ଲାଇଫ୍ ଷ୍ଟାଇଲ୍

ଶୀତ ଦିନରେ ମୂଳା ଖାଇବାର ରହିଛି ଅନେକ ଫାଇଦା, ଦୂର କରିଥାଏ ଏହିସବୁ ସମସ୍ୟା

ଶୀତ ଋତୁରେ ଅନେକ ତାଜା ପନିପରିବା ଉପଲବ୍ଧ ହୋଇଥାଏ। ଶୀତ ଋତୁରେ ମିଳୁଥିବା ଅନେକ ପନିପରିବା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ। ଶୀତ ଋତୁରେ ସବୁଠାରୁ ଅଧିକ ଖିଆ ଯାଉଥିବା ପରିବା ମଧ୍ୟରୁ ଗୋଟିଏ ହେଲା ମୂଳା। ମୂଳା ଖାଇବାକୁ ଭଲ ଲାଗେ ବୋଲି ଅଧିକ ଲୋକ ଖାଆନ୍ତି। କିନ୍ତୁ ଏହାର ଅନେକ ସ୍ୱାସ୍ଥ୍ୟଗତ ଗୁଣ ରହିଛି। ମୂଳା ଖାଇବା ଦ୍ୱାରା ଅନେକ ରୋଗ ମଧ୍ୟ ଦୂର ହୋଇଥାଏ। ଥଣ୍ଡା ଦିନରେ ପ୍ରତିଦିନ ମୂଳା ଖାଇଲେ କଣ କଣ ଲାଭ ମିଳିଥାଏ ଜାଣନ୍ତୁ।

ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ – ମୂଳାରେ ବହୁ ମାତ୍ରାରେ ଭିଟାମିନ-ସି ରହିଛି। ଯାହାଫଳରେ ଶୀତ ଦିନରେ ଥଣ୍ଡା କାଶରୁ ରକ୍ଷା ମିଳିଥାଏ। ମୂଳା ଶରୀରରେ ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ। ଶରୀରରେ ଜ୍ବଳନ ମଧ୍ୟ କମ କରିଥାଏ।

ରକ୍ତଚାପ ନିୟନ୍ତ୍ରଣ କରିଥାଏ – ମୂଳା ଶରୀରକୁ ପୋଟାସିୟମ ଯୋଗାଇଥାଏ ଯେଉଁଥିପାଇଁ ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ। ଯଦି ହାଇପାରଟେନସନ ସମସ୍ୟା ଥାଏ ତାହେଲେ ମୂଳା ନିଶ୍ଚୟ ଖାଇବା ଉଚିତ। ଆୟୁର୍ବେଦ ଅନୁସାରେ ମୂଳା ରକ୍ତ ଉପରେ ଶୀତଳ ପ୍ରଭାବ ପକାଇଥାଏ।

ହୃଦୟ ରୋଗରୁ ରକ୍ଷା କରିଥାଏ – ମୂଳା ଏଂଥୋସାୟନିନର ଏକ ସ୍ରୋତ ଯାହାଦ୍ୱାରା ହୃଦୟ ଭଲ ଭାବେ କାମ କରିଥାଏ। ପ୍ରତିଦିନ ମୂଳା ଖାଇଲେ ହୃଦୟ ରୋଗ ବିପଦ କମ ହୋଇଥାଏ। ମୂଳାରେ ଫୋଲିକ ଏସିଡ ଓ ଫ୍ଲେବୋନାୟଡ୍ସ ରହିଛି। ଯାହା ଅକ୍ସିଜେନ ମାତ୍ରା ବଢ଼ିଥାଏ ଓ ହୃଦୟ ରୋଗରୁ ରକ୍ଷା କରିଥାଏ।

ଫାଇବର ସ୍ରୋତ – ମୂଳାରେ ବହୁ ମାତ୍ରାରେ ଫାଇବର ରହିଛି। ମୂଳା ଖାଇବା ଦ୍ୱାରା ଶରୀରରେ ଫାଇବର ମାତ୍ରା କମିନଥାଏ। ଫାଇବର ମାତ୍ରା ଯୋଗୁଁ ପାଚନ ତନ୍ତ୍ର ଭଲ ଭାବେ କାମ କରିଥାଏ। ମୂଳା ଲିଭର ଓ ଗଲ ବ୍ଲାଡରକୁ ମଧ୍ୟ ସୁରକ୍ଷିତ ରଖିଥାଏ।

ରକ୍ତ ବାହକକୁ ମଜବୁତ କରିଥାଏ – ମୂଳାରେ କୋଲୋଜେନ ରହିଛି ଯାହା ମଣିଷ ଶରୀରରେ ରକ୍ତ ବାହକକୁ ମଜବୁତ କରିଥାଏ। ଯାହାଫଳରେ ଆଥେରୋସ୍କ୍ଲେରୋସିସ୍ ଭଳି ଗମ୍ଭୀର ରୋଗ ହେବାର ସମ୍ଭାବନା କମିଯାଇଥାଏ।

ମେଟାବୋଲିଜିମ୍ ବଢ଼ିଥାଏ – ମୂଳା ପାଚନ ତନ୍ତ୍ର ପାଇଁ ବହୁତ ଲାଭଦାୟକ। ତାଛଡା ଏସିଡ଼ିଟି, ମୋଟାପଣ, ଗ୍ୟାସ ସମୟ ଓ ବାନ୍ତି ଭଳି ସମସ୍ୟା ମଧ୍ୟ ଠିକ କରିବାରେ ସାହାଯ୍ୟ କରିଥାଏ।

ତ୍ୱଚା ପାଇଁ ଲାଭଦାୟକ – ସୁନ୍ଦର ଓ ମସୃଣ ତ୍ୱଚା ପାଇଁ ପ୍ରତିଦିନ ମୂଳା ଜୁସ ପିଇବା ଉଚିତ। ମୂଳାରେ ଭିଟାମିନ-ସି ଓ ଫସଫରସ ଥିବାରୁ ଏହା ତ୍ୱଚାର ରୁଖାପଣ ଦୂର କରିଥାଏ। କେଶରେ ଲଗାଇଲେ ଉପି ସମସ୍ୟା ମଧ୍ୟ ଦୂର ହୋଇଥାଏ ଓ କେଶ ମଜବୁତ ହୋଇଥାଏ।

ପୋଷାକ ତତ୍ତ୍ୱରେ ଭରପୁର – ନାଲି ମୂଳାରେ ଭରପୁର ମାତ୍ରାରେ ଭିଟାମିନ-ଏ, ଇ, ସି, କେ ଓ B6, ରହିଛି। ଏଥିରେ ବହୁ ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ, ଫାଇବର, ଜିଙ୍କ, ପୋଟାସିୟମ୍, ଫସଫରସ୍, ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍, ଆଇରନ୍ ଏବଂ ମାଙ୍ଗାନିଜ୍ ରହିଛି। ଏହିସବୁ ପୋଷାକ ତତ୍ତ୍ୱ ଯୋଗୁଁ ଏହା ଶରୀରକୁ ସୁସ୍ଥ ରଖିଥାଏ।

Barsha

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

30 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

31 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago