କରୋନା ଭାଇରସ

ଇନ୍ଦୋରରେ ଡେଲ୍‌ଟାର ନୂଆ ପ୍ରଜାତି ଚିହ୍ନଟ, ପୁରୁଣା ଠାରୁ ଏହା ଅଧିକ ସଂକ୍ରାମକ

ନୂଆଦିଲ୍ଲୀ : ରୂପ ବଦଳାଉଛି କରୋନା। ଇନ୍ଦୋରରେ କରୋନା ଡେଲ୍‌ଟା ଭାରିଆଣ୍ଟର ନୂଆ ରୂପ ଏୱାଇ-୪। ପୁରୁଣା ଡେଲ୍‌ଟା ଭାରିଆଣ୍ଟ ତୁଳନାରେ ଏହା ଅଧିକ ସଂକ୍ରାମକ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ୭ଜଣ କରୋନା ସଂକ୍ରମିତଙ୍କ ଠାରେ ଏହି ନୂଆ ଭାରିଆଣ୍ଟ ଚିହ୍ନଟ କରାଯାଇଛି। ସମସ୍ତ ସଂକ୍ରମିତ ସୁସ୍ଥ ଅଛନ୍ତି। ସେମାନଙ୍କ ନିକଟରେ କୌଣସି ଗୁରୁତର ଲକ୍ଷଣ ନାହିଁ। ବିଶ୍ୱବ୍ୟାପୀ ଏହି ଭାଇରସକୁ ନେଇ ଗବେଷଣା ଜାରି ରହିଛି। ଗତ ଏପ୍ରିଲ ମାସରେ ପ୍ରଥମେ ମହାରାଷ୍ଟ୍ରରେ ଏହି ଭାଇରସ୍‌ ମିଳିଥିଲା।

ଏନ୍‌ସିଡିସି ରିପୋର୍ଟ ଅନୁସାରେ ଅଗଷ୍ଟ ମାସରେ କୋଭିଡ୍‌-୧୯ ସଂକ୍ରମଣ ୬୪ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଡେଲ୍‌ଟାର ଏହି ଉପ-କିସମ ଯୋଗୁ ସେପ୍ଟେମ୍ବର ମାସରେ ଇନ୍ଦୋର ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଇଥିଲା। ସେପ୍ଟେମ୍ବର ୨୩ରୁ ୨୫ ଭିତରେ ମହୁଁ-ସ୍ଥିତ ଆର୍ମି ୱାର୍ କଲେଜରେ ପ୍ରାୟ ୩୦ ଜଣ ପ୍ରଶିକ୍ଷାର୍ଥୀ ପଜିଟିଭ୍ ଚିହ୍ନଟ ହୋଇଥିଲେ। କିନ୍ତୁ ସେମାନଙ୍କଠାରେ ରୋଗର କୌଣସି ଲକ୍ଷଣ ନ ଥିଲା ଏବଂ ସମସ୍ତେ ଦୁଇଟି ଡୋଜ୍ ଟିକା ନେଇଥିଲେ। ପରେ ସେମାନଙ୍କ ନମୁନା ଜିନୋମ୍ ସିକ୍ବେନ୍ସିଂ ପାଇଁ ପଠାଯାଇଥିଲା। ଏହାର ପ୍ରଥମ ରିପୋର୍ଟ ଅକ୍ଟୋବର ୧ରେ ବାହାରିଥିବା ବେଳେ ଦ୍ବିତୀୟ ରିପୋର୍ଟ ୧୬ରେ ପ୍ରକାଶ ପାଇଥିଲା। ଏମ୍‌ଜିଏମ୍ ମେଡିକାଲ କଲେଜର ମାଇକ୍ରୋବାୟୋଲୋଜି ବିଭାଗ ମୁଖ୍ୟ ଡ. ଅନୀତା ମୁଥା କହିଛନ୍ତି ଯେ, ଏୱାଇ.୪ ହେଉଛି ଡେଲ୍‌ଟା ଭାରିଆଣ୍ଟର ଏକ ଉପ-କିସମ। ଏହା ଡେଲ୍‌ଟା ନୁହେଁ କିମ୍ବା ଡେଲ୍‌ଟା ପ୍ଲସ୍ ବି ନୁହେଁ। ତେବେ ଏହି ନୂତନ କିସମ ବିଷୟରେ ବେଶି କିଛି ଗବେଷଣାଲବ୍ଧ ତଥ୍ୟ ନଥିବା ଜଣାପଡ଼ିଛି।

ସୂଚନା ଅନୁୟାୟୀ, ୟୂରୋପ, ବ୍ରିଟେନ ଓ ଋଷିଆରେ ଏୱାଇ-୪ ଭାଇରସ୍‌ ଯୋଗୁଁ ହତାଠ୍‌ ସଂକ୍ରମଣ ବୃଦ୍ଧି ପାଇଛି। ଇସ୍ରାଏଲରେ ମଧ୍ୟ ଅଧିକାଂଶ କରୋନା ସଂକ୍ରମିତଙ୍କ ଶରୀରରେ ଡେଲ୍‌ଟା ଭାରିଆଣ୍ଟର ଏହି ନୂଆ ରୂପ ଚିହ୍ନଟ କରାଯାଇଛି। ଅନ୍ୟପକ୍ଷରେ ଦେଶରେ ଗତ ୨୪ଘଣ୍ଟା ମଧ୍ୟରେ ୧୫ହଜାର ୯୦୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୫୬୧ଜଣଙ୍କ ଜୀବନ ନେଇଛି ଭାଇରସ୍‌। ଗତ କିଛି ଦିନ ହେବ ସକ୍ରିୟ ରୋଗୀଙ୍କ ସଂଖ୍ୟା କମିଚାଲିଛି। ସୁସ୍ଥହାର ୯୮. ୧୭ ପ୍ରତିଶତକୁ ବୃଦ୍ଧି ପାଇଛି।

Barsha

Recent Posts

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

36 mins ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

39 mins ago

କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିବା ପରେ ଖୁସିରେ ଡିଆଁ ମାରିଲେ ବିରଳ କୃଷ୍ଣସାର ମୃଗ

ଗୋପ (କେନ୍ୟୁଜ): କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ବିରଳ ୧୦ କୃଷ୍ଣସାର ମୃଗ । ବନବିଭାଗ ପକ୍ଷରୁ ବିରଳ କୃଷ୍ଣସାର…

57 mins ago

ଆସନ୍ତାକାଲି ପାଇଁ ଓଡିଶାର ସମସ୍ତ ସ୍କୁଲ ସକାଳୁଆ, ୨୨ ତାରିଖରୁ ସ୍ୱାଭାବିକ ହେବ କ୍ଲାସ

କେନ୍ୟୁଜ (ବ୍ୟୁରୋ) : ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । ଆସନ୍ତାକାଲି ସକାଳ ୬ଟା ୩୦ ରୁ…

1 hour ago

କ୍ରିକେଟ୍‌ ଜଗତରେ ଶୋକର ଛାଇ, ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଡେଭିଡ୍‌ ଜନସନ୍‌ଙ୍କ ଦେହାନ୍ତ

ଭାରତର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ତଥା କର୍ଣ୍ଣାଟକର ଡାହାଣହାତୀ ଦ୍ରୁତ ବୋଲର ଡେଭିଡ୍‌ ଜନସନ୍‌ଙ୍କ ୫୨ ବର୍ଷ ବୟସରେ ଦେହାନ୍ତ…

1 hour ago

ପ୍ରତିଦିନ ଜଣେ ବ୍ୟକ୍ତି କେତେ ପରିମାଣର ଫାଇବର ଖାଇବା ଉଚିତ?

ଶରୀରକୁ ସୁସ୍ଥ ରଖିବା ପାଇଁ କେବଳ ଭିଟାମିନ୍ ଏବଂ ମିନେରାଲ୍ସ ନୁହେଁ ବରଂ ପ୍ରଚୁର ଫାଇବର ମଧ୍ୟ ଆବଶ୍ୟକ ।…

1 hour ago