କମଳାରେ ରହିଛି ଚମତ୍କାରୀ ଫାଇଦା, ଯାହା ଦୂର କରିବ ଅନେକ ସମସ୍ୟା

କମଳା ଖାଇବାକୁ ଯେପରି ସୁଆଦିଆ ସ୍ବାସ୍ଥ୍ଯା ପ୍ରତି ମଧ୍ୟ ସେମିତି ହିତକାରୀ । ଏହା ଭିତରେ ଭରି ରହିଛି ଅନେକ ପୋଷକ ତତ୍ତ୍ଵ ଯାହା ଶରୀର ପାଇଁ ଅନେକ ଉପକାରୀ ହୋଇଥାଏ । ଆସନ୍ତୁ ଜାଣିବା କମଳା ବାବଦରେ କିଛି ତଥ୍ଯ ଯାହା ଖାଇଲେ ଆପଣଙ୍କ ଶରୀର ରହିବ ସୁସ୍ଥ।

-କମଳାରେ ଭିଟାମିନ ସି ଅଧିକ ପରିମାଣରେ ମହଜୁଦ ଥାଏ । ସେଥିପାଇଁ ଏହା କଲୋନ କ୍ୟାନସରରୁ ରକ୍ଷା କରିବା ସହ ଅତି ତେଜସ୍କ୍ରିୟ ରଶ୍ମି ପ୍ରଭାବରେ ନଷ୍ଟ ହୋଇଯାଉଥିବା କୋଷକୁ ନଷ୍ଟ ହେବାକୁ ଦିଏନାହିଁ ।

-ଏହିଫଳ ଖାଇବା ଦ୍ଵାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଥଣ୍ଡାରୁ ରକ୍ଷା କରିଥାଏ । ଏହା କାନ ସଂକ୍ରମଣରୁ ମଧ୍ୟ ରକ୍ଷାକରିଥାଏ ।

-କମଳା ଖାଇବା ଦ୍ଵାରା ୫୦ ବର୍ଷ ଯାଏଁ ବି ଯୁବକ ଦେଖାଯିବେ । କମଳାରେ ଥିବା ଆଣ୍ଟି ଅକ୍ସିଡ଼ାଣ୍ଟ ତ୍ଵଚାକୁ କୋଷ ନଷ୍ଟ ହେବାରୁ ସାହାର୍ଯ୍ୟ କରିଥାଏ । ଫଳରେ ସବୁଦିନ ପାଇଁ ଯୁବ ସୁଲଭତା ଦେଖାଦେଇଥାଏ ।

-କମଳାରେ ବି୬ ଭିଟାମିନ ଥବା କାରଣରୁ ରକ୍ତରେ ହିମୋଗ୍ଲୋବିନ ବଢ଼ାଇଥାଏ । କମଳା ଖାଇବା ଦ୍ଵାରା ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ ।

-କୋଲେଷ୍ଟୋରେଲ ପରିମାଣ କମ୍ ଥିବା କାରଣରୁ ଏହା ମଧୁମେୟ ରୋଗୀଙ୍କ ପାଇଁ ମଧ୍ୟ ଉପକାରୀ । ଏହାକୁ ମଧୁମେୟ ରୋଗୀ ବିନା ଦ୍ଵିଧାରେ ବ୍ୟବହାର କରିପାରିବେ ।

-କମଳା ଖାଇବାଦ୍ଵାରା କ୍ୟାନସରରୁ ମୁକ୍ତି ଦେଇଥାଏ । ଏହାଭିତରେ ଆଣ୍ଟିଅକ୍ସିଡ଼ାଣ୍ଟ ଓ ବିଟାମିନ ସି ଥିବା କାରଣରୁ କ୍ୟାନସରର ପ୍ରତିରୋଧ କରିଥାଏ ।

-କମଳା ପାଚନ ଶକ୍ତି ବଢ଼ାଇଥାଏ । ଏହାକୁ ଖାଇବା ଦ୍ଵାରା ମଧ୍ୟ କୋଷ୍ଠକାଠିନ୍ୟରୁ ମୁକ୍ତି ଦେଇଥାଏ ।

-ଆଖିରୋଗ ଥିବା ବ୍ୟକ୍ତି କମଳା ଖାଇବା ଦ୍ଵାରା ଅନେକ ଉପକାର ପାଇପାରିବେ । ଅନ୍ଧରକଣା କିମ୍ବା ଆଖିକୁ କମ୍ ଦେଖାଯାଉଥିବା ରୋଗୀ ଖାଇଲେ କିଛିଦିନ ପରେ ଦୃଷ୍ଟିଶକ୍ତି ବଵାଇବାରେ ସାହାର୍ଯ୍ୟ କରିଥାଏ ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

4 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago