ଲାଇଫ୍ ଷ୍ଟାଇଲ୍

କାକୁଡି ଖାଇବା ସମୟରେ କରୁଛନ୍ତି କି ଏହି ଭୁଲ! ଫାଇଦା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ସାଧାରଣତଃ ଲୋକମାନେ ସାଲାଡରେ ଅଧିକ କାକୁଡି ଖାଇଥାନ୍ତି । କିନ୍ତୁ ପ୍ରାୟତଃ ଲୋକମାନେ କାକୁଡି ଖାଇବା ସମୟରେ ଏକ ଭୁଲ କରିଦିଅନ୍ତି । ଯେଉଁଥିପାଇଁ କାକୁଡି ଖାଇବାର ଫାଇଦା ପରିବର୍ତ୍ତେ କ୍ଷତି ହୋଇଥାଏ । ଗ୍ରୀଷ୍ମ ଋତୁରେ କାକୁଡି ଏବଂ ପାଣିରେ ଭରପୂର ଫଳ ଖାଇବା ପରାମର୍ଶ ଦିଆଯାଇଥାଏ । କାକୁଡ଼ି ଏକ ଏପରି ଫଳ ଯେଉଁଥିରେ ୯୫ ପ୍ରତିଶତ ପାଣି ଥାଏ । କାକୁଡି ଖାଇବା ଦ୍ୱାରା ଆପଣଙ୍କ ଶରୀର ଡିହାଇଡ୍ରେସନ୍ ସମସ୍ୟାରୁ ମଧ୍ୟ ଦୂରେଇ ରହିଥାଏ । ଗ୍ରୀଷ୍ମ ଋତୁରେ ହାଲକା ଏବଂ ଥଣ୍ଡା ଖାଦ୍ୟ ଖାଇବାକୁ ବହୁତ ଇଚ୍ଛା ହୋଇଥାଏ ।

ଖରାଦିନେ ଲୋକମାନେ ଅନେକ ସମୟରେ ସାଲାଡ ଖାଇଥା’ନ୍ତି । କାକୁଡିରୁ ଭିଟାମିନ୍ C, ଭିଟାମିନ୍ K, ମାଙ୍ଗାନିଜ୍, ମ୍ୟାଗ୍ନେସିୟମ୍, ପୋଟାସିୟମ୍ ଇତ୍ୟାଦି ପୁଷ୍ଟିକର ଖାଦ୍ୟ ଏଥିରେ ପ୍ରଚୁର ପରିମାଣରେ ମିଳିଥାଏ । କିନ୍ତୁ କିଛି ଲୋକ କାକୁଡ଼ିର ଚୋପା ଛଡାଇ ଏହାକୁ ଖାଇଥାନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, କାକୁଡିର ଚୋପା ଛଡାଇ ଏହାକୁ କେବେବି ଖାଇବା ଉଚିତ୍ ନୁହେଁ, ଏହା ଲାଭ ବଦଳରେ ଶରୀରର କ୍ଷତି କରିଥାଏ । ଭିଟାମିନ୍ ଏ ଯଥା ବିଟା କାରୋଟିନ୍ ଏବଂ ଭିଟାମିନ୍ କେ କାକୁଡି ଚୋପାରେ ମିଳିଥାଏ ।

ତେଣୁ କାକୁଡିର ଚୋପା ଛଡାଇ ଏହାକୁ କେବେବି ଖାଇବା ଉଚିତ୍ ନୁହେଁ । କାକୁଡି ଚୋପାରେ ବହୁତ ପରିମାଣରେ ଫାଇବର ଥାଏ ଏବଂ ରଫେଜ ଥାଏ । ଚୋପା ସହିତ କାକୁଡି ଖାଇବା ଦ୍ୱାରା ପେଟ ପୂର୍ଣ୍ଣ ହୋଇଯାଏ ଏବଂ ଖାଦ୍ୟ ପାଇଁ ଲୋଭ କମିଯାଏ । କାକୁଡି ଚୋପାରେ ଆସ୍କୋରବିକ୍ ଏସିଡ୍ ଥାଏ । କାକୁଡିକୁ ଚୋପା ସହ ଖାଇବା ଦ୍ୱାରା ଏଜିଙ୍ଗ ମଧ୍ୟ କମ୍ ହୋଇଥାଏ । ଏଥିରେ ଥିବା ପୋଷକ ତତ୍ତ୍ୱ ଅକ୍ସିଡେଟିଭ୍ କ୍ଷତି ହେତୁ ଚର୍ମକୁ ନଷ୍ଟ ହେବାରୁ ରକ୍ଷା କରିଥାଏ । କାକୁଡି ଚୋପାରେ ଭିଟାମିନ୍ ଏ ପ୍ରଚୁର ପରିମାଣରେ ମିଳିଥାଏ । ଏହା ଦୃଷ୍ଟି ଶକ୍ତିରେ ଉନ୍ନତି କରେ ।

କାକୁଡିରେ ବିଟା କାରୋଟିନ୍ ଭରପୂର ମାତ୍ରାରେ ରହିଥାଏ । ଏହାକୁ ଖାଇବା ଦ୍ୱାରା ବ୍ଲଡ ବ୍ଲୋଟିଙ୍ଗ ସମସ୍ୟା ମଧ୍ୟ କମିଯାଏ । କେବେଳ ସେତିକି ନୁହେଁ କାକୁଡି ଚୋପା ଆମ ସ୍କିନ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଆପଣ କାକୁଡ଼ି ଚୋପାର ଫେସ୍‌ ମାସ୍କ ତ୍ୱଚା ପାଇଁ ବ୍ୟବହାର କରିପାରିବେ । ଏହି ଫେସ୍ ମାସ୍କ ସାହାଯ୍ୟରେ ଆପଣଙ୍କ ତ୍ୱଚା କୋମଳ ରହିବ । ଏହି ଫେସ୍‌ ମାସ୍କ ଆପଣଙ୍କ ଚେହେରାରେ ଥିବା ଦାଗ ଏବଂ ଚିହ୍ନରୁ ମଧ୍ୟ ମୁକ୍ତି ଦେଇଥାଏ । ତେବେ ଯଦି ଆପଣ ମଧ୍ୟ କାକୁଡ଼ିର ଚୋପା ଛଡାଇ ଖାଉଛନ୍ତି ତେବେ ହୋଇଯାନ୍ତୁ ସାବଧାନ ଏବେ ଏପରି କରିବା ବନ୍ଦ କରନ୍ତୁ ।

Srujanika Panda

Recent Posts

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

26 seconds ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

16 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

22 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

35 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago