ଗରମ ଦିନେ ବିଭିନ୍ନ ସମସ୍ୟାରୁ ମୁକ୍ତି ଦେବ ଆମ୍ବ, ମିଳିବ ଜବରଦସ୍ତ ଫାଇଦା

ଗରମ ଦିନେ ଆମ୍ବର ଅନେକ ଚାହିଦା ରହିଥାଏ। ଆମ୍ବ ଯେତିକି ସ୍ବାଦିଷ୍ଟ ହୋଇଥାଏ ସ୍ବାସ୍ଥ୍ୟ ପାଇଁ ସେତିକି ଲାଭକାରୀ ହୋଇଥାଏ। ଏଥିରେ ପ୍ରଚୁର ମାତ୍ରାରେ ଫାଇବର, ପୋଟାସିୟମ, ମ୍ୟାଗ୍ନେସିୟମ ରହିଥାଏ, ଯାହା ଉଚ ରକ୍ତଚାପ ଠାରୁ ଆରମ୍ଭ କରି ପେଟ ସମସ୍ୟା ଭଳି ରୋଗ ଭଲ କରିବାରେ ସାହାଯ୍ୟ କରିଥାଏ। ଜାଣନ୍ତୁ ଆମ୍ବ ଖାଇବା ଶରୀର ପାଇଁ କେତେ ଲାଭକାରୀ ହୋଇଥାଏ।

ଆମ୍ବର ଗୁଣ

୧ କପ ଆମ୍ବରେ ୯୯ କିଲ ଏବଂ ୦.୬ ଗ୍ରାମ ଫ୍ୟାଟ ରହିଥାଏ। ଏହା ବ୍ୟତୀତ ଏଥିରେ ୦% କୋଲେଷ୍ଟ୍ରଲ, ୧.୭ ଏମ ଜି ସୋଡିୟମ, ୨୭୭.୨ ଏମ ଜି ପୋଟାସିୟମ, ୨୫ ଗ୍ରାମ କାର୍ବୋହାଇଡ୍ରେଡ, ୨୩ ଗ୍ରାମ ସୁଗାର, ୩୫% ଭିଟାମିନ-ଏ, ୧୦% ଭିଟାମିନ-ବି-୬ ଏବଂ ୪% ମ୍ୟାଗ୍ନେସିୟମ ଭଳି ଅନେକ ପୋଷକ ତତ୍ତ୍ବ ରହିଥାଏ।

-ଗରମ ଦିନେ କବଜ, ପେଟ ପୋଡା ହେବା ଭଳି ସମସ୍ୟାରୁ ରକ୍ଷା ପାଇବା ପାଇଁ ଆମ୍ବ ଖାଇବା ଉଚିତ।

-ଖରାଦିନେ ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ଏସିଡିଟି ହେବାର ସମସ୍ୟା ଦେଖାଯାଇଥାଏ। ଏଭଳି ପରିସ୍ଥିତିରେ କଞ୍ଚା ଆମ୍ବ ଖାଇବା ଦ୍ବାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।

-ଆମ୍ବ ଶରୀରରେ ଜଳୀୟ ଅଂଶର ଅଭାବକୁ ଦୂର କରିଥାଏ। ଏହି କାରଣରୁ ଆମ୍ବ କିମ୍ବା ଆମ୍ବ ପଣା ପିଇବା ଦ୍ବାରା ଅନେକ ସମସ୍ୟା ଦୂର ହୋଇଥାଏ।

-ପୋଟାସିୟମ ଏବଂ ମ୍ୟାଗ୍ନେସିୟମରେ ଭରପୁର ଥିବା ଆମ୍ବ ଖାଇବା ଦ୍ବରା ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ।

-ଦୁର୍ବଳ ଏବଂ ପତଳା ଲୋକମାନଙ୍କ ପାଇଁ ଆମ୍ବ କୌଣସି ବରଦାନରୁ କମ ନୁହେଁ। କାରଣ ଏଥିରେ ପ୍ରଚୁର ମାତ୍ରାରେ କ୍ଯାଲୋରୀ ରହିଥାଏ, ଯାହା ଓଜନ ବଢାଇବାରେ ସାହାଯ୍ୟ କରିଥାଏ।

-ଏଥିରେ ପ୍ରଚୁର ମାତ୍ରାରେ ଆଇରନ ରହିଥିବାରୁ ଏହା ଶରୀରରେ ରକ୍ତର ଅଭାବକୁ ଦୂର କରିଥାଏ। ସେହିପରି ଆମ୍ବ ଖାଇବା ଦ୍ବାରା ଶରୀରରେ ସଠିକ ରୂପେ ରକ୍ତ ସଞ୍ଚାଳନ ହୋଇଥାଏ।

-ଆମ୍ବ ମିଠା ହୋଇଥିବାରୁ ଡାଇବେଟିଜ ଥିବା ବ୍ୟକ୍ତିମାନେ ଏହାକୁ ଖାଇନଥାନ୍ତି କିନ୍ତୁ ଏପରି କିଛି ହୋଇନଥାଏ। ସେହିପରି ଏହାର ପତ୍ର ମଧ୍ୟ ଡାଇବେଟିଜ ଥିବା ଲୋକମାନଙ୍କ ପାଇଁ ଲାଭକାରୀ ହୋଇଥାଏ।

-ଆମ୍ବରେ ଥିବା ଆଣ୍ଟି-ଅକ୍ସିଡେଣ୍ଟ କୋଲୋନ ଲ୍ୟୁକେମିୟା ଏବଂ କ୍ୟାନସରରୁ ରକ୍ଷା କରିବା ପାଇଁ ଲାଭକାରୀ ହୋଇଥାଏ। ଏଥିରେ କ୍ୟୁର୍ସେଟିନ ଏବଂ ଫିସେଟିନ ଭଳି ଅନେକ ପୋଷକ ତତ୍ତ୍ବ ରହିଥାଏ, ଯାହା କ୍ୟାନସର ସେଲ୍ସ ବଢିବାରେ ନିୟନ୍ତ୍ରଣ କରିଥାଏ।

KNews Bureau

Recent Posts

ଆଜିର ରାଶିଫଳ: କାର୍ଯ୍ୟକ୍ଷେତ୍ରରେ ଅଗ୍ରଗତି ହେବ, ବ୍ୟବସାୟ ବିସ୍ତାର ହେବ

ମେଷ: ଆସନ୍ତାକାଲି ଏକ ଭଲ ଦିନ ହେବ । ସ୍ୱାସ୍ଥ୍ୟ ଭଲ ରହିବ । କୌଣସି ଶାରୀରିକ ଯନ୍ତ୍ରଣା ହେବ…

6 hours ago

ତୁଳସୀ ପାହାଡରେ ବିଏସଏଫ ଜବାନଙ୍କୁ ବଡ଼ ସଫଳତା, ମାଓ ଡ଼ମ୍ପିଙ୍ଗ ଠାବ

ମାଲକାନଗିରି : ମାଲକାନଗିରି ଜିଲ୍ଲା ତୁଳସୀ ପାହାଡରେ BSF ଜବାନଙ୍କୁ ମିଳିଛି ବଡ଼ ସଫଳତା । ସୁରକ୍ଷାକର୍ମୀଙ୍କ କୁମ୍ବିଙ୍ଗ ଅପରେସନ…

7 hours ago

ପୋଖରୀରେ ବୁଡି ବୃଦ୍ଧ ମୃତ, ଗାଧୋଉଥିବା ସମୟରେ ପାଣିରେ ବୁଡି ଗଲେ

ଆନନ୍ଦପୁର : ପୋଖରୀରେ ବୁଡି ବୃଦ୍ଧ ମୃତ । ରାମଚନ୍ଦ୍ରପୁର ଥାନା ନର୍ଦା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଘଟଣ…

8 hours ago

ଅଧା ବଗି ଛାଡ଼ି ଦୁଇ କିଲୋମିଟର ଚାଲିଗଲା ମାଲଗାଡ଼ି

ଜଳେଶ୍ୱର : ଅଧା ବଗି ଛାଡ଼ି ଦୁଇ କିଲୋମିଟର ଚାଲିଗଲା ମାଲଗାଡ଼ି । ଦକ୍ଷିଣ-ପୂର୍ବ ରେଳ ପଥର ବାଲେଶ୍ବର ଜିଲ୍ଲା…

8 hours ago

ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଟିମ ବିଜେପି ଭେଟିଲେ ରାଜ୍ୟପାଳଙ୍କୁ, ସରକାର ଗଠନ ଦାବି କଲେ

କେନ୍ୟୁଜ (ବ୍ୟୁରୋ) : ଓଡ଼ିଶାରେ ସରକାର ଗଠନ କରିବାକୁ ବିଜେପି ରାଜ୍ୟପାଳଙ୍କ ନିକଟରେ ଦାବି କରିଛି । ଆଜି ରାଜ୍ୟ…

9 hours ago

ଗରମ ସହି ନପାରି ପୋଖରୀକୁ ଗାଧୋଇବାକୁ ଯାଇଥିଲେ, ଚାଲିଗଲା ବୃଦ୍ଧଙ୍କ ଜୀବନ

ଆନନ୍ଦପୁର(କେନ୍ୟୁଜ୍‌): ଅସହ୍ୟ କଲା ଗରମ ଗୁଳୁଗୁଳି । ପୋଖରୀକୁ ଗାଧୋଇବାକୁ ଯାଇଥିଲେ ବୃଦ୍ଧ । ଗୋଡ଼ ଖସିଗଲା ପାଣିରେ ବୁଡି…

10 hours ago