖ୍ଯା ବଢିବାରେ ଲାଗିଛି। ଏହିକାରଣରୁ ସଂକ୍ରମିତ ଥିବା ଲୋକମାନଙ୍କର କିପରି କରାଯିବ ସେ ନେଇ ଟୀକା ଏବଂ ଔଷଧ ବାହାର କରିବାରେ ପ୍ରୟାସ ଜାରି ରହିଛି କିନ୍ତୁ ବର୍ତ୍ତମାନ ପର୍ଯ୍ଯନ୍ତ କୌଣସି ସଠିକ ପ୍ରମାଣ ମିଳିନାହିଁ। ଏହାମଧ୍ଯରୁ ଏହି ଭାଇରସରୁ ରକ୍ଷା ପାଇବା ପାଇଁ ପୁଣି ଏକ ରିସର୍ଚ୍ଚ ସାମ୍ନାକୁ ଆସିଛି। IIT ଦିଲ୍ଲୀ ଏବଂ ଜାପାନର ନ୍ଯାସନାଲ ଇଷ୍ଟିଚ୍ଯୁଟ ଅଫ୍ ଆଡଭାନ୍ସ ଇଣ୍ଡଷ୍ଟ୍ରିଆଲ ସାଇନ୍ସି ଆଣ୍ଡ ଟେକ୍ନୋଲୋଜିର ଗବେଷଣା ଅନୁଯାୟୀ, ଅଶ୍ବଗନ୍ଧାରେ ଏଭଳି ପ୍ରାକୃତିକ ତତ୍ତ୍ବ ରହିଛି, ଯେଉଁଥିରେ କରୋନା ଭଳି ଭାଇରସ ଠାରୁ ରକ୍ଷା ପାଇପାରିବା ସମ୍ଭବ ହୋଇପାରିବ।

ବିଶେଷଜ୍ଞଙ୍କ କହିବାନୁଯାୟୀ ଅଶ୍ବରେ ଥିବା ୱିଥାନନ ନାମକ ତତ୍ତ୍ବ କୋଭିଡ-୧୯ ରୁ ଦୂରେଇ ରଖିବାରେ ସକ୍ଷମ ହୋଇପାରିବ। ସୂଚନା ମୂତାବକ IIT ଦିଲ୍ଲୀର ପ୍ରଫେସର ଏବଂ ବାୟୋକେମିକାଲ ଇଞ୍ଜିନିୟରିଂ ବିଭାଗର ମୁଖ୍ଯ ପ୍ରଫେସର ଡି.ସୁନ୍ଦରଙ୍କ କହିବାନୁଯାୟୀ IIT ଦିଲ୍ଲୀ ଏବଂ ଜାପାନର ଏହି ଇଷ୍ଟିଚ୍ଯୁଟ ଏକ ଦଶକ ଠାରୁ ମଧ୍ଯ ଅଧିକ ସମୟରୁ ଟେକ୍ନୋଲୋଜିର ବିକାଶ ପାଇଁ ଏକାଠି ମିଶି କାମ କରୁଛି।
ଅଶ୍ବଗନ୍ଧାରେ ସ୍ବାସ୍ଥ୍ଯ ସମ୍ପର୍କୀୟ ଅନେକ ଫାଇଦା ମଧ୍ଯ ରହିଛି

-ଆୟୁର୍ବେଦିକ ଔଷଓଧ ଅଶ୍ବଗନ୍ଧା ଜରିଆରେ ଡାଇବେଟିଜ୍ ଭଳି ସମସ୍ଯା ମଧ୍ଯ ଭଲ ହୋଇଯାଇଥାଏ। ଏଥିରେ ଥିବା ହାଇପୋଗ୍ଲାଇମିକ ଗୁଣ, ଗ୍ଲୁକୋଜ ମାତ୍ରା କମ କରିବାରେ ସାହାଯ୍ଯ କରିଥାଏ। ଏଥିସହ ଏହା ଡାଇବେଟିଜ୍ ର ଲକ୍ଷଣ ମଧ୍ଯ କମ କରିଥାଏ।

-ଶରୀରରେ ଇମ୍ଯୁନିଟି ପାୱାର ଉତ୍ତମ କରିବା ପାଇଁ ଅଶ୍ବଗନ୍ଧା ସେବନ କରାଯାଇଥାଏ। ଏଥିରେ ଥିବା ଇମ୍ଯୁନମାଡ୍ଯୁଲେଟରୀ ଗୁଣ ଶରୀରର ଇମ୍ଯୁନ ସିଷ୍ଟମକୁ ମଜବୁତ୍ କରିଥାଏ, ଯାହା ଦ୍ବାରା ରୋଗ ସହ ଲଢିବାରେ ସାହାଯ୍ଯ ମିଳିଥାଏ।

-ଅଶ୍ବଗନ୍ଧାରେ ଆଣ୍ଟ-ଇଫ୍ଲୋମେଟ୍ରି ଗୁଣ ରହିଥାଏ, ଯାହା ଆର୍ଥାଇଟିସ୍ ସମସ୍ଯା ଥିବା ବ୍ଯକ୍ତିମାନଙ୍କ ପାଇଁ ଲାଭକାରୀ ହୋଇଥାଏ। ଏହାର ରସ ପ୍ରୟୋଗ କରିବା ଦ୍ବାରା ଆର୍ଥାଇଟସ୍ ସହ ଜଡିତ ଲକ୍ଷଣ କମ କରିବା ଦ୍ବାରା ଆରାମ ମିଳିଥାଏ।

-ରିସର୍ଚ୍ଚ ଅନୁଯାୟୀ ଅଶ୍ବଗନ୍ଧା ଚେରର ଅର୍କ ସେବନ କରିବା ଦ୍ବାରା ଅତ୍ଯଧିକ ଭୋକ ଲାଗିବା ଭଳି ସମସ୍ଯା ମଧ୍ଯ କମ ହୋଇଥାଏ। ଏଥିସହ ଓଜନ ମଧ୍ଯ ନିୟନ୍ତ୍ରଣରେ ରହିଥାଏ। ଏହାବ୍ଯତୀତ ଏଥିରେ ଥିବା ପୋଷକ ତତ୍ତ୍ବ ଶରୀରର ମୋଟାପଣକୁ କମ କରିବା ସହ ପେଟର ଚର୍ବିକୁ କମ କରିବାରେ ସାହାଯ୍ଯ କରିଥାଏ।

KNews Bureau

Recent Posts

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

2 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

2 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

2 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

4 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

5 hours ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

5 hours ago