ଲାଇଫ୍ ଷ୍ଟାଇଲ୍

କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ ରଖିବା ସହିତ ଡିପ୍ରେସନକୁ ଦୂର କରେ ମାଛ ମୁଣ୍ଡ, ଜାଣନ୍ତୁ ଏହାର ଉପକାରିତା ବିଷୟରେ

ମାଛ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ ଏହା ଆପଣ ଜାଣିଥିବେ, କିନ୍ତୁ ଆପଣ ଜାଣନ୍ତି କି ଏହାର ମୁଣ୍ଡର ଅଂଶ ମାଛ ଅପେକ୍ଷା ଅଧିକ ପୁଷ୍ଟିକର ଅଟେ। ହଁ, ମାଛର ମୁଣ୍ଡରେ ଅନେକ ପ୍ରକାରର ଭିଟାମିନ୍, ମିନେରାଲ୍ସ ଏବଂ ସୁସ୍ଥ ଚର୍ବି ଭରପୂର। ମାଛ ପାଟିକୁ କେବଳ ସ୍ୱାଦିଷ୍ଟ ଲାଗିନଥାଏ ବରଂ ଏହା ଆମଶରୀରକୁ ଶକ୍ତି ଯୋଗାଇବା ସହ ଅନେକ ପ୍ରକାରର ରୋଗରୁ ମଧ୍ୟ ରକ୍ଷା କରିଥାଏ । ମାଛର ମୁଣ୍ଡ ଖାଇବା ଦ୍ୱାରା ସର୍କରା ନିୟନ୍ତ୍ରଣ କରି ବ୍ୟକ୍ତିର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଆଜି ଆପଣଙ୍କୁ ମାଛ ମୁଣ୍ଡ ଖାଇବାର ଏପରି କିଛି ଆଶ୍ଚର୍ଯ୍ୟଜନକ ଉପକାରିତା କହିବୁ , ଯାହାକୁ ଆପଣ ଶୁଣିବା ପରେ ପ୍ରତିଦିନ ଖାଇବାକୁ ଇଚ୍ଛା କରିବେ।

ମାଛମୁଣ୍ଡ କେବଳ ଖାଇବା ପାଇଁ ସ୍ୱାଦିଷ୍ଟ ନୁହେଁ ବରଂ ଏହା ଖାଇବା ଦ୍ୱାରା ଅନେକ ପ୍ରକାରର ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ । ବିଶେଷକରି ଡିପ୍ରେସନରୁ ରକ୍ଷା କରିବା ପାଇଁ ମାଛ ଖାଇବା ବିଶେଷ ଦରକାରୀ ହୋଇଥାଏ । କାରଣ ମାଛ ଶରୀର ପାଇଁ ବିଶେଷ ଲାଭକାରୀ ହୋଇଥାଏ । ମାଛ ମୁଣ୍ଡରେ ବହୁପ୍ରକାରର ଭିଟାମିନ୍ ଥାଏ ।

କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରେ : ମାଛଠାରୁ ଅଧିକ ଭିଟାମିନ ଏହାର ମୁଣ୍ଡରେ ଥାଏ । ମାଛ ମୁଣ୍ଡରେ ସେଚୁରେଟେଡ ଫ୍ୟାଟ ବହୁତ କମ ହୋଇଥାଏ, ଯାହା ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲର ମାତ୍ରା ବଢିନଥାଏ। ଏହା ଦ୍ବାରା ହୃଦଘାତ ଭଳି ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ମସ୍ତିଷ୍କ ପାଇଁ ମଧ୍ୟ ଲାଭକାରୀ : ସେହିଭଳି କେଶ ଝଡିବା ସହ ଯଦି ଆପଣ ସବୁକିଛି ଶୀଘ୍ର ଭୁଲିଯାଉଛନ୍ତି ତେବେ ମାଛ ମୁଣ୍ଡ ଖାଇବା ଆରମ୍ଭ କରିଦିଅନ୍ତୁ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ମାଛ ମୁଣ୍ଡରେ ଓମେଗା-୩ ଥାଏ ଯାହା ଆପଣଙ୍କ ସ୍ମରଣ ଶକ୍ତିକୁ ବଢାଇଥାଏ ।

ଦୃଷ୍ଟି ଶକ୍ତି ବଢିଥାଏ : ମାଛ ମୁଣ୍ଡରେ ଭିଟାମିନ-ଏ ଥାଏ । ଭିଟାମିନ-ଏ ଦୃଷ୍ଟିଶକ୍ତି ପାଇଁ ବହୁତ ଲାଭକାରୀ ଅଟେ । ସେହିଭଳି ଭିଟାମିନ-ଏ ଆଖିକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ। ଏହି କାରଣରୁ ଯେଉଁବ୍ୟକ୍ତିଙ୍କର ଦୃଷ୍ଟିଶକ୍ତି କମ ଥାଏ ସେ ସପ୍ତାହକୁ ଥରେ ମାଛମୁଣ୍ଡ ଖାଇବା ନିହାତି ଆବଶ୍ୟକ ।

ରୋଗପ୍ରତିରୋଧକ କ୍ଷମତା : ମାଛ ମୁଣ୍ଡରେ ଥିବା ଭିଟାମିନ ମଣିଷ ଶରୀରର ରୋଗପ୍ରତିରୋଧକ କ୍ଷମତା ବଢାଇଥାଏ ।

ଡିପ୍ରେସନ ଦୂରକରେ ମାଛମୁଣ୍ଡ : ମାଛମୁଣ୍ଡରେ ଓମେଗା -୩ ଥିବା କାରଣରୁ ଏହାର ସେବନ ଦ୍ୱାରା ମସ୍ତିଷ୍କ ସୁସ୍ଥ ରହେ ଓ ଡିପ୍ରେସନ ଭଳି ମାନସିକ ରୋଗ ମଧ୍ୟ ଦୂରେଇ ରୁହେ ।
ସପ୍ତାହକୁ ଯଦି ଜଣେ ବ୍ୟକ୍ତି ୧-୨ ଥର ମାଛ ମୁଣ୍ଡକୁ ସେବନ କରିବେ ତେବେ ଏହିସବୁ ସମସ୍ୟାରୁ ଦୁରେଇ ରହିପାରିବେ।

 

Barsha

Recent Posts

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

4 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

7 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

41 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

42 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago