କଣ ଆପଣଙ୍କୁ ରହିଛି ଏହି ସମସ୍ୟା ତେବେ ଔଷଧୀୟ ଗୁଣରେ ଭରପୁର ତ୍ରିଫଳାର କରନ୍ତୁ ସେବନ

ଆୟୁର୍ବେଦରେ ତ୍ରିଫଳାକୁ ଖୁବ ଲାଭକାରୀ କୁହାଯାଇଥାଏ। ସାଧାରଣତଃ ଲୋକ ଏହି ଚୁର୍ଣ୍ଣକୁ ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବା ପାଇଁ ବ୍ୟବହାର କରିଥାନ୍ତି। ଏହାଛଡ଼ା ଏହାର ସେବନ ଅନ୍ୟାନ୍ୟ ଶାରୀରିକ ସମସ୍ୟାକୁ ମଧ୍ୟ ଦୂର କରିବାରେ ସହାୟକ ହୋଇଥାଏ। ଏହି ଚୁର୍ଣ୍ଣକୁ ତିନି ଦ୍ରବ୍ୟ ହରଡ଼ା, ବାହାଡ଼ା ଏବଂ ଅଁଳାକୁ ମିଶାଇ ପ୍ରସ୍ତୁତ କରାଯାଇଥାଏ। ତେବେ ତ୍ରିଫଳା ଅନ୍ୟ ଔଷଧୀୟ ପଦାର୍ଥ ମାନଙ୍କରୁ ଅଧିକ ଲାଭକାରୀ ହୋଇଥାଏ। ଏହାର ସେବନ ଏସିଡ, ଏଲାଜିକ୍ ଏସିଡ, ଶେବୁଲିନିକ୍ ଏସିଡ, ଆଣ୍ଟିଅକ୍ସିଡେଣ୍ଟ ଗୁଣରେ ଭରପୁର ହୋଇଥାଏ।

ଏପରି କରନ୍ତୁ ତ୍ରିଫଳାର ସେବନ

ତ୍ରିଫଳାର ସେବନ କିଏ ମଧ୍ୟ କରିପାରିବେ। ଯଦି ଆପଣଙ୍କୁ କୌଣସି ରୋଗ ନାହିଁ ତଥାପି ଆପଣ ଏହାର ସେବନ କରିପାରିବେ। ଆପଣ ୨ ରୁ ୫ ଗ୍ରାମ ତ୍ରିଫଳା ଚୂର୍ଣ୍ଣକୁ ପାଣି ଅଥବା କ୍ଷୀରରେ ମିଶାଇ ତାହାର ସେବନ କରିପାରିବେ।

-ରୋଗପ୍ରତିରୋଧକ କ୍ଷମତା ବଢ଼ାଇବାରେ ଖୁବ ସହାୟକ ହୋଇଥାଏ ତ୍ରିଫଳା । ଏହା ଶରୀରକୁ ବ୍ୟାକ୍ଟେରୀଆ ମୁକ୍ତ ରଖିବା ସହ ଶରୀରକୁ ତନ୍ଦରୁସ୍ତ ରଖିଥାଏ।

-ତ୍ରିଫଳାରେ ତିନିଟି ଔଷଧୀୟ ଗୁଣ ରହିଥାଏ। ଯାହାର ସେବନ ପେଟ ସଫା କରିବା ସହ ପାଚନକ୍ରିୟା ସରଳ କରିଥାଏ। ଏହାର ସେବନ ଗୋମୂତ୍ର ସହ କଲେ ଅନେକ ମାରାତ୍ମକ ରୋଗରୁ ମୁକ୍ତି ମିଳିଥାଏ।

ନିଶ୍ଚିତ ପଢ଼ନ୍ତୁ: ସକାଳୁ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ଏହି ଖାଦ୍ୟ, ଶରୀର ପ୍ରତି ହେବ କ୍ଷତି

-ଏନିମିଆ ରୋଗୀଙ୍କ ପାଇଁ ଖୁବ ଲାଭକାରୀ ତ୍ରିଫଳା । ଏହାର ସେବନ ଶରୀରରେ ରକ୍ତର ମାତ୍ରା ବଢ଼ାଇବା ସହ ରକ୍ତ କୋଷିକାକୁ ମଜବୁତ କରାଇଥାଏ।

-ତ୍ରିଫଳାରେ ରହିଥିବା ଆଣ୍ଟିଅକ୍ସିଡେଣ୍ଟ ଗୁଣ ବୟସ ବଢ଼ାଉଥିବା କାରକକୁ କମ କରିଥାଏ। ଏଥିସହ ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଏହା ଖୁବ ଲାଭକାରୀ।

ନିଶ୍ଚିତ ପଢ଼ନ୍ତୁ:ଓଜନକୁ ସହଜରେ ନିୟନ୍ତ୍ରଣ କରିବ ଗୋଲମରିଚ, ଆହୁରି ମଧ୍ୟ ରହିଛି ଫାଇଦା

-ଏହାକୁ ସେବନ କରିବା ଦ୍ବାରା ପାଟିର ର୍ଦୁଗନ୍ଧ ଦୂର ହେବା ସହ ତ୍ବଚା ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଥାଏ। ଏଥିରେ ଥିବା ଔଷଧିୟ ଗୁଣ ଚର୍ମ ଜନିତ ସମସ୍ତ ସମସ୍ୟାର ସମାଧାନ କରିଥାଏ।

KNews Bureau

Recent Posts

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

5 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

20 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

56 mins ago

ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ, ଆଜି ଓ ଆସନ୍ତାକାଲି ଶପଥ ନେବେ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…

57 mins ago

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

1 hour ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

1 hour ago