ରାଜ୍ୟ

ଆଜି ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାର, କୋଭିଡ କଟକଣାରେ ଚାଲିଛି ପୂଜାର୍ଚ୍ଚନା

ପୁରୀ(କେନ୍ଯୁଜ୍): ଆଜି ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାର । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୂଙ୍କ ସମସ୍ତ ନୀତି ଆଜି ଭୋରୁ ଆରମ୍ଭ ହୋଇଛି ।ଭୋରରୁ ସିଂହଦ୍ୱାର ଫିଟିବା ପରେ ମହାପ୍ରଭୂଙ୍କ ମଙ୍ଗଳ ଆଳତି କରାଯାଇଥିଲା । କୋଭିଡ କଟକଣା ଯୋଗୁ ସିଂହଦ୍ୱାର ସମ୍ମୁଖରେ ରହି ପତିତପାବନଙ୍କ ଦର୍ଶନ କରିବା ସହିତ ବାହାରୁ ଦର୍ଶନ କରି ଦୀପ ଜାଳି ଫେରୁଛନ୍ତି ହବିଷ୍ଯାଳି । ତେବେ ଏହି କାର୍ତ୍ତିକ ପାଇଁ ମହାପ୍ରଭୂ ରାଧାଦାମୋଦର ବେଶରେ ବିଭୂଷିତ ହୋଇଛନ୍ତି ।

ଅନ୍ଯପଟେ କାର୍ତ୍ତିକ ମାସର ପ୍ରଥମ ସୋମବାର ଥିବାରୁ ଦେବ ଦେବ ମହାଦେବଙ୍କୁ ଦର୍ଶନ ପାଇଁ ରାଜ୍ୟର ବିଭିନ୍ନ ଶୈବପୀଠ ଚଳଚଞ୍ଚଳ ହୋଇଉଠିଛି। ସକାଳୁ ସକାଳୁ ଲାଗିଛି ଭକ୍ତଙ୍କ ଗହଳି। କଟକ ଜିଲ୍ଲା ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ୧୪୪ଧାର ଜାରି କରାଯାଇଛି। ଫଳରେ ଭକ୍ତଶୂନ୍ୟ ହୋଇପଡିଛି ବାବାଙ୍କ ପୀଠ। କେବଳ ରୀତିନୀତୀ ଅନୁଯାୟୀ ବାବାଙ୍କ ପହଡ ଖୋଲାଯାଇ ପୂଜାର୍ଚ୍ଚନା ଚାଲିଛି। ଭୋର ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ।

ଅନ୍ଯପଟେ କାର୍ତ୍ତିକ ମାସର ପ୍ରଥମ ସୋମବାର ଥିବାରୁ କିଛି ସ୍ଥାନରେ ଅମାନିଆ ଭକ୍ତଙ୍କୁ ମଧ୍ଯ ଦେଖିବାକୁ ମିଳିଛି । କୋଭିଡ କଟକଣା ଥିଲେ ମଧ୍ଯ ମନ୍ଦିର ସମ୍ମୁଖରେ ଭିଡ ଜମାଇଛନ୍ତି । ଯାହାଦ୍ବାରା କୋଭିଡ କଟକଣା ଆହୁରୀ ବଢିବାର ଆଶଙ୍କା ସୃଷ୍ଟି କରିଛି ।

କାର୍ତ୍ତିକ ମାସକୁ ଏକ ପବିତ୍ର ମାସ ବୋଲି କୁହାଯାଏ:

ତେବେ ହିନ୍ଦୁ ଧର୍ମରେ କାର୍ତ୍ତିକ ମାସକୁ ଏକ ପବିତ୍ର ମାସ ବୋଲି କୁହାଯାଏ। ପୌରାଣିକ ଏବଂ ପ୍ରାଚୀନ ଗ୍ରନ୍ଥରେ କାର୍ତ୍ତିକ ମାସରେ ବ୍ରତ ଏବଂ ତପର ବିଶେଷ ମହତ୍ତ୍ବ କୁହାଯାଇଛି। ମାନ୍ଯତା ରହିଛି ଯେ ଯେଉଁ ବ୍ୟକ୍ତିମାନେ କାର୍ତ୍ତିକ ମାସରେ ବ୍ରତ, ତପସ୍ୟା କରିଥାନ୍ତି ସେମାନଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥାଏ। କାର୍ତ୍ତିକ ମାସରୁ ଦେବ ତତ୍ତ୍ବ ମଧ୍ୟ ମଜବୁତ ହୋଇଥାଏ।

କାର୍ତ୍ତିକ ମାସ ବିଷ୍ଣୁ ଭଗବାନଙ୍କର ଅତ୍ୟନ୍ତ ପ୍ରିୟ। ଏମାସରେ ଭଗବାନ ବିଷ୍ଣୁ ଯୋଗ ନିଦ୍ରାରୁ ଉଠିଥାନ୍ତି ଏବଂ ସୃଷ୍ଟିରେ ଆନନ୍ଦ ଏବଂ କୃପା ବର୍ଷା ହୋଇଥାଏ। ଏମାସରେ ମା ଲକ୍ଷ୍ମୀ ପୃଥିବୀ ପୃଷ୍ଠରେ ଭ୍ରମଣ କରିଥାନ୍ତି ଏବଂ ଭକ୍ତଙ୍କୁ ଅପାର ଧନ ଦେଇଥାନ୍ତି। ମା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଏ ମାସରେ ଧନ ତ୍ରୟୋଦଶୀ, ଦୀପାବଳି ଏବଂ ଗୋପାଷ୍ଟମୀ ପାଳନ କରାଯାଇଥାଏ। ଏମାସରେ ବିଶେଷ ପୂଜା କରିବା ଦ୍ବାରା ଧନ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଥାଏ।

Sonalisa

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

25 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

27 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago