ବର୍ଷା ଦିନେ ଦୁର୍ବଳ ହୋଇଯାଇଥାଏ ପାଚନ ଶକ୍ତି, ନିହାତି ଏହି ୫ଟି ଖାଦ୍ୟକୁ ଆପଣଙ୍କ ଡାଏଟ୍ ରେ କରନ୍ତୁ ସାମିଲ୍

ଗରମରେ ବେହାଲ୍ ଲୋକମାନେ ବର୍ଷାକୁ ଚାତକ ଭଳି ଅପେକ୍ଷା କରି ରହିଥାନ୍ତି । କିନ୍ତୁ ସ୍ବାସ୍ଥ୍ୟକୁ ଦେଖିଲେ ଏହା ନିଜ ସହିତ ବହୁ ସମସ୍ୟା ନେଇକି ଆସିଥାଏ । ଏହି ଋତୁରେ ଏମିତି ବହୁତ କିଛି ଜିନିଷ ଅଛି ଯାହାକୁ ସେବନ କରିବା ଆମ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ଯେପରିକି ବର୍ଷା ଋତୁ ଆସିବା ମାତ୍ରେ ପ୍ରାୟତଃ ଲୋକଙ୍କ ଘରେ ଚା,ପକୁଡି,କଚୁଡି ଆଦି ଛଣାଛଣି ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ । କିନ୍ତୁ ଏସବୁ ଖାଦ୍ୟ ଆମ ଶରୀର ପାଇଁ ହାନୀକାରକ ସାବ୍ୟସ୍ତ ହୋଇଥାଏ ।

ଏହି ବର୍ଷା ଋତୁରେ ଆମର ପାଚନ ଶକ୍ତି ବହୁତ ଦୁର୍ବଳ ରହିଥାଏ ଏବଂ ଏହାସହିତ ହିଁ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ କମି ଯାଇଥାଏ। ଏଥିପାଇଁ ଜରୁରୀ ହୋଇଥାଏ କି, ଆମେ ଏମିତି କିଛି ଖାଦ୍ୟକୁ ସେବନ କରିବା ଯାହା ଆମ ଶରୀର ପାଇଁ ସ୍ବାସ୍ଥ୍ୟକର ବ୍ୟାକ୍ଟେରିଆର ମାତ୍ରାକୁ ବଢାଇବା ସହିତ ଖରାପ ବ୍ୟାକ୍ଟେରିଆ ମାନଙ୍କ ସହିତ ଲଢିବାରେ ସାହାଯ୍ୟ କରିବ ।

ଆସନ୍ତୁ ଜାଣିବା ବର୍ଷା ଋତୁରେ କେଉଁ ଖାଦ୍ୟକୁ ଡାଏଟ୍ ରେ କରିବେ ସାମିଲ୍:କଦଳୀ: କଦଳୀ ଆମ ପାଚନ ତନ୍ତ୍ର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏଥିରେ କାର୍ବୋହାଇଡ୍ରେଡ୍,କମ୍ପଲେକ୍ସ ଏବଂ ଫାଇବର ଭରପୂର ମାତ୍ରାରେ ରହିଥାଏ । ବର୍ଷା ଦିନେ ନିଜ ଡାଏଟ୍ ରେ ଏହାକୁ ନିଶ୍ଚିତ ସାମିଲ୍ କରନ୍ତୁ ।

ଗହମ ତିଆରି ଖାଦ୍ୟ: ଗହମରେ ଭଲ ମାତ୍ରାରେ ପୋଷକ ତତ୍ତ୍ବ,ଫାଇବର,ପ୍ରୋଟିନ୍,ଭିଟାମିନ୍ ବି, ଆଣ୍ଟିଅକ୍ସିଡେଣ୍ଟସ୍,ସମେତ ବହୁ ମିନେରାଲ୍ସ ରହିଥାଏ । ତେଣୁ ଏହି ଋତୁରେ ଗହମ ତିଆରି ଖାଦ୍ୟ ବିଶେଷ ଭାବେ ସେବନ କରନ୍ତୁ ।

ଏହାସହ ପଢନ୍ତୁ: ବର୍ଷାଦିନେ ନିଜ ତ୍ବଚାର ଯତ୍ନ ନିଅନ୍ତୁ ଏପରି, ଦେଖାଯିବେ ଆହୁରି ସୁନ୍ଦର

ଦହି: ଦହି ପ୍ରାକୃତିକ ପ୍ରୋବାୟୋଟିକ୍ ଫୁଡ୍ ଅଟେ । ପ୍ରତିଦିନ ଏକ କପ୍ ଦହିର ସେବନ ନିଶ୍ଚିତ କରନ୍ତୁ । ଏହା ଆପଣଙ୍କ ପାଚନ ଶକ୍ତିକୁ ମଜବୁତ୍ କରିବାରେ ସହାୟକ ସାବ୍ୟସ୍ତ ହେବ ।

ଇଟଲି: ଇଟଲି ପ୍ରାକୃତିକ ପ୍ରୋବାୟୋଟିକ୍ ର ଭଲ ସ୍ରୋତ ଅଟେ। ଏହି ଋତୁରେ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଏହା ଏକ ଭଲ ଅପସନ୍ ଅଟେ। ଆପଣ ଏହି ଖାଦ୍ୟ ଜଳଖିଆରେ ସାମିଲ୍ କରିପାରିବେ ।

Sonalisa

Recent Posts

କେତେ ଖୁସିରେ ଡ୍ୟାମ୍‌ ବୁଲି ଆସିଥିଲେ ସାତ ଜଣ ସାଙ୍ଗ, କିନ୍ତୁ ଖୁସି ମଉଳିଗଲା ପାଣି ଭିତରେ

ଆନନ୍ଦପୁର (କେନ୍ୟୁଜ) : ସାତ ଜଣ ସାଙ୍ଗ ମିଶି ପ୍ଲାନ୍‌ କଲେ ଚାଲ ଆଜି ହଦଗଡ ଆଡେ ଟିକେ ବୁଲି…

8 mins ago

ନାଗପୁର: ବିସ୍ଫୋରକ ତିଆରି କାରଖାନାରେ ଭୟଙ୍କର ବିସ୍ଫୋରଣ; ୫ ଶ୍ରମିକ ମୃତ, ୫ ଗୁରୁତର

ମହାରାଷ୍ଟ୍ରର ନାଗପୁର ନିକଟ ଏକ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ…

11 mins ago

୨୩ ବର୍ଷ ଧରି ବିଛଣାରେ ରାକେଶ, ଆପଣ ବି ତାଙ୍କ ଅବସ୍ଥା ଦେଖିଲେ କାନ୍ଦି ପକାଇବେ

ବୌଦ୍ଧ (କେନ୍ୟୁଜ) : ଯନ୍ତ୍ରଣା, କଷ୍ଟ । ନାଁ ଶୁଣିଲେ ସୁସ୍ଥ ମଣିଷ ବି ଛାନିଆ ହୋଇଯାଏ । ଏସବୁକୁ…

17 mins ago

ଦୁନିଆର ସବୁଠାରୁ ବଡ଼ ଫୁଲ, ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଦୁନିଆରେ ଅନେକ ଗଛ ଏବଂ ଉଦ୍ଭିଦ ଅଛି । ଏହି ଉଦ୍ଭିଦଗୁଡିକ ମଧ୍ୟରୁ ଅନେକ ସେମାନଙ୍କର ସୁଗନ୍ଧ ପାଇଁ ଜଣାଶୁଣା…

29 mins ago

ବାବା ମୁକ୍ତେଶ୍ଵର ଓ ମାତା ପାର୍ବତୀଙ୍କ ମନ୍ଦିର ପ୍ରବେଶ ସହିତ ଝୋଳନ ଯାତ୍ରା

କୁଚିଣ୍ଡା: ଭାବ ଆଉ ଭକ୍ତିରେ ବନ୍ଧା ମହାଦେବ । ବାବା ମୁକ୍ତେଶ୍ଵର ସମସ୍ତ ଦୁଃଖ ହରନ୍ତି । ଦୁଃଖ ଜଣାଇବା…

41 mins ago

ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପେମା ଖାଣ୍ଡୁ, ଚାଉନା ମୀନ ହେଲେ ଉପମୁଖ୍ୟମନ୍ତ୍ରୀ

ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଶପଥ ନେଇଛନ୍ତି ପେମା ଖାଣ୍ଡୁ । ରାଜ୍ୟରେ ବିଜେପି ତୃତୀୟ ଥର ପାଇଁ…

47 mins ago