ଶରୀରରେ ରକ୍ତର ଅଭାବ ଦୂର କରିବା ସହ ମାରାତ୍ମକ ରୋଗରୁ ରକ୍ଷା କରିଥାଏ କିସମିସ୍‌, ଜାଣନ୍ତୁ କିପରି କରିବେ ସେବନ

କିସମିସ୍‌ ଏକ ପ୍ରକାର ଡ୍ରାଇ ଫ୍ରୁଟ୍‌, ଯାହା ଅଙ୍ଗୁରକୁ ସୁଖାଇ ପ୍ରସ୍ତୁତ କରାଯାଏ। ଏହା ଖାଇବାକୁ ଯେତିକି ଟେଷ୍ଟି ଲାଗିଥାଏ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭକାରୀ ହୋଇଥାଏ। କିସମିସ୍‌ ରେ ଥିବା ଆଇରନ୍‌, ପୋଟାସିୟମ ଏବଂ ଫାଇବର ସ୍ୱାସ୍ଥ୍ୟ ପାଇଁ ନିହାତି ଆବଶ୍ୟକ। ଏହାକୁ ସେବନ କରିବା ଦ୍ୱାରା ପାଚନ ପକ୍ରିୟା ମଜବୁତ ହେବା ସହ ହାଡ ଶକ୍ତ ହୋଇଥାଏ। ଦେଖିବାକୁ କିସମିସ୍‌ ଛୋଟ ହୋଇଥିଲେ ମଧ୍ୟ ଏହାର ଅନେକ ଫାଇଦା ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଜାଣନ୍ତୁ ଶରୀରରେ କଣ ଫାଇଦା ଦେଇଥାଏ ଏହି ଛୋଟ କିସମିସ୍‌।

କିସମିସ୍‌ ପାଣି ଶରୀରରେ ରକ୍ତ ସଂଚାଳନକୁ ବଢାଇଥାଏ। ଏହି ପାଣି ପିଇବା ଦ୍ୱାରା ପେଟର ଅନ୍ତବୁଜୁଳା ମଜବୁତ୍‌ ହୋଇଥାଏ। ସେହିଭଳି ଯଦି କୌଣସି ଲୋକଙ୍କ ପେଯ ଖରାପ ହୋଇଥାଏ ତେବେ କିସମିସ୍‌ ପାଣି ସେବନ କରିବା ଉଚିତ। କାରଣ ଏହାକୁ ନିୟମିତ ସେବନ କରିବା ଦ୍ୱାରା କବଜ, ଏନିମିଆ ଏବଂ ପେଟ ଯନ୍ତ୍ରଣା ଭଳି ସମସ୍ତ ସମସ୍ୟା ଦୂର ହୋଇଯାଇଥାଏ।

ପାଣି ପ୍ରସ୍ତୁତ କରିବା ଉପାୟ:

କିସମିସ୍‌ ପାଣି ତିଆରି କରିବା ପାଇଁ ପ୍ରତ୍ୟେକ ଦିନ ରାତିରେ ଶୋଇବା ପୂର୍ବରୁ ୧୦ ରୁ ୧୨ ଟି କିସମିସ୍‌ କାଚ ଗ୍ଲାସର ଅଧା ଗ୍ଲାସ ପାଣିରେ ଭିଜାଇ ଦିଅନ୍ତୁ। ସକାଳୁ ବ୍ରଶ କରିବା ପରେ ସେହି କିସମିସ୍‌ କୁ ଚୋବାଇ ଖାଇବା ପରେ ସେହି ପାଣିକୁ ପିଅନ୍ତୁ।

ପ୍ରତ୍ୟେକ ଦିନ କିସମିସ୍‌ ସେବନ କ୍ୟାନସର ଭଳି ଭୟଙ୍କର ରୋଗରୁ ରକ୍ଷା କରିଥାଏ। ଏଥିସହ ଆଜିକାଲି ଭୁଲ ଖାଦ୍ୟ-ପାନୀୟ ଯୋଗୁ ଏସିଡିଟି ସମସ୍ୟା ପ୍ରାୟତଃ ଲୋକମାନଙ୍କ ପାଖରେ ଦେଖାଯାଉଛି। ଯଦି ଆପଣ ଏହିସମସ୍ୟାରୁ ଦୂରେଇ ରହିବା ପାଇଁ ଚାହୁଁଛନ୍ତି ତେବେ ପ୍ରଥମେ ବାହାର ଖାଦ୍ୟରୁ ଦୂରେଇ ରହନ୍ତୁ। ଯଦି ଏ ପରି କରିବା ପରେ ଏସିଡିଟି ସମସ୍ୟା ଦେଖାଯାଇଥାଏ ତେବେ ଆପଣ ପ୍ରତ୍ରେକ ଦିନ ସକାଳୁ ଖାଲି ପେଟରେ କିସମିସ୍‌ ଖାଇବା ସହ ତାର ପାଣି ସେବନ କରନ୍ତୁ। ଏପରି କରିବା ଦ୍ୱାରା ଏସିଡିଟି ସମସ୍ୟା ଦୂର ହୋଇଥାଏ।

କିସମିସ୍‌ ରେ ଥିବା ଓଲିଆନୋଲିକ୍‌ ଏସିଡ ତତ୍ତ୍ୱ ଦାନ୍ତକୁ ମଜବୁତ ରଖିବାରେ ସାହଯ୍ୟ କରିଥାଏ। ଏହାବ୍ୟତୀତ ଦୀର୍ଘ ଦିନ ପାଇଁ ଦାନ୍ତ ନଭାଙ୍ଗିବା, ଦାନ୍ତ ଯନ୍ତ୍ରଣା ଏବଂ କ୍ୟାବେଟିଜ୍‌ ଭଳି ସମସ୍ୟାରୁ ରକ୍ଷା ପାଇବା ପାଇଁ କିସମିସ୍‌ ସେବନ କରନ୍ତୁ। ଏହା ଦାନ୍ତକୁ ମୂଳରୁ ମଜବୁତ କରିବାରେ ସାହାଯ୍ୟ କରିଥାଏ।

KNews Bureau

Recent Posts

ବିହାର: ପାଟନା ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣ ଧମକ, ଏୟାରପୋର୍ଟରେ ଥରିଲେ ଯାତ୍ରୀ

ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ମିଳିଛି, ଯାହାକୁ…

6 mins ago

ଟି୨୦ ବିଶ୍ୱକପ ୨୦୨୪ : ପିଚ୍‌ ଏବଂ କୋହଲି, ଜାଡେଜାଙ୍କ ଫର୍ମକୁ ନେଇ ଚିନ୍ତାରେ ରୋହିତ

ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍‌ ବ୍ରିଜଟାଉନରେ କଠିନ ଅଭ୍ୟାସ…

9 mins ago

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ଡାଏଟ୍‌ ଓ ଏକ୍ସରସାଇଜ୍‌ରେ କରନ୍ତୁ ଏପରି ପରିବର୍ତ୍ତନ

ଆଜିକାଲି ଲୋକମାନେ ବଢୁଥିବା ଓଜନକୁ ନେଇ ଚିନ୍ତିତ ରହୁଛନ୍ତି । ଯଦି ଆପଣ ମଧ୍ୟ ଏକ୍ସରସାଇଜ୍‌ କରିବା ପରେ ମଧ୍ୟ…

16 mins ago

ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର, ମେଡିକାଲରେ ଭର୍ତ୍ତି

କେନ୍ୟୁଜ (ବ୍ୟୁରୋ) : ଭୁବନେଶ୍ୱର ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର । ଆଜି ୟୁନିଟ ୩ ମସଜିଦ କଲୋନୀ ନିକଟରେ…

18 mins ago

ଶୁଣିବା ଶକ୍ତି ହରାଇଲେ ପ୍ରସିଦ୍ଧ ବଲିଉଡ୍ ଗାୟିକା ଅଲକା ୟାଗନିକ୍, ପୋଷ୍ଟରେ କହିଲେ…

ଅଲକା ୟାଗନିକ୍ ଜଣେ ପ୍ରସିଦ୍ଧ ବଲିଉଡ୍ ଗାୟିକା । ସଙ୍ଗୀତ ଦୁନିଆରେ ତାଙ୍କୁ କିଏ ବା ନ ଜାଣେ ।…

53 mins ago

ସିକ୍କିମ୍‌ରେ ବର୍ଷା ଓ ଭୂସ୍ଖଳନ ଯୋଗୁ ସ୍ଥିତି ସାଂଘାତିକ, ୨,୦୦୦ ପର୍ଯ୍ୟଟକଙ୍କୁ ଏୟାରଲିଫ୍ଟ କରିବାକୁ ଚାଲିଛି ପ୍ରସ୍ତୁତି

ସିକ୍କିମ୍‌ରେ ବର୍ତ୍ତମାନ ସ୍ଥିତି ସାଂଘାତିକ । ଏଠାରେ କ୍ରମାଗତ ବର୍ଷା ଏବଂ ଭୂସ୍ଖଳନ ଯୋଗୁ ପରିସ୍ଥିତି ଜଟିଳ ହୋଇପଡ଼ିଛି ।…

1 hour ago